ଦେଖନ୍ତୁ ଭିଡିଓ – ସମସ୍ତଙ୍କ ଆଗରେ ଝିଅଟେ ହୋଇ ପୁଅକୁ ଖୁଲମ ଖୋଲା ପ୍ରପୋଜ କଲା ଝିଅ, ଆଉ ତାପରେ ଯାହା ହେଲା ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ,

0

ଆଜି କାଲି ର ଦୁନିଆ ବହୁତ ଆଗକୁ ଯାଇ ସାରିଲାଣି। ଆଜି କାଲି ର ଲୋକ ମାନେ ମଧ୍ୟ ବହୁତ ଆଗକୁ ଗଲେଣି ଏବଂ ସମସ୍ତେ ଶିକ୍ଷିତ ହେଲେଣି। ଆଜି କାଲି ର ଯୁବପିଢି ମାନେ ବହୁତ ଫାଷ୍ଟ ହେଇଗଲେଣି, ଆଜି କାଲି ତ ପିଲା ମାନେ ୧୪, ୧୫ ବର୍ଷ ହେଲା ବେଳକୁ ପ୍ରେମ କରୁଛନ୍ତି। ଆଜି କାଲି ପ୍ରାୟତଃ ସବୁ ପିଲା ପ୍ରେମ କରୁଛନ୍ତି, ସେମାନେ ପ୍ରେମ ର ପ୍ରକୃତ ଅର୍ଥ କଣ ଜାଣନ୍ତୁ କିମ୍ବା ନ ଜାଣନ୍ତୁ ତଥାପି ବି ପ୍ରେମ କରୁଛନ୍ତି।

ପିଲା ମାନଙ୍କ ପାଇଁ ପ୍ରେମ ର ମାନେ କହିବାକୁ କଥାବାର୍ତ୍ତା, ଦେଖାଚାହାଁ, ଚକଲେଟ୍ ଦିଆନିଆ ଆଉ ଶେଷ ରେ ଟିକେ ଅଧିକ ଦିନ ହୋଇଗଲେ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲପାଇବା। ଆଜି କାଲି ତ ଦୁନିଆରେ ଲଭ୍ ରେ ଏମିତି ଟ୍ରେଣ୍ଡ ଚାଲିଛି, ପିଲା ମାନେ ଏହି ଲଭ୍ ଚକ୍କର୍ ରେ ବହୁତ ଭୁଲ୍ କାମ ମଧ୍ୟ କରି ଦେଉଛନ୍ତି, ଯାହା ଦ୍ୱାରା କି ସେମାନଙ୍କୁ ପଛରେ ବହୁତ ଅନୁତାପ ମଧ୍ୟ କରିବାକୁ ପଡୁଛି।

ଆମେ ମାନେ ସମସ୍ତେ ସୋସିଆଲ୍ ମିଡିଆରେ ନିଶ୍ଚିତ ଭାବେ ଯୋଡିତ ଥିବା। ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଏବଂ ଫଟୋ ସବୁ ଆସେ। ସେହି ସବୁ ମଧ୍ୟରୁ ଅଧିକାଂଶ ଫଟୋ ଏବଂ ଭିଡିଓ ଲଭର୍ସ ମାନଙ୍କ ର ହିଁ ଥାଏ। ସେମାନେ ଲୁଚି ଲୁଚି ପ୍ରେମ କରନ୍ତି, ଅନେକ ଲୋକ ଙ୍କ ଘରେ ଏହାକୁ ଗ୍ରହଣ ମଧ୍ୟ କରନ୍ତି ନାହିଁ। ସେଥିପାଇଁ ସେମାନେ ଲୁଚି ଲୁଚି ପରସ୍ପର କୁ ଦେଖା କରିବା,

କଥା ହେବା ଆଦି କାମ କରିଥାଆନ୍ତି। ତେବେ ଆମେ ମାନେ ଅନେକ ସମୟ ରେ ସୋସିଆଲ୍ ମିଡିଆରେ ଦେଖିଥିବା ଅନେକ ଲଭର୍ସ ଲୁଚି ଦେଖା କରୁଥିବା ଏବଂ କଥା ହେଉଥିବା ବେଳେ ଲୋକ ମାନେ ସେମାନଙ୍କୁ ଧରି ନିଅନ୍ତି। ତେବେ ଏବେ ସୋସିଆଲ୍ ମିଡିଆରେ ସେହି ପରି ଏକ ପ୍ରେମୀ ଯୁଗଳ ଙ୍କ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ତେବେ ଆଜି ସେହି ସମ୍ବନ୍ଧୀୟ ତଥ୍ୟ ବିଷୟ ରେ ଜଣାଇବୁ।


