Ollywood News – ଅଭିନେତ୍ରୀ ଅର୍ଚ୍ଚିତା ପ୍ରଥମ ଥର ପାଇଁ କଲେ ଜାଗର ଏବଂ ପାଳିଲେ ମହା ଶିବରାତ୍ରି ସୋସିଆଲ ମିଡିଆରେ ଫଟୋ ଭାଇରାଲ

0

ଓଲିଉଡ଼ ର ସବୁ ଠାରୁ ହିଟ୍ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା। ଏହି ଯୋଡ଼ି ର କମାଲ କୁ ଆମେ ମାନେ ସମସ୍ତେ ବହୁତ ଥର ପରଦା ଉପରେ ଦେଖିଛେ। ଦୁଇଜଣ ଯାକ ଆମ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟରିଆଲ ର ଏକ ସଫଳ ଏବଂ ବହୁତ ପରିଚିତ ଚେହେରା। ଦୁଇ ଜଣଙ୍କ ସାଙ୍ଗରେ କିଛି ସିନେମା ଯେମିତିକି ୨୦୦୮ ରେ ପ୍ରଥମ ଥର ପାଇଁ ମୁଁ ସପନ ର ସୌଦାଗର ଫିଲ୍ମ ରେ ଏକାଠି ଆସିଥିଲେ ସବ୍ୟ – ଅର୍ଚ୍ଚିତା।

ଏହାପରେ ମୋତେ ଆଣିଦେଲ ଲକ୍ଷେ ଫଗୁଣ, ପାଗଳ କରିଛି ପାଉଁଜି ତୋର, କେଉଁ ଦୁନିଆ ରୁ ଆସିଲ ବନ୍ଧୁ, ଆଦି ସବୁ ସିନେମା ରେ ସବ୍ୟ ଅର୍ଚ୍ଚିତା ଯୋଡ଼ି ଦେଖିବାକୁ ମିଳିଥିଲା। ତେବେ ତୋର ମୋର ଯୋଡ଼ି ସୁନ୍ଦର ସିନେମା ତିକୁ ବେଶି ଦର୍ଶକ ପସନ୍ଦ କରିଥିଲେ,

ଦର୍ଶକ ଙ୍କ ଦ୍ଵାରା ଆଦୃତ ହୋଇଥିଲା। ଓଲିଉଡ଼ କୁ ଏପରି ବହୁତ ହିଟ୍ ସିନେମା ଦେଉ ଦେଉ ସେମାନେ ନିକଟତର ହୋଇ ଏତେ ବର୍ଷ ପରେ ସର୍ବ ଶେଷ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେବେଳ ଅନ୍ ସ୍କ୍ରିନ୍ ନୁହଁ ସତ ଲାଇଫ ରେ ମଧ୍ୟ ଏହି ଯୋଡ଼ି ହିଟ୍ ଏବଂ ଲୋକ ମାନେ ଏହି ସଫଳ ଯୋଡ଼ି କୁ ବେଶ ଭଲ ମଧ୍ୟ ପାଆନ୍ତି। ଏବେ ଏହି ରିଲ୍ ଲାଇଫ ଯୋଡ଼ି ରିଅଲ ଲାଇଫ ରେ ପରସ୍ପର ର ହାତ ଧରିଛନ୍ତି।

ବର୍ତ୍ତମାନ ସମୟରେ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି ହିଟ୍ ଯୋଡି ସବ୍ୟ ଆଉ ଅର୍ଚ୍ଚିତା। ଗତ ୧ ମାର୍ଚ୍ଚ ଦିନ ରାଜସ୍ଥାନ ର ଉଦୟପୁର ସହର ର ଏକ ପ୍ୟାଲେସ୍ ରେ ଡେଷ୍ଟିନେସନ୍ ବିବାହ କରିଛନ୍ତି ଏହି ଚର୍ଚ୍ଚିତ ଯୋଡ଼ି। ଗୋଟେ ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ନିଜର ବିବାହ ର ନିମନ୍ତ୍ରଣ ପତ୍ର କୁ ସବ୍ୟ ଓ ଅର୍ଚ୍ଚିତା ଉଭୟ ସୋସିଆଲ ମିଡ଼ିଆ ଦ୍ଵାରା ପୋଷ୍ଟ କରି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ଏବଂ ସାରା ଓଡ଼ିଶାବାସୀ ଙ୍କ ଭଲ ପାଇବା କାମନା କରିଥିଲେ। ତେବେ ରାଜସ୍ଥାନ ର ଏହି ବିଳାସ ପୂର୍ଣ୍ଣ ସ୍ଥାନ ରେ ବୈଦିକ ରୀତି ନୀତି ରେ ବିବାହ କରିଛନ୍ତି ଏହି ଯୋଡ଼ି।

ତେବେ ବିବାହ ସରିବା ପରେ ରାଜସ୍ଥାନ ରୁ ଫେରିଛନ୍ତି ସବ୍ୟ ଓ ଅର୍ଚ୍ଚିତା। ଏବେ ତୋ ମହାଶିବରାତ୍ରି ର ପୂଜା ଚାଲିଛି। ଏବଂ ଆଜି ହେଉଛି ଜାଗର। ପୌରାଣିକ ଆଧାର ରେ ଯାହା ଶୁଣିବାକୁ ମିଳେ ସମୁଦ୍ର ମନ୍ଥନ ରୁ ହଳା ହଳ ବିଷ ନିର୍ଗତ ହୋଇଥିଲା ସଂସାର ର ରକ୍ଷା ପାଇଁ ମହାଦେବ ତାକୁ ପାନ କରିଥିଲେ। ଏକଥା ଭି ଶୁଣିବାକୁ ମିଳେ ଯେ ଶିବରାତ୍ରି ରେ ମହାଦେବ ତାଣ୍ଡବ ନୃତ୍ୟ ମଧ୍ୟ କରିଥିଲେ।

ତେବେ ଆଜିର ଏହି ପବିତ୍ର ଶିବରାତ୍ରି ଦିନରେ ନୂଆ କରି ବିବାହ କରିଥିବା ହିରୋଇନ୍ ଅର୍ଚ୍ଚିତା ସାହୁ ନିଜ ବୈବାହିକ ଜୀବନ ରେ ସବୁ କୁଶଳ ମଙ୍ଗଳ ପାଇଁ ଜାଗର ପାଳି ମହାଦେବ ଙ୍କ ପୂଜା କରିଛନ୍ତି। ତେବେ ଆମେ ମଧ୍ୟ ଏହା ପ୍ରାର୍ଥନା କରୁଚୁ କି ମହାଦେବ ତାଙ୍କର ଜୀବନ ରେ କୃପା ବୃଷ୍ଟି କରନ୍ତୁ।\

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।