ଅସହାୟ ବାପା – ମାଆ ଙ୍କ ଦୁଃଖଭରା କାହାଣୀ , ଘରୁ ତଡିଦେଲେ ପୁଅ ବୋହୂ ଏବେ ଗଛ ମୂଳେ ବାପା ମାଆ ଏହି ପୁଅ ବୋହୂ କୁ କେଉଁ ଦଣ୍ଡ ଦେବା ଦରକାର କମେଣ୍ଟ କରନ୍ତୁ

0

ପିତା ମାତା ହେଉଛନ୍ତି ଚଳନ୍ତି ଦେବତା। ମନ୍ଦିର ରେ ଥିବା ମୂର୍ତ୍ତି କୁ ପୂଜା ନକରି ଯଦି କେହି ଏହି ପିତା ମାତାଙ୍କ ର ସେବା ଏବଂ ଆଦର କରିବ ସେ ସବୁଠାରୁ ବେଶୀ ପୁଣ୍ୟ ଅର୍ଜନ କରି ପାରିବ। ପିତା ମାତା ଅନେକ ଦୁଃଖ କଷ୍ଟ ସହି ପୁଅ କୁ ବଡ କରନ୍ତି । ତାକୁ ପାଠ ପଢେଇବାବା ଅନେକ ପ୍ରକାର ଦୁଃଖଦ ପରିସ୍ଥିତି ଦେଇ ଗତି କରନ୍ତି ପିତା ମାତା।

କେବଳ ଗୋଟିଏ ମନରେ ଇଚ୍ଛା ରଖିଥାନ୍ତି ପିତା ମାତା ଯେ ପରିଣତ ବୟସରେ ତାଙ୍କୁ ପୁଅ ବୋହୂ ତାଙ୍କର ଆଦର ଆଉ ସେବା କରିବେ। ମାତ୍ର ଶେଷରେ ତାଙ୍କୁ ଏପରି ଦୁଃଖ ସହିବାକୁ ପଡେ। ଯାହା ଆଜି ଚର୍ଚ୍ଚା ପଲଟିଛି ସୋସିଆଲ ମିଡିଆରେ।

ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ସୋର ବ୍ଲକ୍ ଅନ୍ତର୍ଗତ ସୁଲତାନ ପୂର୍ ଗ୍ରାମର ଏହି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ବୃଦ୍ଧ ବାପା ମା ଙ୍କୁ ନିଜ ରକ୍ତର ପୁଅ ଘରୁ ବିତାଡ଼ିତ କରି ଦେଇଛି। ଯାହା ଶୁଣିଲେ ଦେହରେ ଲୋକ ଆନ୍ଦୋଳିତ ହୋଇ ପଡୁଛି। ଯେଉଁ ବାପା ମା ଦିନେ ଛିଣ୍ଡା କନା ପିନ୍ଧି ନିଜ ପୁଅ କୁ ଭଲ କପଡ଼ା ଖଣ୍ଡେ ଦେଇଥିଲେ କେବଳ ତାଙ୍କର ପୁଅ ଭଲ ପୋଷାକ ଖଣ୍ଡେ ପିନ୍ଧୁ।

କାହିଁକି କି ନା ପୁଅ ତାଙ୍କର ପାଞ୍ଚ ଲୋକ ସହିତ ମିଶିବ ଛିଣ୍ଡା କନା କେମିତି ପିନ୍ଧି ବାହାରିବ ବାହାରକୁ। ତେଣୁ ସେମାନେ ଅନ୍ୟ ଘରେ କାମ ପାଉଟିଏ କରି ଉପାର୍ଜନ କରି ପୁଅ କୁ ମଣିଷ କରିଲେ ସତ ମାତ୍ର ତାର କରୁଣ ପରିସ୍ଥିତି ଆଜି ସେମାନଙ୍କୁ ବେଶୀ ଆଘାତ କରିଛି।

ଏହି ବୃଦ୍ଧ ପିତା ହେଲେ ପ୍ରହ୍ଲାଦ ମହାଳିକ ଏବଂ ତାଙ୍କର ପତ୍ନୀ ହେଲେ ଅନ୍ନପୂର୍ଣ୍ଣା ମହାଳିକ। ଏହି ପରିଣତ ବୟସରେ ଆଜି ତାଂକୁ ରାସ୍ତା କଡ଼ରେ ଭିକ ମାଗିବାକୁ ପଡୁଛି। କାରଣ ଦୁଇ ପେଟ ର ଭୋକ ନିବାରଣ ପାଇଁ ଅନ୍ୟ ଆଗରେ ହାତ ପତାଇବା ଛଡା ଆଉ କିଛି ଉପାୟ ନାହିଁ। ତେବେ ନିଜର ପୁଅ ବୋହୂ ପାଇଁ ସେମାନେ ଆଜି ବୋଝ ପାଲଟି ଯାଇଛନ୍ତି। ନିଜେ ଯେଉଁ ପୁଅ କୁ ମଣିଷ କରି ଗୋଡ଼ରେ ଛିଡା କଲେ ସେହି ପୁଅ ଆଜି ବୋହୂ କଥା ରେ ପଡି ତାଂକୁ ନିଜ ଘରୁ ବାହାର କରି ଦେଇଛି।

କେବଳ ସେତିକି ନୁହେଁ ତାଙ୍କର ଦୁଇଟି ପୁଅ। ଆଉ ଆଜି ସେମାନଙ୍କୁ ମଧ୍ୟରୁ ଜଣଙ୍କର ବି ହୃଦୟ ଥରେ ବାଧା ଦେଲା ନାହିଁ ଘରୁ ତାଙ୍କୁ ବିତାଡ଼ିତ କରିବା ଆଗରୁ। ଏହିପରି ପୁଅ କାହାକୁ ହୁଏତ ନ ମିଳୁ ବୋଲି ଆପଣ ମଧ୍ୟ ମନରେ ଏହି ଲେଖା ପଢି ଭାବୁଥିବେ। ତେବେ ବିନା ସ୍ବାର୍ଥ ରେ ପୁଅ ଦୁଇଟି କୁ ମଣିଷ କରି ଛିଡ଼ା କରିଥିବା ବାପା ମା ଆଜି ତାଙ୍କ ପାଇଁ ବୋଝ ମୁଣ୍ଡାଇଥିବା ପରି ଲାଗିଲା। ତେଣୁ ସେମାନେ ନିଜ ସ୍ତ୍ରୀ ମାନଙ୍କ କଥାରେ ପଡି ଘରୁ ବାହାର କରି ଦେଲେ।

ତେବେ ଆପଣ ମାନେ ନିହାତି ଥରେ ଭାବନ୍ତୁ ଏପରି ପୁଅ ଏବଂ ବୋହୂ ଙ୍କୁ କେଉଁ ଶାସ୍ତି ଦେବା ଉଚିତ୍ ଯାହା ଦ୍ଵାରା ଅନ୍ୟ ମାନେ ମଧ୍ୟ ଏପରି କରିବାକୁ ଡରିବେ। ଆପଣଙ୍କ ମତାମତ ନିହାତି ଦିଅନ୍ତୁ। କାରଣ ଏପରି କୁସଂସ୍କାର ସମାଜରୁ ବିଲୋପ ହେବା
ଏକାନ୍ତ କାମ୍ୟ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।