Life style – ବାଛନ୍ତୁ ନିଜ ମନ ପସନ୍ଦର ଗୋଟେ ଚିହ୍ନ ଓ ଜାଣନ୍ତୁ ଆପଣଙ୍କର ସମସ୍ୟା ଓ ତାର ସମାଧାନ

0

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ମଣିଷର ରାଶି ଓ ନକ୍ଷତ୍ର ତାହାର ଆଗତ ଭବିଷ୍ୟତର ସୂଚନା ଦେଇଥାଏ। ଯେପରି ରାଶି ସେହିପରି ଆପଣଙ୍କ ପସନ୍ଦ ଓ ନାପସନ୍ଦ ଆପଣଙ୍କ ବ୍ୟକ୍ତିତ୍ଵ ବିସୟରେ ବହୁତ କିଛି କହିଥାଏ। ଆପଣଙ୍କ ପସନ୍ଦରୁ ହିଁ ଜଣାପଡ଼େ କି ଆପଣ କିପରି ବ୍ୟକ୍ତି ଓ ଆପଣଙ୍କର ସ୍ଵଭାବ ଓ ଚରିତ୍ର କିପରି ଅଟେ। ତେବେ ଆଜି ଆମେ ଆପଣଙ୍କୁ ଏହି ପାଞ୍ଚଟି ଚିହ୍ନରୁ ଯେକଣସି ଗୋଟିଏ ଚିହ୍ନକୁ ବାଛିବାକୁ ହେବ ଓ ତାପରେ ଆମେ ଆପଣଙ୍କୁ ତାହାର ଆଧାରରେ କହିବୁ ଆପଣଙ୍କ ଭାଗ୍ୟରେ ଥିବା ସମସ୍ୟା ଓ ତାର ସମାଧାନ ବିଷୟରେ।

*ସିଂହ ଚିହ୍ନ:-

ସିଂହ ହେଉଛି ସୌର୍ଯ୍ୟର ପ୍ରତୀକ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସିଂହକୁ ସୂର୍ଯ୍ୟ ସହିତ ସମାନ ବୋଲି ମାନନ୍ତି। ଏହି ଚିହ୍ନକୁ ପସନ୍ଦ କରିବା ଅର୍ଥ ଆପଣଙ୍କୁ ଆପଣଙ୍କ ଭାଗ୍ୟ ସହିତ କିଛିଟା ବୁଝାମଣା କରିବାକୁ ହିଁ ପଡ଼ିବ ଓ ନିଜର ଜୀବନଶୈଳୀକୁ କିଛି ମାତ୍ରାରେ ମଧ୍ୟ ସୁଧାରିବାକୁ ପଡ଼ିବ। ଏହା ଶକ୍ତିର ପ୍ରତୀକ ହୋଇଥିବାରୁ ଏହା ଆପଣଙ୍କ ଉପରେ ପ୍ରଭାବ ପଡ଼ିପାରେ। କିନ୍ତୁ ଆପଣ ଯେକୌଣସି ପରିସ୍ଥିତି ଆସିଲେଭି ତାହା ସହ ଲଢ଼ି ସମାଧାନ କରି ସେଥିରୁ ଉଦ୍ଧାର ପାଇପାରିବେ।