ପାକିସ୍ତାନର ଲାହୋର ୟୁନିଭର୍ସିଟିର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓରେ ଜଣେ ଝିଅ ୟୁନିଭର୍ସିଟିର କ୍ୟାମ୍ପସରେ ଜଣେ ପୁଅକୁ ପ୍ରପୋଜ କରୁଥିବାର ଦେଖାଯାଉଛି ।ଯେଉଁ ସମୟରେ ଝିଅଟି ପୁଅକୁ ଆଣ୍ଠୁରେ ବସି ପ୍ରପୋଜ କରୁଛି, ସେହି ସମୟରେ ସେଠାରେ ଥିବା ଛାତ୍ରମାନେ ଏହି ଦୃଶ୍ୟକୁ ନିଜ ନିଜର ମୋବାଇଲରେ କେପଚର କରିବାରେ ଲାଗିଛନ୍ତି । ଝିଅ ଟି ପୁଅ କୁ ପ୍ରୋପୋଜ କରିବା ପରେ ପୁଅ ଟି ହଁ କହିଥିଲା ଯାହା ପରେ ଝିଅଟି ଠିଆ ହୋଇଯାଏ ଏବଂ ପୁଅକୁ ଆଲିଙ୍ଗନ କରେ।

ପାଖରେ ଥିବା ଛାତ୍ରଛାତ୍ରୀମାନେ ପାଟି କରି ଉତ୍ସାହିତ ମଧ୍ୟ କରୁଛନ୍ତି ।ଏହି ପୁରା ଦୃଶ୍ୟ କୌଣସି ବଲିଉଡ ଫିଲ୍ମର ସିନ ପରି ଲାଗୁଛି ।ସେହିପରି ଝିଅଟିର ଏଭଳି କାର୍ଯ୍ୟକଳାପ ଦ୍ୱାରା ପାକିସ୍ତାନରେ ଏହି ଖବର ବ୍ୟାପି ଯାଇଥିଲା ​ଏବଂ ୟୁନିଭର୍ସିଟି ପ୍ରଶାସନ ଦୁଇ ଛାତ୍ରଙ୍କ ଉପରେ ରାଗିଥିଲା ।ୟୁନିଭର୍ସିଟି ପକ୍ଷରୁ ଗୋଟିଏ ଲେଟର ଜାରି କରାଯାଇଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ବରଖାସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଲାହୋର ବିଶ୍ୱବିଦ୍ୟାଳୟର ବିଶେଷ ଅନୁଶାସନ କମିଟି ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରୁ ବାହାର କରିବା ଏବଂ ସେମାନଙ୍କ କ୍ୟାମ୍ପସରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି । ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏକ ନୋଟିଫିକେସନ ଜାରି କରି କୁହାଯାଇଛି ଯେ ଅନୁଶାସନ କମିଟିର ବୈଠକରେ ଜଣାପଡିଛି ଯେ ଏହି ଦୁଇ ଛାତ୍ରଛାତ୍ରୀ ନିୟମକୁ ଭାଙ୍ଗିଛନ୍ତି ।

ସେ କହିଛନ୍ତି ଯେ ଦୁଇ ଷ୍ଟୁଡେଣ୍ଟ୍ ଙ୍କୁ ଡକାଯାଇଥିଲା, କିନ୍ତୁ ସେମାନେ ଉପସ୍ଥିତ ହୋଇ ନଥିଲେ, ଯାହା ପରେ ସେମାନଙ୍କୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଗଲା । ଲାହୋର ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଦୁଇ ଛାତ୍ର ଭୁଲ ବ୍ୟବହାର କରିଛନ୍ତି ଏବଂ ବିଶ୍ୱବିଦ୍ୟାଳୟର ନିୟ-ମକୁ ଉଲ୍ଲଂଘନ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।