ବାହାଘରରେ ବାଜା ବଜାଇବା ପାଇଁ ଯାଉଥିଲେ, ଅଧାବଟରେ ଯାହା ଘଟିଲା ଶୁଣିଲେ ଅବାକ୍ ହୋଇଯିବେ

0

ମାର୍ଚ୍ଚ ୧୦ ତାରିଖ ବୁଧବାର ଦିନ ଅନୁଗୁଳ ଜିଲ୍ଲା ର ଛେଣ୍ଡିପଦା ନିକଟସ୍ଥ ଏକ କୋଇଲା ଖଣି ନିକଟ ରେ ଏକ ପିକ ଆପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ଖବର ମିଳିଛି। ଯାହାଫଳରେ ଏହି ଦୁର୍ଘଟଣା ରେ ୧୫ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ଅବସ୍ଥା ରେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ତେବେ ସମ୍ପୂର୍ଣ ଖବର ଟା କଣ ଏବଂ ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣା କେମିତି ହେଲା ଆସନ୍ତୁ ଜାଣିବା

ଆଜ୍ଞା ଆପଣ ମାନେ ତୋ ସମସ୍ତେ ଜାଣିଥିବେ ଆଜି କାଲି ବାହାଘର ସିଜନ ଚାଲିଛି। ଏବେ ଘରେ ଘରେ ବାହାଘର ଚାଲିଛି। ବାହାଘର ରେ ପୁଅ ଘର ହେଉ କି ଝିଅ ଘର ବାଜା, ଶଙ୍ଖ, ତୂରୀ ନ ବଜେଇଲେ ବାହାଘର ଟି ଅଧୁରା ଲାଗେ। ତେଣୁ କୌଣସି କର୍ମ କାର୍ଯ୍ୟ ହେଲେ ଆମେ ସର୍ବ ପ୍ରଥମେ ବାଜାବାଲା ଏବଂ ତୂରୀ ବଜେଇବା ବାଲା ଙ୍କୁ ଡାକୁ। ତେବେ ଘଟଣା ଅନୁସାରେ, ନୂଆପଡ଼ା ଗ୍ରାମ ରୁ ଏକ ବରଯାତ୍ରୀ ଦଳ କଙ୍କରେଇ ଅଭିମୁଖେ ବାହାରିଥିଲେ।

ବାହାଘର ରେ ବାଜା ବଜାଇବା ପାଇଁ ଏକ ପିକ ଅପ୍ ଭ୍ୟାନ ରେ ୨୦ ରୁ ଅଧିକ ବାଜା ବାଲା ବରଯାତ୍ରୀ ଙ୍କ ସହିତ ଯାଉଥିଲେ। ହେଲେ କଥାରେ ଅଛି ନା କପାଳ ଲିଖନ କେ କରିବ ଆନ। ଭାଗ୍ୟ ରେ କଣ ଅଛି କେହି ଜାଣି ନାହାଁନ୍ତି। ଆଗକୁ କଣ ଘଟିବ ସେ କଥା ଭି କେହି ଜାଣି ନ ଥାଏ କାହିଁକି ନା ଭାଗ୍ୟ ର ଡୋରି ସେଇ ଭଗବାନ ଙ୍କ ହାତରେ। ବାହାଘର ପ୍ରୋସେସନ୍ ରେ ଛେଣ୍ଡିପଦା- ଅନୁଗୁଳ ରାସ୍ତା ଦେଇ ଯାଉଥିବା ସମୟରେ ଗଉଡୁଣି ନାଳ ବୁଲାଣି ରେ ଚାଳକ ହଠାତ୍ ନିଜର ଭାରସାମ୍ୟ ହରାଇବା କାରଣ ରୁ ଗାଡ଼ି ରାସ୍ତା କଡକୁ ଓଲଟି ପଡିଥିଲା।

ଫଳରେ ଗାଡ଼ି ରେ ଥିବା ସମସ୍ତ ବାଜା ବାଲା ଙ୍କ ଭିତରୁ ୧୫ ରୁ ଅଧିକ ବାଜାବାଲା ଆହତ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ର ଜଣାପଡିଛି। ଏହି ସୂଚନା ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ମେଡିକାଲ୍ ରେ ଭର୍ତ୍ତି କରିଥିଲେ।

ତାଙ୍କ ମଧ୍ୟରୁ ସମସ୍ତ ଆହତ ବାରମଞ୍ଚା ଗ୍ରାମର ବୋଲି ଜଣା ପଡିଛି। ଗୁରୁତର ଆହତ ଙ୍କୁ ଅନୁଗୁଳ ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ହେଲେ ଭଗବାନ ଙ୍କ କୃପା ରୁ ଏବଂ ଭାଗ୍ୟ ସାଥିରେ ଥିବାରୁ କାହାରି ମୃତ୍ୟୁ ଘଟି ନ ଥିବା ର ସୂଚନା ପୋଲିସ୍ ଜନ ସାଧାରଣଙ୍କୁ ଙ୍କୁ ଦେଇଛି।

ମୃତ୍ୟୁ କେତେେଳେ ଯେ ଏହା କାହା ପାଖକୁ ମାଡି ଆସିବ, ତାହା କାହାକୁ ଭି ଅଜଣା। ଏମିତି ଭି ଘଟିପାରେ ମୃତ୍ୟୁ। ବିଶେଷତଃ ସଡ଼କ ଦୁର୍ଘଟଣା। ଆଜିକାଲି ଟିକିଏ ଅସାବଧାନତା କାରଣ ରୁ ସଡ଼କ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି। ତେବେ ରାସ୍ତାରେ ଯାଉଥିବା ସମୟରେ ଏଥିପ୍ରତି ଧ୍ୟାନ ଦେଲେ ଏବଂ ସତର୍କ ରହିଲେ ଏପରି ଦୁର୍ଘଟଣା କୁ କିଛି ମାତ୍ରାରେ ରୋକା ଯାଇପାରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।