Shivratri Special – ମହା ଶିବରାତ୍ରି (11 ମାର୍ଚ୍ଚ) ଦିନ ନନ୍ଦୀ କାନରେ କହଦିଅ ଏହି 1 କଥା, ମାତ୍ର 24 ଘଣ୍ଟାରେ ହେବ ସବୁ ଇଚ୍ଛା ପୂର୍ଣ୍ଣ

0

ଆମ ଭାରତ ନିଜର ସଂସ୍କୃତି , ପରମ୍ପରା ତଥା ପୂଜା ପର୍ଵ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ମାତ୍ର ଭାରତର ସମସ୍ତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଏହି ସବୁ ପର୍ବପର୍ବାଣି ତଥା ପୂଜାର୍ଚ୍ଚନା ପାଇଁ ଓଡ଼ିଆ ହେଉଛି ପ୍ରମୁଖ ରାଜ୍ୟ ଅଟେ । ଆମର ପବିତ୍ର ଗ୍ରନ୍ଥ ରେ ମଧ୍ୟ ଲେଖାଯାଇଛି ଯେ ଆମ ଓଡିଶାରେ ୧୨ ମାସରେ ୧୩ ଟି ପର୍ବ ପାଳନ କରାଯାଇଥାଏ । ତେବେ ଏହି ବାର ମାସରେ ତେର ପର୍ବ ମଧ୍ୟରୁ ଭଗବାନ ଶିବ ଙ୍କର ମହାଶିବରାତ୍ରି ଟି ହେଉଛି ଆମ ଓଡିଶାରେ ତଥା ସାରା ଭାରତର ଏକ ପ୍ରମୁଖ ପର୍ଵ ଅଟେ ।

ଏହି ମହାଶିବରାତ୍ରୀ ଟି ସମସ୍ତଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏବଂ ଏହି ଦିନରେ ବହୁତ ନୀତି ନିୟମ ମଧ୍ୟ ରହିଥାଏ।ତେବେ ଚଳିତ ବର୍ଷ ଫେବୃଆରୀ ୧୧ ତାରିଖ ଦିନ ମହାଶିବରାତ୍ରି ରହିଛି ।

ଏହି ଶିବ ରାତ୍ରି ପାଳନ କରିବାର ଅର୍ଥ ଏହା କି ଯେ ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀ ଙ୍କର ବିବାହ ହୋଇଥିଲା। ତେବେ ଏହି ଶିବରାତ୍ରୀ ଦୁଇ ଦିନ ଧରି ପାଳନ କରାଯାଏ ଏବଂ ଶେଷ ରାତ୍ରି ରେ ଜାଗର ତଥା ଦୀପ ଜଳା ଯାଏ ।ତେବେ ଆପଣ ମାନେ ନିଶ୍ଚିତ ଭାବରେ ଭଗବାନ ଶିବ ଙ୍କ ସମ୍ମୁଖରେ ଥିବା ତାଙ୍କର ବାହାନ ନନ୍ଦି କୁ ଦେଖିଥିବେ।ଏମିତି କୌଣସି ସ୍ଥାନ ନାହିଁ ଯେଉଁ ଠାରେ ଭଗବାନ ଶିବ ନନ୍ଦି ଙ୍କ ବିନା ପ୍ରକଟ ହେବାର ।

ଏବଂ ଏକଥା ମଧ୍ୟ ଆପଣ ଜାଣିଥିବେ କି ,କୁହାଯାଏ ନନ୍ଦି ଙ୍କ କାନ ରେ ନିଜର ଇଚ୍ଛା ପ୍ରକାଶ କରିବା ଦ୍ବାରା ଭଗବାନ ଏହି ଇଚ୍ଛା କୁ ପୂର୍ଣ୍ଣ କରିଥାନ୍ତି ବୋଲି ।ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ପ୍ରକୃତ ରେ କିପରି ଭାବରେ ଆଉ କଣ ସବୁ ନନ୍ଦି କାନରେ କହିବା ଦ୍ବାରା ଆପଣଙ୍କ ର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।ତେବେ ଆପଣ ଯେତେବେଳେ ବି ଭଗବାନ ଶିବ ଙ୍କ ମନ୍ଦିର କୁ ଦର୍ଶନ କରିବାକୁ ଯାଉଛନ୍ତି ତାଙ୍କର ବାହାନ ନନ୍ଦି ଙ୍କୁ ନିଶ୍ଚିତ ପୂଜାର୍ଚ୍ଚନା କରନ୍ତୁ ।କାରଣ ନନ୍ଦି ଙ୍କୁ ଆଶୀର୍ବାଦ ମାଗିବା ଭଗବାନ ଶିବଙ୍କୁ ମାଗିବା ସହ ସମାନ ଅଟେ।

କିନ୍ତୁ ଯେତେବେଳେ ଆପଣ ଶିବଙ୍କର ବାହାନ ନନ୍ଦି ଙ୍କ କାନ ରେ କିଛି ଇଚ୍ଛା ପ୍ରକାଶ କରିବାକୁ ଯାଉଛନ୍ତି ସେତେବେଳେ ଆପଣ ଏହାକୁ ପୁରା ହୃଦୟ ର ସହ ପ୍ରକାଶ କରନ୍ତୁ ଏବଂ ଭକ୍ତିର ସହ ନିଜର ମନସ୍କାମନା ମାଗନ୍ତୁ ।ଏବଂ ଗୋଟିଏ କଥା ମନେରଖିଥିବେ କି କେବେବି ଅନ୍ୟର କ୍ଷତି ବା ଅନିଷ୍ଟ ପାଇଁ ଇଚ୍ଛା ପ୍ରକାଶ କରିବେ ନାହିଁ ।ନଚେତ ଏହା ଆପଣଙ୍କ ର ଅନିଷ୍ଟ କରିବ ।କୁହାଯାଏ କି ନନ୍ଦି ପୂର୍ବଜନ୍ମରେ ଋଷି ଶିଳାଦ ଥିଲେ ଯିଏକି ହଜାର ହଜାର ବର୍ଷ ଧରି ଭଗବାନ ଶିବଙ୍କର ଆରାଧନା କରୁଥିଲେ ଏବଂ ଆଶୀର୍ବାଦ ସ୍ୱରୂପ ଭଗବାନ ତାଙ୍କୁ ନିଜର ପ୍ରିୟ ଭାବରେ ପାଖରେ ରଖିଛନ୍ତି।

ଏମିତି କି ଯେତେବେଳେ ଭଗବାନ ତପସ୍ୟାରେ ରହୁଥିଲେ ସେତେବେଳେ ନନ୍ଦି ତାର କାନ ଓ ଆଖିରେ ସାରା ସଂସାରର କଥା ଦେଖିଥିଲା ଏବଂ ଶୁଣୁଥିଲେ ।ଭଗବାନ ତପସ୍ୟା ରୁ ଆସିବା ପରେ ତାଙ୍କୁ ସବୁକିଛି ଜଣାଉଥିଲେ। ତେବେ ଏହି ମହାଶିବରାତ୍ରି ରେ ଆପଣ ଏହିପରି ନନ୍ଦି ଙ୍କ କାନରେ ନିଜର ଇଚ୍ଛା ପ୍ରକାଶ କରନ୍ତୁ ଭଗବାନ ଶିବ ଏହାକୁ ପୂର୍ଣ୍ଣ କରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।