ଗାଧୋଇବା ପୁର୍ବରୁ ବେକରେ ଲଗାନ୍ତୁ ଏହି ଜିନିଷ, ପୁରା ସଫା ହେଇଯିବ ଆପଣଙ୍କ ବେକାର କଳା ପଣ 100 % ଗ୍ୟାରେଣ୍ଟି

0

ବର୍ତ୍ତମାନ ର ଏହି ପୋଷ୍ଟ ମର୍ଡନ ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବେଶ ଚିନ୍ତାରେ ରହିଥାନ୍ତି।ଯଦିଓ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଛନ୍ତି କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମ୍ଭର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ। ଯେପରି କି ମୁହଁ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳା ଦାଗ ଆସିବା, ମୁହଁରେ ଦାଗ ହେବା ଇତ୍ୟାଦି। ତେବେ ଏହି ସବୁ କାରଣରୁ ଆମର ସୁନ୍ଦରତା ଉପରେ ବାଧାପ୍ରାପ୍ତ ହୋଇଥାଏ।

ତେବେ ଆପଣ ମାନେ ଅନେକ ସମୟରେ ଦେଖିଥିବେ କି କେତେକ ଲୋକଙ୍କ ର ବେକ ର ପଛ ଭାବରେ କଳା ର ଦାଗ ହୋଇଯାଇଥାଏ। ତେବେ ଏହି ଦାଗ କୁ ରିମୁଭ କରିବା ପାଇଁ ମାର୍କେଟ ରେ ମିଳୁଥିବା କସମେଟିକ ବା ଭିନ୍ନ ଭିନ୍ନ ପ୍ରଡକ୍ଟ ର ବ୍ୟବହାର କରିଥାନ୍ତି ।

ତେବେ ଏହି ସବୁ ବ୍ୟବହାର କରିବା ଦ୍ବାରା ଏହାର ସାଇଡ ଇଫେକ୍ଟ ଆମ ଉପରେ ପଡିଥାଏ ଫଳରେ ଏହା ଆମର କ୍ଷତି କରିଥାଏ। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ କେତେକ ଆୟୁର୍ବେଦିକ ଉପାୟ ଜଣେଇବୁ ଯାହା କରିବା ଦ୍ୱାରା ଆପଣ ଙ୍କର ବେକ ପଛ ର କଳା ଦାଗ ସବୁଦିନ ପାଇଁ ଉଭେଇ ଯିବ। ତେବେ ଆସନ୍ତୁ ଜାଣିବା ସେହି ପ୍ରାକୃତିକ ଉପାୟ ଗୁଡ଼ିକ ବିଷୟରେ।

୧.ବେକିଂ ସୋଡା

ଏକ ପାତ୍ରରେ ଦୁଇ ଚାମଚ ବେକିଂ ସୋଡା ନିଅନ୍ତୁ ସେଥିରେ ଅଳ୍ପ ଟିକିଏ ପାଣି ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।ଆଉ ଗାଧେଇବା ର କିଛି ସମୟ ପୂର୍ବରୁ ଏହି ପେଷ୍ଟ କୁ ବେକ ର ପଛରେ ହୋଇଥିବା କଳା ଦାଗରେ ଲଗାଇ ଦିଅନ୍ତୁ ।ଏବଂ ପରେ ତାହାକୁ ଧୋଇନିଆନ୍ତୁ। ଏମିତି କରିବା ଦ୍ବାରା କଳାଦାଗ ଭଲ ହୋଇଯାଇଥାଏ।

୨.କଞ୍ଚା ଅମୃତଭଣ୍ଡା

ଗୋଟିଏ କଞ୍ଚା ଅମୃତଭଣ୍ଡା କୁ ଦୁଇ ଫାଳ କରି କାଟି ନିଅନ୍ତୁ। ଏବଂ ଏହାକୁ ଗ୍ରାଇଡିଂ କରିନିଅନ୍ତୁ ।ଏବଂ ଏହି ପେଷ୍ଟ ରେ ଗୋଟିଏ ଚାମଚ ଗୋଲାପ ଜଳ ଏବଂ ଏକ ଚାମଚ ଦହି ମିଶାଇ ଦିଅନ୍ତୁ। ଏହାକୁ ବେକରେ ଲଗାଇ କିଛି ସମୟ ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ। ପରେ ଏହାକୁ ଭଲ ଭାବରେ ଧୋଇନିଅନ୍ତୁ।ଏପରି ସପ୍ତାହ ରେ ଥରେ କରିବା ଦ୍ୱାରା ଏହା ଲାଭଦାୟକ ହୋଇଥାଏ ।

୩.ଲେମ୍ବୁ ଓ ମହୁ

ଲେମ୍ବୁ ଓ ମହୁ କୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ ।ଏବଂ ଏହି ପେଷ୍ଟ ଟିକୁ ଗାଧେଇବା ର କିଛି ସମୟ ପୂର୍ବରୁ ବେକ ର ପଛ ଭାଗରେ ହୋଇଥିବା କଳା ଦାଗ ରେ ଲଗାଇ ଦିଅନ୍ତୁ। ଏବଂ ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ ।ପରେ ନରମାଲ ପାଣିରେ ଏହାକୁ ଧୋଇନିଅନ୍ତୁ ।ଏହା ବହୁତ ଲାଭବାନ ଅଟେ।

୪.ଲେମ୍ବୁ

ଲେମ୍ବୁ ରେ ଭିଟାମିନ C ରହିଥାଏ ।ଯାହାକି ଆମ ଶରୀରର ତ୍ୱଚା ପାଇଁ ପ୍ରାକୃତିକ ଚିକ୍କଣ କରିବାରେ ସାହାଯ୍ୟ କରେ। ତେବେ ଆପଣ ଲେମ୍ବୁ କୁ ମଧ୍ୟ କଳାଦାଗ ଦୁରକରିବା ପାଇଁ ବ୍ୟବହାର କରିପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।