*ସମୟ:-

ସମୟ ସବୁବେଳେ ବଦଳୁ ଥାଏ। ସଂସାରରେ କୌଣସି ଜିନିଷ ସ୍ଥିର ନୁହଁ। ସମୟ ଚକ୍ର ସବୁବେଳେ ଚାଲିଥାଏ। ଏହା ବୁଲିବୁଲି ପୁଣି ନିଜ ସ୍ଥାନକୁ ଆସିପାରେ। ଏହି ଚିହ୍ନକୁ ପସନ୍ଦ କରିବାର ଅର୍ଥ ଆପଣଙ୍କ ମାନସିକ ସ୍ଥିତି କେଉଁ ପରିସ୍ଥିତିରେ ପଡିଥିବାର ଦର୍ଶାଇଥାଏ। ଏହା ବର୍ତ୍ତମାନ ଓ ଅତୀତର କୌଣସି ଦୁଃଖଦ ପରିସ୍ଥିତି ବିଷୟରେ ଅବଗତ କରାଇଥାଏ। ସେଥିପାଇଁ ମନେ ରଖନ୍ତୁ ସୁଧାର ପାଇଁ ସବୁବେଳେ ପରିସ୍ଥିତି ଏକାଭଳି ହୋଇନଥାଏ। ଆପଣଙ୍କ ଜୀବନରେ ଯେତେ ଅସୁବିଧା ହେଲେ ମଧ୍ୟ କେବେ ନା କେବେ ସେଥିରୁ ମୁକ୍ତ ହୋଇପାରିବେ। ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ଏବଂ ଉଚିତ୍ ସମୟର ଅପେକ୍ଷା କରନ୍ତୁ।

*ଚନ୍ଦ୍ରମା:-

ଚନ୍ଦ୍ରମାର ଭାବନା ସହିତ ସମ୍ପର୍କ ଥାଏ ଯାହା ବ୍ୟକ୍ତିକୁ ରହସ୍ୟମୟ କରାଇଥାଏ। ଏହି ଚିହ୍ନ ଦ୍ଵନ୍ଦର ପରିପ୍ରକାଶ କରାଇଥାଏ। ମନର ଶାନ୍ତି ପାଇଁ ବିଚଳିତ ହେବାର କାରଣ ଖୋଜନ୍ତୁ, ନିଜର ଭାବନାକୁ କାହା ସହିତ ବାଣ୍ଟନ୍ତୁ, ସତ ସ୍ବୀକାର କରନ୍ତୁ।

*ଚାବି:-

ଚାବିକୁ ପଥଦର୍ଶକ ଭାବେ ନିଆଯାଏ, ଏହା ରାସ୍ତା ଦେଖାଇଥାଏ। ଆପଣ ନେଇଥିବା କୌଣସି ଭି ନିଷ୍ପତି ଠିକ୍ କି ଭୁଲ୍ ତାହାକୁ ନେଇକି ଆପଣ ଦ୍ଵନ୍ଦରେ ଅଛନ୍ତି ଓ ଜବାବ୍ ଖୋଜିକି ପାଉନାହାନ୍ତି। ଏଥିରୁ ମୁକ୍ତ ହେବାପାଇଁ ଆପଣଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ ହେବାକୁ ପଡ଼ିବ।ଆପଣ ଯେଉଁ ରାସ୍ତାରେ ଏବଂ ଯେଉଁ ଭାବନା ଓ ବିଚାରଧାରା ସହିତ ଚାଲୁଛନ୍ତି ସେଥିରେ ପରିବର୍ତନ ଆଣିବା ଦରକାର କାରଣ ସେହି ରାସ୍ତା ଭୁଲ୍ ହୋଇଥାଇପାରେ ଏବଂ ଆଗକୁ ସେଥିରେ ଆପଣଙ୍କୁ ବିପଦ ଆସିପାରେ।

*ହାତ ଚିହ୍ନ:-

ଏହି ଚିହ୍ନକୁ ବଛିଥିବାର ଅର୍ଥ ଆପଣ କଉ ନକାରାତ୍ମକ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହା ଦର୍ଶାଉଛି ଯେ ଯଦି ଆପଣଙ୍କ ଜୀବନରେ କିଛି ଖରାପ କିମ୍ବା ଭଲ ପରିସ୍ଥିତି ଉପୁଜିଛି ତେବେ ତାହା ଆପଣଙ୍କ ହାତରେ ହିଁ ଅଛି। ବ୍ୟାକୁଳ ନହୋଇ ନିଜର ଇଚ୍ଛାଶକ୍ତିକୁ ଦୃଢ଼କରି ନିଜ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।