ଦେଖନ୍ତୁ Live ଭିଡିଓ ହଠାତ୍ ଟ୍ରେନ ଲାଇନ ରେ ହୁତୁହୁତୁ ହୋଇ ଜଳୁଛି ଟ୍ରେନ ଏକ୍ସପ୍ରେସ

0

ସମାଜ ରେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଛି। କେତେ ବେଳେ ଟିଭି ଜରିଆରେ ହେଉ ବା ଖବର କାଗଜ ଜରିଆରେ ହେଉ ଆମେ ଜାଣିବାକୁ ପାଇଥାଉ। ମାତ୍ର ସଡ଼କ ଦୁର୍ଘଟଣା ବିଷୟ ରେ ଅଧିକ ଶୁଣିବାକୁ ମିଳି ଥାଏ। ସାମାନ୍ୟ ଅସାବଧାନତା ହେତୁ ଅନେକ ଦୁର୍ଘଟଣା ଘଟି ଥାଏ। କେତେବଳେ ବସ୍ ର ଦୁର୍ଘଟଣା ହେଉଛି ତ କେବେ ରେଳପଥ ରେ। ଏହି ଦୁର୍ଘଟଣା ପାଇଁ କେତେ ଜୀବନ ଙ୍କ ମୃତ୍ୟୁ ଘଟୁଛି।

କେତେ ଜଣ ଙ୍କ କ୍ଷୟ କ୍ଷତି ମଧ୍ୟ ହେଉଛି। ରେଳପଥ ରେ ବିଭିନ୍ନ ଦୁର୍ଘଟଣା ଦେଖି ବାକୁ ମିଳିଛି। ଅନେକ ଅସାମାଜିକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଟ୍ରେନ ଭିତରେ ଧୁମ୍ର ପାନ କରି ଥାନ୍ତି। ଯାହା ଦ୍ଵାରା ଅନେକ ଦୁର୍ଘଟଣା ଦେଖା ଯାଇ ଥାଏ। ରେଳ ଭିତରେ ନିଆ ଲାଗି ଯାଇ ଥାଏ। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି।ତେବେ ଆଜି ଏକ ରେଳ ପଥ ଦୁର୍ଘଟଣା ବିଷୟ ରେ କହିବୁ। ଆସନ୍ତୁ ଜାଣିବା ସତ୍ୟା ସତ୍ୟ ଘଟଣା ବିଷୟରେ।

ଘଟଣା ଟି ଦିଲ୍ଲୀ ଡେରାଡୁନ ରେ ଘଟିଛି। ଟ୍ରାକ ଉପରେ ଜଳି ଗଲା ଶତାବ୍ଦୀ ଏକ୍ସପ୍ରେସ। ହୁତୁ ହୁତୁ ହୋଇ ଜଳି ଗଲା ଟ୍ରେନ ର ଗୋଟିଏ କମ୍ପାରଟମେନ୍ଟ । ଦିଲ୍ଲୀ ଡେରାଡୁନ ର ଶତାବ୍ଦୀ ଏକ୍ସପ୍ରେସ ରେ ଘଟିଛି ଏକ ବଡ଼ ଧରଣର ଘଟଣା। ଉତ୍ତରାଖଣ୍ଡ ର କଂସୋର୍ ନିକଟ ରେ ଏହି ଘଟଣା ଘଟିଛି। ଟ୍ରେନ ର c4 କମ୍ପାରଟମେନ୍ଟ ରେ ହଠାତ୍ ନିଆ ଲାଗି ଯାଇ ଥିଲା।

ଏଥିରେ ଥିବା ସମସ୍ତ ଯାତ୍ରୀ ହଠାତ୍ ନିଆ ଲାଗି ଯିବାରୁ ଭୟ ଭିତ ହେବାରୁ ସେମାନଙ୍କୁ ସ୍ଥାନାନ୍ତରିତ କରା ଯାଇଥିଲା। ଦୁର୍ଘଟଣା ରେ କୌଣସି ଯାତ୍ରୀ ମୃତାହତ ହୋଇ ନା ଥିବାର ଉତ୍ତରାଖଣ୍ଡ ର ପୋଲିସ୍ ଜିଯି ସୂଚନା ଦେଇଛନ୍ତି। ତେବେ ଟ୍ରେନ ରେ ସର୍ଟ୍ ସର୍କିଟ ଯୋଗୁଁ ଏପରି ଘଟିଥିବା ର ଜଣା ପଡିଛି।

ଅବସ୍ଥା ଶୋଚନୀୟ ହେବାରୁ ଦମକଳ କୁ ଡକାଇ ନିଆ କୁ ଆୟତ୍ତ କରା ଯାଇଥିଲା। ତେବେ ଟ୍ରେନ ଟି ତାର ସ୍ଥାନ ରେ ପହଞ୍ଚି ନଥିଲା। ଚାଲୁ ଥିବା ଅବସ୍ଥା ରେ ରେଳ ଟ୍ରାକ ଉପରେ ହିଁ ଘଟିଥିଲା ଏହି ଦୟନୀୟ ଦୃଶ୍ୟ। ମାତ୍ର ଏହି ଦୁର୍ଘଟଣା ରେ କୌଣସି ଯାତ୍ରୀ ଙ୍କ ର ମୃତ୍ୟୁ ହୋଇ ନଥିଲା। ଏହା ସହିତ କୌଣସି ଯାତ୍ରୀ ଙ୍କ କ୍ଷୟ କ୍ଷତି ମଧ୍ୟ ହୋଇ ନଥିଲା।

ନିର୍ଦ୍ଧିଷ୍ଟ ସମୟ ରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରା ଯାଇଥିଲା। ତେବେ ସଠିକ୍ ସମୟ ରେ ଅଗ୍ନି ବାହିନୀ ଆସି ନିଆ କୁ ଆୟତ୍ତ କରି ନେଇ ଥିଲେ। ଏଭଳି ଭୟାନକ ଦୃଶ୍ୟ ଯୋଗୁ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଏହାର ଭିଡ଼ିଓ କୁ କେହି ଜଣେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଥିଲେ। ବର୍ତ୍ତମାନ ତାହା ବହୁତ୍ ଭାଇରାଲ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।