ଭିଡିଓ କୁ ମହିଳାମାନେ ନିଶ୍ଚୟ ଦେଖନ୍ତୁ ସିସିଟିଭି ରେ ରେକର୍ଡ ହୋଇଥିବା ଦୃଶ୍ୟ ଅନ୍ୟମାନଙ୍କ ପାଇଁ ସେୟାର କରନ୍ତୁ

0

ଭାରତ ଏକ ସାର୍ବଭୌମ ରାଷ୍ଟ୍ର।ଭାରତରେ ବିଭିନ୍ନ ପ୍ରକାରର ଲୋକ ଦେଖିବାକୁ ମିଳନ୍ତି।ପରସ୍ପର ମଧ୍ୟରେ ଭାଇଚାରା ଭାବ ପରିଲକ୍ଷିତ ହୋଇଥାଏ।କିନ୍ତୁ ବର୍ତ୍ତମାନ ସମାଜ ଏତେ କଳୁଷିତ ହେଲାଣି ଯେ ସେ ସବୁ କୁକର୍ଯ୍ୟକୁ ସହ୍ୟ କରିବା କାଠିକର ପାଠ ହେଇଗଲାଣି।କଳୁଷିତ ସମାଜରେ ମାନବିକତା ଧୀରେ ଧୀରେ ଅଧପତନ ହେବାରେ ଲାଗିଲାଣି।ଏହି କଳିଯୁଗରେ ମଣିଷ ନିଜର କୌଳିକ ବୃତ୍ତିକୁ ତ୍ୟାଗ କରିଦେଇ ବହୁ କୁକର୍ମରେ ଲିପ୍ତ ହେଲାଣି।

ସମାଜରେ ଚୋରି,ଡକାୟତି,ଲୁଟେରା ପ୍ରଭୃତି ଦିନକୁ ଦିନ ବଢ଼ିବାରେ ଲାଗିଛି।କେତେବେଳେ ଚୋର କାହା ଘରେ ଚୋରି କଲାଣି ତ କେତେବେଳେ ଡକାୟତ ବ୍ୟାଙ୍କ୍ ଲୁଟିଲେଣି।ଏସବୁ ଅଧର୍ମ କାମରେ ମଣିଷ ସୀମା ଲଂଘନ କରିସାରିଲାଣି।ତେବେ ସେପରି କିଛି କୁକାର୍ଯ୍ୟ ଦେଖିବାକୁ ମିଳିଛି।ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହା ହେଉଛି ଏକ ବୃଦ୍ଧା ମହିଳାଙ୍କ ଘଟଣା।

ରାସ୍ତା ରେ ବୃଦ୍ଧ ମହିଳା ଜଣକ ଫୋନ ରେ କଥା ହୋଇ ଯାଉଥିବାବେଳେ ଏକ ବ୍ୟକ୍ତି ସ୍କୁଟିରେ ଆସି ତାଙ୍କ ନିକଟରେe ପହଞ୍ଚିଲେ। କିଛି ସମୟ କଥାବାର୍ତ୍ତା ହେବା ପରେ ବ୍ୟକ୍ତି ଜଣକ ବୃଦ୍ଧ ମହିଳାଙ୍କୁ କୌଣସି ଏଡ୍ରେସ ବିଷୟରେ ପଚାରିଥିଲେ।କିଛି ସମୟ ଅତିବାହିତ ହେବା ପରେ ବ୍ୟକ୍ତି ଜଣକ ବୃଦ୍ଧ ମହିଳାଙ୍କ ବେକରେ ଥିବା ସୁନା ଚେନ କୁ ଛିଡାଇ ସ୍କୁଟି ରେ ଚଂପଟ ମାରିଲେ।

ମହିଳା ଜଣକ ଯେତେ ଚେଷ୍ଟା କଲେ ମଧ୍ୟ ସ୍କୁଟି କୁ ରୋକିପାରିଲେ ନାହିଁ।ଶେଷରେ ବ୍ୟକ୍ତି ଜଣକ ମହିଳାଙ୍କୁ ଧୋକା ଦେଇ ଦ୍ରୁତ ବେଗରେ ଗାଡ଼ିରେ ପଳାଇଲେ।ମହିଳା ଜଣକ ଶତ ଚେଷ୍ଟା କଲେ ମଧ୍ୟ କିଛି ଲାଭ ହେଲାନାହିଁ।କିନ୍ତୁ ମହିଳା ଜଣକ କ୍ଷତ ବିକ୍ଷତ ହୋଇଗଲେ।ଏହି ଭିଡିଓ ଟି ସୋସିଆଲ ମିଡିଆରେ ରେ ଭାଇରାଳ୍ ହେବାରେ ଲାଗିଛି।ଏହି ଭିଡିଓ ମାଧ୍ୟମରେ ମହିଳା ମାନଙ୍କୁ ସଚେତନ କରାଯାଉଛି।

ମହିଳା ମାନେ ସାଧାରଣତଃ ସମସ୍ତଙ୍କ ସହ ଭାବର ଆଦାନ ପ୍ରଦାନ ପାଇଁ ଚିହ୍ନା ଅଚିହ୍ନା ନ ଜାଣି ସମସ୍ତଙ୍କ ସହ କଥା କହିଥାନ୍ତି।ତେବେ କୌଣସି ଅଜଣା ବ୍ୟକ୍ତିଙ୍କ ସହ କଥା ହେବ ଉଚିତ ନୁହେଁ।ଯଦି କଥା ହେବେ ଦୂରତା ରଖି କଥା ହେବା ଦରକାର।ମହିଳା ମାନଙ୍କ ଏହି ଛୋଟ ଭୁଲ ପାଇଁ ସେମାନେ ବିପଦରେ ସମ୍ମୁଖୀନ ହୋଇଥାନ୍ତି।ଏମିତି କି ଜୀବନ ମଧ୍ୟ ଚାଲିଯାଏ।ତେଣୁ ମହିଳା ମାନେ ସାବଧାନ ହୋଇ ରାସ୍ତାରେ ଯିବା ଆସିବା କରନ୍ତୁ।

ନଚେତ୍ ବହୁତ୍ ବିପଦରେ ସମ୍ମୁଖୀନ ହେବେ।ଆମେ ଯୋଉ ଭିଡିଓ ବିଷୟରେ ଆପଣଙ୍କୁ କହିଲୁ ସେଥିରେ ଟିକିଏ ଭୁଲ ପାଇଁ ବୃଦ୍ଧ ମହିଳା ଜଣକ ବିପଦରେ ସମ୍ମୁଖୀନ ହେଲେ।ଚୋର ଲୁଟେରା ମନେ ବିଭିନ୍ନ ଉପାୟରେ ଚୋରି ଲୁଟ୍ କରୁଛନ୍ତି।ତେବେ ସେସବୁ କୂକାର୍ଯ୍ୟ ଯେମିତି ଆମ ସମାଜରେ ନ ହେଉ ସେଥିପ୍ରତି ଆମେ ସମସ୍ତେ ସଚେତନ ରହିବା ନିହାତି ଜରୁରୀ।ଯାହା ଦ୍ଵାରା ଆମେ ବିପଦ ମୁକ୍ତ ହୋଇ ପାରିବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।