ସତର୍କ ସୂଚନା – ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଏହି ୭ ଟି ଜିଲ୍ଲା କୁ ୟୋଲ ୱାର୍ନିଙ୍ଗ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ……

0

ବନ୍ଧୁଗଣ ଆମେ ଜାଣିଚୁ ଯେ ଗୋଟିଏ ବର୍ଷରେ ୧୨ ଟି ମାସ ଏବଂ ୬ ଟି ଋତୁ ରହିଥାଏ। ତେବେ ପ୍ରତି ଦୁଇ ମାସ କୁ ନେଇକରି ଗୋଟିଏ ୠତୁ ହୋଇଥାଏ କିନ୍ତୁ ବର୍ତ୍ତମାନ ର ପରିବେଶ ର ପରିବର୍ତ୍ତନ ଯୋଗୁଁ ଆମେ ବଧେ ୬ ଟି ନୁହେଁ ବରଂ ମାତ୍ର ଚାର ଟି ଋତୁ କୁ ଅନୁଭବ କରିଥାଉ ତଥା ଗ୍ରୀଷ୍ମ, ବର୍ଷା, ଶୀତ ଏବଂ ବସନ୍ତ ଅନ୍ୟ ଦୁଇ ଋତୁ ବହୁତ କମ ମାତ୍ରରେ ଆମେ ଅନୁଭବ କରିଥାଉ ।

ତେବେ ଏମାନଙ୍କ ମଧ୍ୟରୁ ବର୍ଷା ଋତୁ ଟି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।କିନ୍ତୁ ଯେତେବେଳେ ଏହି ବର୍ଷା ବର୍ଷା ଋତୁରେ ନହୋଇ ଗ୍ରୀଷ୍ମ ଋତୁରେ ହୋଇଥାଏ। ସେତେବେଳେ ଆମ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ।

ତେବେ ଗ୍ରୀଷ୍ମ ଋତୁରେ ହେଉଥିବା ବର୍ଷା କୁ ଆମେ କାଳବର୍ଷା ବା କାଳ ବୈଶାଖୀ ବୋଲି କହିଥାଉ କାରଣ ଏହା ବହୁ ଜନ ଜୀବନ ନଷ୍ଟ କରିଥାଏ। ଏହି ବର୍ଷା ବହୁତ ଉଗ୍ର ରୂପ ଧାରଣ କରିଥାଏ ଏବଂ ଏହା ଆମ ପରିବେଶ ତଥା ମାନବ ଜାତି ଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ ।ତେବେ ଚଳିତ ବର୍ଷ ର ଆରମ୍ଭ ରୁ କାଳ ବୈଶାଖୀ ର ତାଣ୍ଡବଲୀଳା ସରିବା ପରେ ବର୍ତ୍ତମାନ ପୁଣି ଏହା ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।

ସୂଚନାଯୋଗ୍ୟ ଯେ,ପାଣିପାଗ ବିଭାବ ରୁ ସୂଚନା ଦିଆଯାଇଛି ଯେ ଆସନ୍ତାକାଲି ଏବଂ ଆଜି ଅପରାହ୍ନରେ ଓଡ଼ିଶାର ଉତ୍ତର-ପଶ୍ଚିମ ଭାଗରେ କାଳ ବୈଶାଖୀ ହେବାକୁ ଯାଉଛି। ଏହି କାଳ ବୈଶାଖୀ ପ୍ରଭାଵ ଓଡ଼ିଶାର ର ୭ ଟି ଜିଲ୍ଲା ଉପରେ ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କାର୍ଯ୍ୟାଳୟ। ତେବେ ପାଣିପାଗ କାର୍ଯ୍ୟାଳୟ ର ସୂଚନା ଅନୁସାରେ ଏହି ୭ ଟି ରାଜ୍ୟ ହେଉଛି ଝାଡ଼ସୁଗୁଡା,ଅନୁଗୁଳ, କେଉଁଝର, ମୟୁରଭଞ୍ଜ ,ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡା ।ଏହି ରାଜ୍ୟ ଗୁଡିକୁ ପାଣିପାଗ ବିଭାଗ ତରଫରୁ ୟୋଲ ୱାର୍ନିଙ୍ଗ ଦିଆଯାଇଛି।

ଏହା ଛଡ଼ା ଅନ୍ୟ ଏକ ସୂଚନା ପାଣିପାଗ ବିଭାଗ ରୁ କହୁଯାଇଛି ଯେ ଆସନ୍ତା କାଲି ପରେ ଆସନ୍ତା ୧୮ ରୁ ୨୧ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶା ର କେତେକ ଅଞ୍ଚଳରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ଏହି କାଳ ବୈଶାଖୀ ର ପ୍ରଭାଵ ଓଡ଼ିଶାର ଏହି ୭ ଟି ରାଜ୍ୟରେ ଅଧିକ ଥିବାରୁ ଏହି ଅଞ୍ଚଳରେ ଅଧିକ ବର୍ଷା ହେବା ସହ ଘଡଘଡି ହେବାର ସମ୍ଭାବନା ରହିଛି ।

ତେଣୁ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଲୋକମାନ ଙ୍କୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି କାଳ ବୈଶାଖୀ ଏତେବି ଭୟଙ୍କର ବା କ୍ଷତିକାରକ ହେବ ନାହିଁ ବୋଲି ଆଶଙ୍କା କରାଯାଇଛି ପାଣିପାଗ ବିଭାଗ ପକ୍ଷରୁ।ତଥାପି ସେହି ଅଞ୍ଚଳର ଲୋକମାନ ଙ୍କୁ ସତର୍କ ରହିବାକୁ ପରାମର୍ଶ କରାଯାଇଛି ଏବଂ ବର୍ଷା ସମୟରେ ବାହାରକୁ ଯିବାକୁ ବାରଣ କରାଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।