ଦେଖନ୍ତୁ – ସୁପରଫାଷ୍ଟ ଟ୍ରେନର ବାଥରୁମରେ ଥିବା ମହିଳାଙ୍କ ସହ କିଛି ଏଭଳି ଘଟିଲା ଶେଷରେ ଘଣ୍ଟେ ପର୍ଯ୍ୟନ୍ତ ଟ୍ରେନ୍ କୁ ଷ୍ଟେସନରେ ଠିଆ ହୋଇ ରହିବାକୁ ପଡିଲା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଭାରତୀୟ ଟ୍ରେନ୍ ସବୁବେଳେ ଲୋକ ମାନଙ୍କ ପାଖରେ ଚର୍ଚ୍ଚା ର ବିଷୟ ହୋଇ ରହିଆସିଛି, ହୁଏତ ତାହା ଟ୍ରେନ୍ ଲେଟ୍ ପାଇଁ ହେଇଥାଉ କିମ୍ବା ଏବେ ହେଉଥିବା ଟ୍ରେନ୍ ଏକ୍ସିଡେଣ୍ଟ୍ କିନ୍ତୁ ଏଥର କିଛି ଏପରି ହୋଇଛି ଯେଉଁ ସମ୍ପର୍କରେ ଆପଣ ମାନେ କଳ୍ପନା ମଧ୍ୟ କରିପାରିବେନି। ପ୍ରକୃତରେ ବିନା ଷ୍ଟପେଜ୍ ରେ ରହିବାକୁ ପଡିଲା ଆଉ ଘଣ୍ଟେ ପର୍ଯ୍ୟନ୍ତ ଲାଗିକରି ମହିଳା ଜଣକ ଙ୍କୁ ବାହାରିବା ପାଇଁ ଗ୍ୟାସ୍ କଟର୍ ରେ ବାଥରୁମ୍ କୁ କାଟିବା କୁ ପଡିଲା। ଘଣ୍ଟେ ପର୍ଯ୍ୟନ୍ତ ଟ୍ରେନ୍ କୁ ଷ୍ଟେସନରେ ଠିଆ ହୋଇ ରହିବାକୁ ପଡିଲା। ଏହି କାରଣ ରୁ ଟ୍ରେନ୍ ଅଧିକାରୀ ମାନେ ମଧ୍ୟ ଚିନ୍ତା ରେ ପଡିଗଲେ।


ପ୍ରକୃତରେ ୟୁପି ର ଅମେଠି ଜିଲ୍ଲା ର କସ୍ୱା ନିହାଲଗଡ ଗାଁ ର କାନଡି ରେ ବାସ କରୁଥିବା ମହିଳା ରାଜରାନୀ ଅହମ୍ମଦାବାଦ ର ସୁଲତାନ୍ ପୁର ସୁପରଫାଷ୍ଟ ର ସ୍ଲିପର କ୍ଲାସ୍ ରେ ଯାତ୍ରା କରୁଥିଲେ। ଅହମ୍ମଦାବାଦ ରୁ ଟ୍ରେନ୍ ରେ ବସି ଅମେଠି ପାଇଁ ବାହାରି ଥିଲେ। ଟ୍ରେନ୍ ସିଧା ବରେଲି ରୁ ବାହାରି ଲକ୍ଷ୍ନୌ ରେ ଅଟକିଥିଲା। ଏହାପରେ ଯେତେବେଳେ ଟ୍ରେନ୍ ଟି ଶାହାଜାହାପୁର ପହଁଞ୍ଚିବାର ଥିଲା ସେତେବେଳେ ହିଁ ଜଣେ ମହିଳା ନିଜ ର ପୁଅ କୁ ଟଏଲେଟ୍ ପାଇଁ ନେଇ ଯାଇଥିଲେ। କିନ୍ତୁ ତାଙ୍କୁ କଣ ଜଣାଥିଲା ସେତେବେଳେ ତାଙ୍କ ସହ ଏକ ବଡ ଅଘଟଣ ଘଟିବାର ଥିଲା ବୋଲି।


ମହିଳା ଜଣକ ଯେତେବେଳେ ବାଥରୁମ୍ ରୁ ବାହାରୁଥିଲେ ସେତେବେଳେ ଏକ ଝଟ୍କା ଲାଗିଲା ଏବଂ ମହିଳା ଜଣକ ବାଥରୁମ୍ ପଡିଗଲେ। ମହିଳା ଜଣକ ଉଠିବାକୁ ଚେଷ୍ଟା କରୁଥିବା ସମୟ ରେ ବାଥରୁମ୍ ପାଇପ୍ ରେ ତାଙ୍କର ଗୋଡ ପଡିଗଲା। ବାଥରୁମ୍ ପାଇଁ ଆସିଥିବା ଆଉ ଜଣେ ମହିଳା ତାଙ୍କୁ ଦେଖି ପାଟି କରିଥିଲେ। ମହିଳା ଜଣକ ସେଠାରେ ପଡି କଷ୍ଟ ପାଉଥିଲେ। ଯାତ୍ରୀ ମାନେ ଏହି ଖବର ସମ୍ପର୍କରେ ଟିଟି ଙ୍କୁ କହଗଥିଲେ। ଏହାପରେ ଲୋକ ମାନେ ଟ୍ରେନ୍ ର ଚେନ୍ ଟାଣି ଟ୍ରେନ୍ ଟି କୁ ରଖିଥିଲେ ଏବଂ କଣ୍ଟୋଲ୍ ରୁମ୍ କୁ ଏହି ସମ୍ପର୍କରେ ଜଣେଇ


ମହିଳା ଙ୍କ ସହିତ ଏହି ଘଟଣା ଟି ହେବା ପରେ ରେଲୱେ ପ୍ରଶାସନ ରେ ହଲ୍ ଚଲ୍ ମଚିଯାଇଥିଲା। କଣ୍ଟୋଲ୍ ରୁମ୍ ଷ୍ଟେସନ ଅଧିକାରୀ ଓମଶିବ୍ ଅବସ୍ଥି ଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।ଟ୍ରନ୍ ଟି କୁ ଦିନ 12 ଟା ବେଳେ ପ୍ଲାଟଫର୍ମ ନମ୍ବର 1 ର ରେଳ ଲାଇନ୍ କୁ ଅଣା ଯାଇଥିଲା। ଅଧିକାରୀ ମାନେ ପାଇପ୍ କାଟିବା ପାଇଁ ଗ୍ୟାସ୍ କଟର୍ ଆଦି ର ବ୍ୟବସ୍ଥା କରିଲେ। ଘଣ୍ଟେ ପରେ କଧିକାରୀ ମାନଙ୍କୁ ସଫଳତା ମିଳିଲା ଏବଂ ପାଇପ୍ କୁ କାଟି ମହିଳା ଙ୍କୁ ବାହାର କରିବାରେ ସେମାନେ ସଫଳ ହୋଇଥିଲେ ଓ ଭାଗ୍ୟକୁ ଏଭଳି ଏକ୍ସିଡେଣ୍ଟ ରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।