Ajira Anuchinta – ମୁଣ୍ଡବାଳ କୁଣ୍ଡେଇବା ସମୟରେ ହାତରୁ ପାନିଆ ଖସିଗଲେ କଣ ସୂଚନା ମିଳିଥାଏ ।

0

ଭାରତ ଏକ ଦେବ ପରାୟଣ ଭୂମି।ଏହା ଏକ ସାମ୍ବିଧାନିକ ରାଷ୍ଟ୍ର।ଭାରତବର୍ଷ ରେ ସୁରୁଖୁରରେ ଜୀବନ ଯାପନ ଅତିବାହିତ କରିବାକୁ ହେଲେ କିଛି ନୀତି ନିୟମ କୁ ଅବଲମ୍ବନ କରିବାକୁ ପଡ଼ିଥାଏ। ଭାରତୀୟ ଶାସ୍ତ୍ର ଗ୍ରନ୍ଥ ରେ ଜୀବନ ଶୈଳୀରେ ନିର୍ଦ୍ଧିଷ୍ଟ ନୀତି ନିୟମ କଥା ନିତିଜ୍ଞ ମାନେ ମତବ୍ୟକ୍ତ କରିଛନ୍ତି। ତେବେ ଆସନ୍ତୁ ଜାଣିବା କିଛି ଜୀବନର ଶୁଭ ଅଶୁଭ ଫଳ କଥା।ଭାରତୀୟ ଧର୍ମଶାସ୍ତ୍ର ରେ ଏହି ସବୁ କଥା ବର୍ଣ୍ଣିତ ହୋଇଛି।

1.ଯେଉଁ ଲୋକ ମାନେ ଖାଦ୍ୟ ଖାଇସାରିବା ପରେ ଓଇଁଠା ବାସନ ଛାଡିବାର ଅଭ୍ୟାସ ଥାଏ,ସେମାନେ ପ୍ରାପ୍ତି ଥିବା ସଫଳତା ହରେଇଥାନ୍ତି ତଥା ସଫଳତା ବହୁ ଶୀଘ୍ର ପ୍ରାପ୍ୟ ହୁଏନାହିଁ।

2.ଯେଉଁ ମାନେ ସୂର୍ଯ୍ୟ ଉଦୟ , ଅସ୍ତ ତଥା ମଧ୍ୟାହ୍ନ ସମୟରେ ବା ଖାଇବା ବେଳେ କଳି କରନ୍ତି ସେମାନଙ୍କୁ ଦୁଃଖ ଦାରିଦ୍ର୍ୟ ମିଳିଥାଏ।

3.ଯେଉଁ ମାନେ ଅମାବାସ୍ୟାରେ ଆମିଷ ଭକ୍ଷଣ କରନ୍ତି ସେମାନେ ଦୁର୍ଘଟଣା ରେ ସମ୍ମୁଖୀନ ହୋଇଥାନ୍ତି।

4.ମଙ୍ଗଳବାର,ଶନିବାର,ଦ୍ଵାଦଶ, ଏକାଦଶୀ, ଅମାବାସ୍ୟା,ପୂର୍ଣ୍ଣିମା ତିଥିରେ ବାଳ କରିବାର ଅଭ୍ୟାସ ଥାଏ ,ସେମାନେ ଦୁଃଖ ଲାଭ କରନ୍ତି।

5.ଯେଉଁ ମାନେ ବାରମ୍ବାର ମୁଣ୍ଡ ବାଳକୁ ସ୍ପର୍ଶ କରନ୍ତି ସେମାନେ ଅମଙ୍ଗଳ ର ଭାଗୀଦାର ହୁଅନ୍ତି।

6.ବାଳ କୁଣ୍ଡେଇଲା ବେଳେ ଯଦି ପାନିଆ ଖସିପଡେ ତଥା କର୍ଣ୍ଣ ପ୍ରଦେଶେ ବାଳ ଉଠିଲେ ଅଶୁଭ ଫଳ ପ୍ରାପ୍ତି ହୁଏ।

7.ଯେଉଁ ମାନଙ୍କର ଗରମ ପାଣିରେ ଗାଧୋଇବାରେ ଅଭ୍ୟାସ ଥାଏ ସେମାନେ ଆଖି ରୋଗ ତଥା ବାଳ ଝାଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

8.ଯେଉଁ ମାନଙ୍କର ସର୍ବଦା ନାକ ରେ ଆଙ୍ଗୁଠି ପୁରେଇବାର ଅଭ୍ୟାସ ଥାଏ ବା ଦାନ୍ତ ରଗଡ଼ିବାର ଅଭ୍ୟାସ ଥାଏ ସେମାନଙ୍କ ଜୀବନ ରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ ତଥା ସାମାଜିକ ପ୍ରତିଷ୍ଠା ନଷ୍ଟ ହୋଇଯାଏ।

9.ଯେଉଁମାନେ ବାହାରୁ ଆସିବା ପରେ ଜୋତା, ସକ୍ସ ଆଦି ଏଣେତେଣେ ପକାନ୍ତି ସେମାନଙ୍କୁ ଶତ୍ରୁ ବୃଦ୍ଧି ସହ ଅମଙ୍ଗଳ ହୋଇଥାଏ।

*ଏହାଥିଲା କିଛି ଅଶୁଭ ଫଳ ର ସୂଚନା।ଆସନ୍ତୁ ଜାଣିବା କିଛି ଶୁଭ ଫଳ ବିଷୟରେ –

1.ଯେଉଁମାନେ ଘରେ ଗଛ ଲଗାଇ ସେଥିରେ ସକାଳ ସଂଧ୍ୟା ରେ ଜଳ ଦେଉଥିବେ ସେମାନଙ୍କ ଜୀବନରେ ସମସ୍ୟା ଦୂର ହୋଇଯାଏ ତଥା ବିପଦ ସହ ସଂଗ୍ରାମ କରିବାର ଶକ୍ତି ମିଳିଯାଏ।

2.ଗାଧୋଇବା ସମୟରେ ସବୁବେଳେ ପାଦ ସଫା କରିବା ଉଚିତ ଏବଂ ବାହାରୁ ଆସିଲେ ପାଦ ଭଲଭାବେ ଧୋଇଲେ ମନ ସ୍ଥିର ରହେ ତଥା ମନର ଶକ୍ତି ବୃଦ୍ଧି ହୁଏ।

3.କର୍ମ କ୍ଷେତ୍ରରୁ ଘରକୁ ଫେରିବାବେଳେ କିଛି ନ କିଛି ଜିନିଷ ଆଣିବା ଉଚିତ। ଏହାଦ୍ବାରା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି,ଘରର ଧନ ବୃଦ୍ଧି ହୁଏ,ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ। ଏଭଳି ଆହୁରି ଅନେକ କଥା ଆମ ହିନ୍ଦୁ ଧର୍ମ ଶାସ୍ତ୍ର ତଥା ଶକୁନ ଶାସ୍ତ୍ରରେ ଶୁଭ ଅଶୁଭ ଫଳ ପ୍ରାପ୍ତି କଥା ବର୍ଣ୍ଣିତ ହୋଇଛି।ତେଣୁ ସମସ୍ତେ ନୀତଶାସ୍ତ୍ର ଅନୁସାରେ ଜୀବନ ଜାପାନ କଲେ ଜୀବନ ସୁନ୍ଦରମୟ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।