ଭାଇରାଲ ହେବା ପାଇଁ ଝିଅଟି ମୃ-ତ୍ୟୁ ସହିତ କଲା ଚାଲେଞ୍ଜ, ହାତ ଛାଡି ହାଇ ସ୍ପିଡ ବାଇକରେ ଖୋଲିଲା ଜ୍ୟାକେଟ ଏବଂ ତା’ପରେ …ଦେଖନ୍ତୁ ଭିଡ଼ିଓ

0

ଛୁଆ ମାନେ ବଦମାସି କଲେ କିମ୍ବା ପାଠ ନ ପଢିଲେ ବାପା ମା ମାନେ ତାଗିଦ୍ କରନ୍ତି ଏବଂ କିଛି ସମୟ ରେ ଗାଳି ମଧ୍ୟ କରିଦିଅନ୍ତି। କିନ୍ତୁ ତାଙ୍କର ଗାଳି କରିବାର ପଛରେ ତାଙ୍କ ଛୁଆ ର ଭଲ ଉଦ୍ଦେଶ୍ୟ ହିଁ ଥାଏ। ଦୁନିଆ ର କୌଣସି ଭି ବାପା ମା ତାଙ୍କ ଛୁଆ ର ଅନିଷ୍ଠ ଚାହାନ୍ତି ନାହିଁ। ହେଲେ ଉତ୍ତରପ୍ରଦଶ ରେ ଘଟିଛି ଏକ ଚାଞ୍ଚଲ୍ୟ କର ଘଟଣା। ଯାହାକୁ ଶୁଣି ଆପଣ ମାନେ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ।

ଜଣେ ମା ନିଜର ଝିଅ କୁ ଫୋନ୍ ନ ଚଲାଇ ପାଠ ପଢିବାକୁ କହିବାରୁ, ରାଗିକି ଝିଅ ନିଜ ଜୀବନ ହାରି ଦେଲା। ସମ୍ପୂର୍ଣ୍ଣ ଘଟଣା କଣ ଆସନ୍ତୁ ଜାଣିବା। ଘଟଣା ଟି ଘଟିଛି ଉତ୍ତରପ୍ରଦେଶର ଇଟାୱା ସହରର କୋତ୍ ୱାଲି ଇଲାକା ର ସତୀ ମୋହୋଲ୍ଲା ନିବାସୀ ଶିବନ୍ନାଥ ସିଂ ଙ୍କ ଘରେ।

ପୋଲିସ୍ ଙ୍କ କହିବା ଅନୁସାରେ ଶିବନ୍ନାଥ ସିଂ ପକ୍କା ତାଲବ୍ ସ୍ଥିତ ବିରଙ୍ଗନା ଅବନ୍ତୀ ଜୁନିଅର୍ ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ଅଛନ୍ତି। ଗତ ବୁଧବାର ସକାଳେ ସେ ଆଉ ତାଙ୍କର ବଡ଼ ଝିଅ ଚିତ୍ରା ସ୍କୁଲ୍ ପାଲେଇଥିଲେ। ଘରେ ସ୍ତ୍ରୀ ମୀରା ଆଉ ସାନ ଝିଅ ସଲୋନି ସିଂ ଥିଲେ। ସାଲୋନି ଇଣ୍ଟର ର ଛାତ୍ରୀ ଥିଲା। ସକାଳୁ ଉଠି ସେ ବହୁତ ସମୟ ଧରି ମୋବାଇଲ୍ ଚଳାଉ ଥିଲ।ଇଣ୍ଟରର ପରୀକ୍ଷା ନିକଟତରରେ ଥିବା କାରଣ ରୁ ମା ଚିତ୍ରା ତାକୁ ମୋବାଇଲ୍ ନ ଚଲାଇ ପାଠ ପଢିବାକୁ କହି ଗାଳି ଦେଇଥିଲେ।

ମା କଥା ରେ ରାଗିଯାଇ ସଲୋନୀ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲା ଏବଂ ଟିଭି ଚଲେଇଦେଲା। ତାପରେ ପଙ୍ଖା ରେ ନିଜର ଓଢଣି ସାହାଯ୍ୟ ରେ ଫାଶୀ ଲଗେଇ ନେଲା। ତାପରେ ସଲୋନୀ ମା ଯେତେ ଡାକିଲେ ସେ କବାଟ ଖୋଲିଲା ନାହିଁ ଯେତେବଳେ ସେ ଝରକା ଦେଇକି ଯେତେବଳେ ଦେଖିଲେ ସେ ନିଜ ଝିଅ କୁ ଫାଶୀ ରେ ଲଟକି ଥିବାର ଦେଖିଲେ।

ସେ ସାଙ୍ଗେ ସଙ୍ଗେ ନିଜର ସ୍ବାମୀ ଏବଂ ପୁଲିସ୍ କୁ ଏହି ବିଷୟ ରେ ଅବଗତ କରାଇଲେ। ଖବର ପାଇ ପରିଜନ ବର୍ଗ ଏବଂ ପୋଲିସ୍ ଆସି ହାତୁଡି ଓ ଇଟା ସାହାଯ୍ୟ ରେ କବାଟ ଭାଙ୍ଗିଲେ। ସାଲୋନି କୁ ଫନ୍ଦା ରୁ ତଳକୁ ଅଣାଯାଇଥିଲା। ଏବଂ ତୁରନ୍ତ ଜିଲ୍ଲା ହସ୍ପିଟାଲ୍ କୁ ନିଆ ଯାଇଥିଲା। ତେବେ ସେତେବେଳକୁ ବହୁତ୍ ଡେରି ହୋଇଯାଇଥିଲା। ହସ୍ପିଟାଲ୍ ରେ ଡାକ୍ତର ସାଲୋନି କୁ ମୃତ ଘୋଷଣା କରିଥିଲେ।

ପୋଲିସ୍ ଅଫିସର୍ ରାଜୀବ ପ୍ରତାପ ସିଂହ ଘଟଣା ର ପୂର୍ଣ୍ଣ ତଦନ୍ତ କରି ଶବ କୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ।କ୍ରୋଧ ମଣିଷ ଦ୍ଵାରା କଣ କଣ କରାଇ ଦିଏ। ସାଲୋନୀ ମାତ୍ର ଥିଲା ୧୫ ବର୍ଷ ର ଗୋଟେ ଛୋଟ ଝିଅ। ଏହି ଏକ ସାମାନ୍ୟ କଥା ରୁ ନିଜର କ୍ରୋଧ ସମ୍ଭାଳି ନ ପାରି, ମାନସିକ ଭାରସାମ୍ୟ ହରାଇ ନିଜର ଜୀବନ ହାରିଦେଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।