ରହସ୍ୟମୟ ଚମତ୍କାର ଗଣେଶଙ୍କ ମନ୍ଦିର ! ଏଠାରେ ପୂର୍ଣ ହୁଏ ପ୍ରେମିଯୁଗଳ ଙ୍କ ସବୁ ମନସ୍କାମନା ଯାହାର ବିଶେଶ୍ୱତ ବିଷୟରେ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବ

0

ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ପରସ୍ପର ର ଠାରୁ ଭିନ୍ନ ଓ ସ୍ୱତନ୍ତ୍ର ମଧ୍ୟ ।

ତେବେ ଆପଣ ଏକ ରହସ୍ୟମୟ ମନ୍ଦିର କଥା କହିଲେ ଭାବୁଥିବେ କି ମନ୍ଦିର ର ଇତିହାସ କିମ୍ବା ତାଙ୍କର କାରୁକାର୍ଯ୍ୟ ରେ କିଛି ବିଶ୍ଵସ୍ୱତ ରହିଛି ।ବୋଲି କିନ୍ତୁ ଆମେ ଆଜି ଆପଣଂକୁ ଯେଉଁ ମନ୍ଦିର ବିଷୟରେ କହୁଛୁ ତାଙ୍କର ବିଶେଶ୍ୱତ ହେଉଛି ପ୍ରେମୀ ଯୁଗଳ ଙ୍କୁ ସବୁଦିନ ପାଇଁ ବିବାହ ସମ୍ପର୍କରେ ବାନ୍ଧିଦେବା ଏବଂ ଏକ ସୁଖମୟ ବୈବାହିକ ଜୀବନ ପ୍ରଦାନ କରିବା ।ତେବେ ଏହି ମନ୍ଦିର ଟି ହେଉଛି ଏକ ଗଣେଶ ମନ୍ଦିର ଯାହା ଜୋଧପୁର ଠାରେ ଅବସ୍ଥିତ ।ତେବେ ଏହି ମନ୍ଦିର ର ନାମ ହେଉଛି “ଇସ୍କିୟା ଗଜାନନ ” ଯାହା ପଛରେ ମଧ୍ୟ ଏକ ରଚନାତ୍ମକ କାହାଣୀ ରହିଛି ।

ତେବେ ଏହି ମନ୍ଦିର ର ସ୍ୱତନ୍ତ୍ରତା ଏହା କି ଯେ ଏହି ମନ୍ଦିର କୁ ବୃଦ୍ଧ ଲୋକଙ୍କ ଅପେକ୍ଷା ଅଧିକ ଯୁବ ଯୁବତୀ ଆସିଥାନ୍ତି। କାରଣ କୁହାଯାଏ କି ଏହି ଗଣେଶ ମନ୍ଦିର ରେ ଭଗବାନ ଙ୍କର ଏକ ଆଶୀର୍ବାଦ ପ୍ରେମୀ ଯୁଗଳ ଙ୍କ ଉପରେ ରହିଥାଏ। ଯିଏ ସତ ପ୍ରେମ କରିଥାଏ ଏବଂ ତାର ପ୍ରେମ କୁ ସବୁଦିନ ପାଇଁ ନିଜର କରିବାକୁ ଚାହେଁ ଭଗବାନ ଗଣେଶ ତାଙ୍କର ଇଚ୍ଛା ପୂରଣ କରିଥାନ୍ତି।

ତେବେ ଆଜି କାଲି ଆପଣ ଦେଖୁଥିବେ କି ଯୁବ ଯୁବତୀ ମାନେ ନିଜ ପସନ୍ଦର ଲୋକଙ୍କୁ ବିବାହ କରିବାକୁ ପସନ୍ଦ କରୁଛନ୍ତି। ମାତ୍ର କେତେକ କ୍ଷେତ୍ରରେ ଏହା ସମ୍ଭବ ହୋଇନଥାଏ। ତେଣୁ ସେମାନେ ନିଶ୍ଚିତ ଭାବରେ ଜୋଧପୁର ର ଏହି ଇସ୍କିଆ ଗଜାନନ ଙ୍କୁ ନିଶ୍ଚିତ ଦର୍ଶନ କରନ୍ତୁ ।ଆପଣଂକ ର ସମସ୍ତ ଇଚ୍ଛା ପୂରଣ ହେବ ଏବଂ ନିଜର ପ୍ରେମ ସଫଳ ହେବ ମଧ୍ୟ ।

ତେବେ ପୂର୍ବରୁ ଏହି ମନ୍ଦିର ର ନାମ ଏପରି ନଥିଲା।ଏହା ଏକ ସାଧାରଣ ଗଣେଶ ମନ୍ଦିର ଥିଲା ଯାହାର ନାମ ଥିଲା ଗଣପତି ମନ୍ଦିର ।ମାତ୍ର ଧୀରେ ଧୀରେ ଏହି ଗଣପତି ମନ୍ଦିର ର ବାବା ଗଣେଶ ଦମ୍ପତି ଙ୍କର ମାନସ୍କମନା ପୂର୍ଣ୍ଣ କରିବାକୁ ଲାଗିଲେ ।ଆପ ପରେ ଯେଉଁ ପ୍ରେମୀ ଯୁଗଳ ମାନେ ତାଙ୍କର ପ୍ରେମ କୁ ସଫଳ କରିବା ପାଇଁ ମାନସିକ କଲେ ବାବା ଗଣେଶ ତାଙ୍କର ଇଚ୍ଛା କୁ ମଧ୍ୟ ପୂର୍ଣ କଲେ ।ଫଳରେ ସେଠା କାର ଲୋକ ମାନେ ଏହି ଗଣପତି ମନ୍ଦିର ର ନାମ ପରିବର୍ତ୍ତନ କରି ଇସ୍କିଆ ଗଣେଶ ମନ୍ଦିର ଭାବରେ ନାମିତ କଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।