ବିବାହ ସମୟରେ ବରର ପିତା 11 ଲକ୍ଷ ଟଙ୍କା ଫେରସ୍ତ କରି ଏଭଳି ଏକ ଜିନିଷ ନେବା ପାଇଁ ଜିଦ୍ ଧରି ବସିଲେ ଗାଁ ଲୋକ ଦେଖିବାକୁ ଦୈାଡି ଆସିଥିଲେ

0

ଉଲ୍ଲେଖ ଯୋଗ୍ୟ ଯେ , ବିବାହ ସମୟରେ ଯୌତୁକ ଦେବାର ପ୍ରଥା ପ୍ରାୟ ବହୁତ ଆଗରୁ ଥିଲା । ମାତ୍ର ଏବେ ମଧ୍ୟ ଭାରତୀୟ ଲୋକମାନେ ଏହାକୁ ମାନିଆସିଛନ୍ତି । ଯଦିଓ ଆମ ଭାରତ ସରକାର ନୂଆ ଆଇନ ଅନୁସାରେ ବିବାହ ସମୟରେ ଯୌତୁକ ଦେବା କିମ୍ବା ଯୌତୁକ ଗ୍ରହଣ କରିବା ଏକ ଆଇନ ଗତ ଅପରାଧ ଅଟେ ।

ତଥାପି ଲୋକମାନେ ଏହାକୁ ମାନିଆସିଛନ୍ତି ।କିନ୍ତୁ ଯେଉଁ କନ୍ୟା ର ପିତା ଏକ ଗରିବ ଶ୍ରେଣୀର ହୋଇଥାନ୍ତି ତାଙ୍କର ଝିଅ ପାଇଁ ଏହି ଯୌତୁକ ପ୍ରଥା କାଳ ସଜିଥାଏ ।ତେବେ କେବେକେବେ ଏହି ଯୌତୁକ ପାଇଁ କେତେକ ଲୋକ ନିଜର ବହୁ କୁ ବହୁତ ହଇରାଣ କରିଥାନ୍ତି ତ କେତେଜଣ ଘରୁ ମଧ୍ୟ ଝିଅ କୁ ବାହାର କରିଥାନ୍ତି।

କିନ୍ତୁ ଆମ ସମାଜରେ ଆଜି ବି କିଛି ଏପରି ଲୋକ ଅଛନ୍ତି ଯେଉଁ ମାନେ କି ଏହି ଯୌତୁକ ପ୍ରଥାକୁ ବିରୋଧ କରିଥାନ୍ତି ।ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ସେହି ବ୍ୟକ୍ତିଙ୍କ ର ପ୍ରସଂସା ନକରି ରହିପାରିବେ ନାହିଁ। ତେବେ ଘଟଣା ଟି ହେଉଛି ରାଜସ୍ଥାନ ର ଏକ ଗ୍ରାମରେ। ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ଅଧିକ ରୁ ଅଧିକ ଭାଇରଲ ହେବାରେ ଲାଗିଛି ଏବଂ ସାରା ଦେଶରେ ଚଞ୍ଚଲ୍ୟ ସୃଷ୍ଟି କରିଛି।
ତେବେ ଘଟଣା ଟି କିଛି ଏପରି ଥିଲା କି, ରାଜସ୍ଥାନ ର ମୋହନ ମିଣ ନାମକ ଜଣେ ବ୍ୟକ୍ତି ତାଙ୍କର ପୁଅ ରାମଧନ ଙ୍କର ବିବାହ ସେହି ଅଞ୍ଚଳର ଆରତୀ ମିଣ ନାମକ ଝିଅ ସହ କରିବାର ଠିକ କରିଥିଲେ। ତେବେ ବିବାହ ହେବା ନିଶ୍ଚିତ ହେବା ପରେ ବିବାହ ରେ ଆରତୀ ଙ୍କର ବାପା ଯୌତୁକ ହିସାବରେ ପୁଅ ର ବାପା ଙ୍କୁ ଏକ ଥାଳି ରେ ୧୧ ଲକ୍ଷ ୧୦୧ ଟଙ୍କା ଭର୍ତ୍ତି କରି ନେଇଥିଲେ କିନ୍ତୁ ବର ର ପିତା ଏହାକୁ ଦେଖି ଯାହା ନିଷ୍ପତ୍ତି ନେଇଥିଲେ ଏବଂ ଯାହା କହିଥିଲେ ତାହା ଜାଣିଲେ ଆପଣ ଚକିତ ହୋଇଯିବେ ଏବଂ ତାଙ୍କର ପ୍ରସଂଶା ନକରି ରହିପାରିବେ ନାହିଁ।

ତେବେ ଯେତେବେଳେ ଝିଅ ର ବାପା ତାଙ୍କୁ ଏହି ପଇସା ଭର୍ତ୍ତି ଥାଳି ଦେଇଥିଲେ ସେତେବେଳେ ମୋହନ କହିଥିଲେ କି ମତେ ତୁମର ଟଙ୍କା ର ଆବଶ୍ୟକତା ନାହିଁ ମତେ ତୁମ ଝିଅ ର ଆବଶ୍ୟକତା ରହିଛି। ଏହି ଟଙ୍କା ମୁଁ କେବେ ବି ନେବି ନାହିଁ ଏହା ପାପ ଅଟେ। ଏହି କଥା କହି ସେ ଟଙ୍କା ଥାଳି କୁ ଫେରାଇ ଦେଲେ।

ତେବେ ପ୍ରଥା କହି ବାଧ୍ୟ କରିବାରୁ ସେ ମାତ୍ର ୧୦୧ ଟଙ୍କା ନିଜ ପାଖରେ ରଖିଲେ ଏବଂ ସମସ୍ତ ଟଙ୍କା ଝିଅ ର ବାପା ଙ୍କୁ ଫେରାଇ ଦେଇଥିଲେ। ତେବେ ମୋହନ ଙ୍କର ଏହି କାର୍ଯ୍ୟ କୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ତାଙ୍କର ବହୁତ ପ୍ରସଂସା କରିଥିଲେ ଏବଂ ସମାଜକୁ ଏହା ଏକ ଶିକ୍ଷା ବୋଲି କହିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।