Ajira Anuchinta – ଗାଧୋଇବା ସମୟରେ ଏହି ୫ ଟି ଅଙ୍ଗରେ ଲଗାନ୍ତୁ ନାହିଁ (ସାବୁନ) ନଚେତ ସର୍ବନାଶ ହୋଇଯିବ

0

ବନ୍ଧୁଗଣ ଆମ ଶରୀର ମାଂସ ପେଶୀରେ ଗଠନ ହୋଇଛି ଏବଂ ଏହି ମାଂସ ପେଶୀ ରେ ଗଠିତ ଶରୀରର ଯତ୍ନ ନେବାର ଆବଶ୍ୟକତା ମଧ୍ୟ ରହିଥାଏ ।ତେବେ ଆମ ପରିବେଶ ର ସମସ୍ତ ଅପରିଷ୍କାର ତଥା ଧୂଳି କଣା ଠାରୁ ଦୂରେଇ ରହିବା ପାଇଁ ଆମେ ପ୍ରତେକ ଦିନ ସ୍ନାନ କରିଥାଉ। ତେବେ ସ୍ନାନ କରିବା ସମୟରେ ଆମେ ସମସ୍ତେ ପ୍ରାୟ ସାବୁନ ର ବ୍ୟବହାର କରିଥାଉ ।ଆମ ଶରୀରରୁ ଅପରିଷ୍କାର ପଦାର୍ଥ ସବୁକୁ ଦୁରେଇବା ପାଇଁ ଆମେ ସାବୁନ ର ବ୍ୟବହାର କରିଥାଉ ।କିନ୍ତୁ ଆମ ଶରୀରରେ ଏମିତି ବି କେତେକ ସେନସିଟିଭ ଅଙ୍ଗ ରହିଛି ଯେଉଁ ଠାରେ ସାବୁନ ଲଗେଇବା ଦ୍ବାରା ଏହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେ , ଗାଧେଇବା ସମୟରେ କେଉଁ କେଉଁ ଅଙ୍ଗରେ ସାବୁନ ଲଗେଇବା ଉଚିତ ନୁହେଁ ବା ଲଗେଇବା ଦ୍ବାରା ଖରାପ ପ୍ରଭାବ ଆମ ଉପରେ ପଡିଥାଏ ।

୧.ନାକ

ବନ୍ଧୁଗଣ ଆମ ଶରୀରର ପାଞ୍ଚଟି ଇନ୍ଦ୍ରିୟ ମଧ୍ୟରୁ ନାକ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସେନସିଟିଭ ପାର୍ଟ ଅଟେ ।ଏହା ବହୁତ ଶୁଖ୍ମ ହୋଇଥାଏ ।ବୈଜ୍ଞାନିକ ଙ୍କର କହିବା ଅନୁଯାୟୀ ସାବୁନ ରେ ସୋଡା ଅଂଶ ରହିଥାଏ ।ଆପ ଯେତେବେଳେ ଏହା ନାକ ଭିତରକୁ ପ୍ରବେଶ କରେ ସେତେବେଳେ ଏହାର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ ।ଏମିତି ମଧ୍ୟ କୁହାଯାଏ କି ନାକ ରେ ସାବୁନ ଲଗେଇବା ସମୟରେ ଯଦି ସାବୁନ ର ଫେଣ ନାକ ମଧ୍ୟକୁ ପ୍ରବେଶ କରେ ତେବେ ଏହା ମସ୍ତିଷ୍କ ଉପରେ ପ୍ରଭାବ ପକେଇଥାଏ। କେବେ କେବେ ଏହା କାରଣରୁ ମୃତ୍ୟୁ ମଧ୍ୟ ହୋଇଥାଏ।

୨.ଆଖି

ନାକ ଭଳି ଆଖି ମଧ୍ୟ ହେଉଛି ମଣିଷର ଏମିତି ଏକ ଇନ୍ଦ୍ରିୟ ଯାହା ବିନା ମନୁଷ୍ୟ କିଛି ବି ନାହିଁ କହିଲେ କିଛି ଭୁଲ ହେବ ନାହିଁ। ଏହା ଆମ ପାଇଁ ବହୁତ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ ଅଟେ।ତେବେ ଯେତେବେଳେ ଆପଣ ସାବୁନ ଲୋଗଉଛନ୍ତି ତାହାକୁ ଆଖି ଠାରୁ ଦୂରରେ ରଖନ୍ତୁ।ଆଖିରେ ସାବୁନ ଲାଗିବା ଦ୍ବାରା ଆଖିର ସ୍ନାୟୁ ରେ ପ୍ରଭାବ ପଡିଥାଏ ଏବଂ ଧୀରେ ଧୀରେ ଦୁର୍ଷ୍ଟି ଶକ୍ତି କମ ହୋଇଯାଏ।

୩.କାନ

ଆମ ଶରୀରର ପାଞ୍ଚ ଇନ୍ଦ୍ରିୟ ମଧ୍ୟରୁ କାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ ।ଗାଧେଇବା ସମୟରେ ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ର କାନ ମଧ୍ୟକୁ ସାବୁନ ନଯାଉ ବୋଲି। ନଚେତ ଏହା ବହୁତ ହାନି କାରକ ଅଟେ ।

୪.କେଶ

କେବେବି କେଶରେ ସାବୁନ ର ବ୍ୟବହାର କରନ୍ତୁ ନାହିଁ ।ଏପରି କରିବା ଦ୍ବାରା କେଶ ରୁକ୍ଷ ହେବା ସହ ଝଡ଼ିବା ଆରମ୍ଭ କରିଥାଏ ।ତେବେ ସାବୁନ ର ବ୍ୟବହାର କେବେବି କେଶ ରେ କରନ୍ତୁ ନାହିଁ ସାମ୍ପୁ ର ବ୍ୟବହାର କରନ୍ତୁ।

୫.ଗୁପ୍ତାଙ୍ଗ/ଯୌନାଙ୍ଗ

ଗାଧେଇବା ସମୟରେ ଭୁଲ ରେ ବି ଗୁପ୍ତାଙ୍ଗ ରେ ସାବୁନ ର ବ୍ୟବହାର କରନ୍ତୁ ନାହିଁ।ଏପରି କରିବା ଦ୍ବାରା ଶରୀରରେ ଚର୍ମରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ଏହାକୁ ଖାଲି ପାଣିରେ ଆପଣ ସଫା କରିପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।