ସବ୍ୟସାଚୀ ଅର୍ଚ୍ଚିତାଙ୍କ ରିସେପ୍ସନରେ କଣ ସବୁ ଘଟିଲା ଓ ଦେଖନ୍ତୁ ଭିଡିଓ କେଉଁସବୁ ସେଲିବ୍ରେଟି ଆସିଥିଲେ

0

ବିବାହ ଏକ ପବିତ୍ର ବନ୍ଧନ। ଯେତେବଳେ ମନ ସହ ମନ ଆତ୍ମା ସହ ଆତ୍ମାର ମିଳନ ଘଟେ।ସେତେବେଳେ ଜଣେ ଆଉ ଜଣକୁ ବିବାହ କରିଥାଏ।ତେବେ ଆସନ୍ତୁ ଜାଣିବା ଫିଲ୍ମ ଇଣ୍ଡଷ୍ଟ୍ରି ରେ ହେଉଥିବା ସବୁ ବିବାହ ମାନଙ୍କ ଉପରେ।ଗତ କିଛିଦିନ ତଳେ ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିଥିଲେ।ଯାହାକି ସୋସିଆଲ ମିଡିଆରେ ରେ ବହୁ ଚର୍ଚ୍ଚାର ବିଷୟ ପାଲଟିଥିଲା।ଏହି ନାୟକ ନାୟିକା ଚଳଚ୍ଚିତ୍ର ରେ ଅଭିନୟ କରୁ କରୁ ଉଭୟ ପ୍ରେମରେ ବନ୍ଧନରେ ବାନ୍ଧି ଯାଇଥିଲେ।

ଶେଷରେ ଏଇ କିଛି ଦିନ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଚଳଚ୍ଚିତ୍ର ଜଗତରେ ବହୁ ନାୟକ ନାୟିକା ଅଭିନୟ ମାଧ୍ୟମରେ ପ୍ରେମରେ ପଡ଼ି ଯାଆନ୍ତି।ପରେ ବିବାହ ମଧ୍ୟ କରିଥାନ୍ତି।ତେବେ ସବ୍ୟ ଅର୍ଚ୍ଚିତା ନିଜ ବିବାହ ବେଶ୍ ଧୁମ୍ ଧାମରେ ରାଜସ୍ଥାନ ର ଏକ ରୟାଲ ହୋଟେଲ ରେ ପାଳନ କରିଥିଲେ।ତାଙ୍କ ବିବାହ ସାଜସଜ୍ଜା ବେଶ୍ ଆକର୍ଷଣୀୟ ଥିଲା।

ତେବେ ବନ୍ଧୁଗଣ ଆସନ୍ତୁ ଆଜି ସବ୍ୟ ଅର୍ଚ୍ଚିତା ଙ୍କ ରିସେପ୍ସନ ବିଷୟରେ କିଛି ଜାଣିବା।ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ପରିମାଣରେ ଦେଖିବାକୁ ମିଳୁଛି।ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ଅଭିନେତା ଅଭିନେତ୍ରୀ ତଥା ଗୀତିକାର ମାନଙ୍କୁ ଏହି ରିସେପ୍ସନ ରେ ଦେଖିବାକୁ ମିଳିଥିଲା।ତାଙ୍କ ରିସେପ୍ସନ ର ସାଜସଜ୍ଜା ବିବାହ ଭଳି ବେଶ୍ ଆକର୍ଷଣୀୟ ଥିଲା।

ନବ ଦମ୍ପତି ସବ୍ୟ ଅର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଦେବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ର ମହାନ୍ କଳାକାର ମାନେ ଯୋଗ ଦେଇଥିଲେ।ଲୋକଙ୍କ କହିବା ଅନୁଯାୟୀ ଚଳଚ୍ଚିତ୍ର ଜଗତର ବେଷ୍ଟ ଯୋଡ଼ି ବାସ୍ତବ ଜୀବନରେ ମଧ୍ୟ ପରଫେକ୍ଟ ଯୋଡ଼ି ପରି ଦେଖାଯାଉଥିଲେ।ସତେ ଯେପରି ରାଧା କୃଷ୍ଣଙ୍କ ଯୋଡ଼ି।ଯେପରି ମନେ ହେଉଥିଲା ଦୁହେଁ ଦୁହିଁଙ୍କ ପାଇଁ ବନିଛନ୍ତି।

ସବ୍ୟସାଚୀ ମିଶ୍ର ନିଜର କ୍ୟାରିୟର ଏହି ଚଳଚ୍ଚିତ୍ର ମାଧ୍ୟମରେ ଆରମ୍ଭ କରିଥିଲେ।ସେ ଇଞ୍ଜିନୟରିଙ୍ଗ୍ ଡିଗ୍ରୀ କରି ମଧ୍ୟ ଛୋଟ ବେଳୁ ତାଙ୍କର ଏକ୍ଟିଙ୍ଗ ପ୍ରତି ମନୋଭାବ ଥିଲା।ତେଣୁ ସେ ସିନେ ଜଗତରେ ପଦାର୍ପଣ କରି ତାଙ୍କର ପ୍ରଥମ ଫିଲ୍ମ ପାଗଳ ପ୍ରେମୀ ଦ୍ଵାରା ସେ ଦର୍ଶକଙ୍କ ମନ କୁ କିଣିପରିଥିଲେ।ତାଙ୍କ ଏହି ଫିଲ୍ମ ସୁପରହିଟ ହୋଇଥିଲା।ଏଭଳି ଆହୁରି ଫିଲ୍ମ କରି ସେ ଦର୍ଶକଙ୍କ ମନରେ ନିଜର ସ୍ଥାନ ବନା ଇଛନ୍ତି।

ସେପଟେ ଅର୍ଚ୍ଚିତା ମଧ୍ୟ ଏକ ନାୟିକା ହେବ ସହ ଏକ ମୋଡେଲ ମଧ୍ୟ ଅଟନ୍ତି।ସେ ମଧ୍ୟ ବହୁ ଫିଲ୍ମ କରି ଦର୍ଶକଙ୍କୁ ଆକର୍ଷିତ କରିଛନ୍ତି।କିନ୍ତୁ ଏହି ନାୟକ ନାୟିକା ଙ୍କ ଯେତେ ଫିଲ୍ମ ପ୍ରାୟତଃ ସବୁ ସଫଳତାର ସୀମାରେ ପହଞ୍ଚିଛି।ଦର୍ଶକ ମାନେ ଉଭୟଙ୍କ ଯୋଡ଼ି ଖୁବ୍ ପସନ୍ଦ କରିଥାନ୍ତି।ତାଙ୍କର ରିସେପ୍ସନରେ ସମସ୍ତେ ବହୁ ଏଞ୍ଜୟ୍ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ତାଙ୍କର ବୈବାହିକ ଜୀବନ ମଙ୍ଗଳମୟ ହେଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।