ଦେଖନ୍ତୁ ଭିଡ଼ିଓ – ଆଶ୍ଚର୍ଯ୍ୟ ! ଶିବରାତ୍ରି ରେ ମନ୍ଦିର ପ୍ରାଙ୍ଗଣରେ ସ୍ୱୟଂ ଦେଖା ଦେଲେ ଭୋଳା ମହାଦେବ ଙ୍କ ସାପ ଦେଖିବା ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ…

0

ଭାରତ ଏକ ଧାର୍ମିକ ରାଷ୍ଟ୍ର।ଭାରତ ରେ ବହୁତ ପର୍ବ ପର୍ବାଣୀ ପାଳିତ ହୁଏ।ତେବେ ଚଳିତ ବର୍ଷ ମାର୍ଚ୍ଚ ୧୧ ଗୁରୁବାର ଦିନ ଭଗବାନ ଶିବଙ୍କର ମହାପର୍ବ ମହାଶିବରାତ୍ରୀ ଭାରତର ସବୁ ପ୍ରାଙ୍ଗଣରେ ପାଳିତ ହୋଇଥିଲା।ଏହି ମହାଶିବରାତ୍ରୀ ପର୍ବ ଟିକୁ ଓଡ଼ିଶାରେ ଜାଗର ବୋଲି କୁହାଯାଏ।କହିବା ପ୍ରଥା ଅନୁଯାୟୀ ଏହି ଦିନ ସମସ୍ତେ ଉପବାସ ରହି ପୁରା ରାତି ଉଜାଗର ରହିଥାନ୍ତି।ଓଡ଼ିଶାରେ ବିଭିନ୍ନ ସ୍ଥାନରେ କିଛି ସ୍ଥାପିତ ଲିଙ୍ଗ ପୂଜା ପାଆନ୍ତି ତ ଆଉ କିଛି ସ୍ଥାନରେ ପାତାଳ ରୁ ବିରାଜ ହୋଇଥିବା ଲିଙ୍ଗ ପୂଜା ପାଇଥାନ୍ତି।

ତେବେ ଶିବ ବାବା ଙ୍କୁ ଆଶୁତୋଷ ବୋଲି କୁହାଯାଏ।କାରଣ ଶୀଘ୍ର ସେ ଭକ୍ତ ର ପ୍ରାର୍ଥନାରେ ତୃପ୍ତି ହୋଇଯାଆନ୍ତି।ତେଣୁ ଓଡ଼ିଶାରେ ପ୍ରାୟତଃ ଅଧିକାଂଶ ଏହି ଦିନ ଉପବାସ ରହି ନିଜର ମନସ୍କାମନା ପୂରଣ ପାଇଁ ଭଗବାନ ଶିବଙ୍କୁ ଆରାଧନା କରିଥାନ୍ତି।ଏହା ଦ୍ଵାରା ତାଙ୍କର ମନୋବଞ୍ଛା ମଧ୍ୟ ପୂରଣ ହୋଇଥାଏ।

ଏହି ମହାଶିବରାତ୍ରୀ ଦିନ ବିଭିନ୍ନ ମନ୍ଦିର ମାନଙ୍କରେ ବିରଳ ଦୃଶ୍ୟମାନ ପରିଲକ୍ଷିତ ହୋଇଥାଏ।କିଛି ଶୁଭ ତ କିଛି ଅଶୁଭ ସଂକେତ ମିଳିଥାଏ।ତେବେ ଚୌଦ୍ଵାର ସ୍ଥିତ ଗନ୍ଧର୍ବନାଥ ଶୈବ ପୀଠରେ ଏକ ବିରଳ ଦୃଶ୍ୟ ମହାଶିବରାତ୍ରୀ ପୂର୍ବ ଦିନ ଦେଖିବାକୁ ମିଳିଥିଲା।ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ମନ୍ଦିର ସାଜସଜ୍ଜା ସମୟରେ ଏକ ନାଗ ସାପ ସେହି ସ୍ଥାନରେ ବୁଲୁଥିବାର ଦେଖିବାକୁ ମିଳିଥିଲା।

ଯାହାକି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ୍ଲ୍ ହେବାରେ ଲାଗିଛି।ଶୈବ ପୀଠରେ ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକ ଭିଡ ହୋଇଥିଲେ। ଏବଂ କିଛି ପିଲା ଏହି ଭିଡିଓ ଶୁଟ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ।ତେବେ ଏହି ଭିଡିଓ ର ସତ୍ୟତା ପାଇଁ ମିଡ଼ିଆ ବାଲା ଉପସ୍ଥିତ ହୋଇଥିଲେ।ଏବଂ ମନ୍ଦିରର ପୂଜକ ତଥା ଭକ୍ତ ମାନଙ୍କୁ ଏହି ଦୃଶ୍ୟ ର ସତ୍ୟତା ଉପରେ ପ୍ରଶ୍ନ ପଚାରିଥିଲେ।

ସେହି ଶୈବପୀଠ ର ଲୋକ ମାନଙ୍କର ପ୍ରତିକ୍ରିୟା ଥିଲା ଯେ ହଁ ସାପ ଖେଳୁଥିବା ର ଦୃଶ୍ୟ ସତ୍ୟ ଅଟେ।ପୂଜକ ତଥା ଲୋକଙ୍କ କହିବା ଅନୁଯାୟୀ ମହାଶିବରାତ୍ରି ପୂର୍ବଦିନ ଏପରି ଦୁର୍ଲଭ ବିରଳ ଦୃଶ୍ୟ ଆଗରୁ କେବେ ଦେଖିନଥିଲେ।ଏହି ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ମନ ରେ ଭକ୍ତି ଭାବନା ଦେଖିବାକୁ ମିଳିଥିଲା।ଏହା ଭଗବାନ ଶିବଙ୍କ ର ଶ୍ରଦ୍ଧାଳୁ ମାନଙ୍କ ପ୍ରତି ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହିପରି ଦୃଶ୍ୟ ସବୁଆଡେ ଦେଖିବାକୁ ମିଳେ ନାହିଁ।ତେବେ ଗନ୍ଧର୍ବ ନାଥ ଶୈବ ପୀଠରେ ସେଦିନ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଭରି ଉଠିଥିଲା।ଭଗବାନ ଶିବ ସମସ୍ତଙ୍କୁ ମାନ ବାଞ୍ଛିତ ଫଳ ପ୍ରଦାନ କରିଥାନ୍ତି।ଓଡ଼ିଶାରେ କହିବାନୁଯାୟୀ ଝିଅ ମାନେ ଏହି ଦିନ ଉପବାସ କଲେ ନିଜ ଇଚ୍ଛା ମୁତାବକ ସ୍ଵାମୀ ପାଇଥାନ୍ତି।ତେବେ ସବୁଆଡେ ଏହି ପର୍ବର ଭାବନା କିଛି ଥିବା ବେଳେ ଓଡ଼ିଶାରେ ଏହା ର କିଛି ନିଆରା ଭାବନା ପରିଲକ୍ଷିତ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।