ସମାଜ ପାଇଁ ଉଦାହରଣ ସାଜିଲେ ଏହି ମା’ ପେଟରେ ଛୁଆ କହ ଧରି ଚଳାଇଲେ ଅଟୋ , ଏହି ମା’ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ

0

ଆଜିକାଲି ମଣିଷ ବହୁ ଅଭାବ ଅନାଟନରେ ନିଜକୁ ପରି ପାଳନ କରୁଛି।ଅର୍ଥ ହିଁ ସବୁର ମୂଳ କାରଣ।ତେବେ ଆଜିର ସମାଜରେ ପୁରୁଷ ସ୍ତ୍ରୀ ଉଭୟ କେହି କାହାଠୁ କମ୍ ନୁହନ୍ତି।ସ୍ତ୍ରୀ ମଧ୍ୟ ପୁରୁଷର କାନ୍ଧ କୁ କାନ୍ଧ ମିଶାଇ ସମାଜରେ ଚଳିପରୁଛି।ଗୋଟେ ସ୍ତ୍ରୀ ନିଜ ସ୍ୱାମୀର ପରିବାରର ବୋଝ କମ୍ କରିବା ଲାଗି ନିଜେ କର୍ମ କ୍ଷେତ୍ରକୁ ଓହ୍ଲାଇଛି।ଆଜିକାଲି ମୁଖ୍ୟତଃ ମହିଳାମାନେ ଦେଶର ଉନ୍ନତି କ୍ଷେତ୍ରରେ ପଦାର୍ପଣ କରିଲେଣି।

ସେହି ମହିଳା ମାନଙ୍କ ପାଇଁ ଆମ ଦେଶ ଆଜି ଗର୍ବିତ।ଗୋଟେ ନାରୀ କୋମଳ ହେଲେ ମଧ୍ୟ ତା ଭିତରେ ସାହସିକତା ଭରି ରହିଛି।ଜୀବନ କ୍ଷେତ୍ରରେ କୌଣସି କଠିନ ପରିସ୍ଥିତି ଆସିଲେ ସେ ପଛଘୁଞ୍ଚା ଦିଏନାହି ବରଂ ସାହସର ସହ ସାମ୍ନା କରେ।ତ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ମହିଳା ଅଟୋ ଚାଳକ ବିଷୟରେ କହିବୁ ।ତେବେ ଆସନ୍ତୁ ଜାଣିବା ସେହି ମହିଳା ଜଣକ କିପରି ନିଜର ଅଣ୍ଟାରେ ଛୋଟ ଛୁଆକୁ ବାନ୍ଧି ଅଟୋ ଚଳାଉଛନ୍ତି।

ଖବର ଅନୁଯାୟୀ ଛତିଶଗଡ ରାଜ୍ୟରେ ଆମ୍ବିକାପୁର ସହରରେ ଗୋଟେ ମହିଳା ପ୍ରତିଦିନ ଅଟୋ ଚଳାଇଥାନ୍ତି।ସେହି ମହିଳା ଜଣଙ୍କ ନାମ ହେଉଛି ତାରା ପ୍ରଜାପତି।ଏହି ଅଟୋ ଚଳାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଳ ହେବାରେ ଲାଗିଛି।ତାରା ଙ୍କ ର ଏପରି କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ସଲାମ କରୁଛନ୍ତି।

ଗୋଟେ ମହିଳା ହେଲ ମଧ୍ୟ ସେ ନିଜର ଛୋଟ ଛୁଆକୁ ଅଣ୍ଟାରେ ବାନ୍ଧି ପ୍ରତିଦିନ ଅଟୋ ଚଳାଇଥାନ୍ତି।ତାରା ପ୍ରଜାପତିଙ୍କ ର ସଂଘର୍ଷ ର କାହାଣୀ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେବେ।ଏହି କାହାଣୀ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ସବୁବେଳେ ନିଜର ଭାଗ୍ୟକୁ ନିନ୍ଦିଥାନ୍ତି।ତାରା ପ୍ରମାଣ କରି ଦେଖେଇଲେ ଯେ ମନ ଓ ଇଚ୍ଛା ଶକ୍ତି ଉଚ୍ଚ ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ।

ତାରା ପ୍ରଜାପତି ୧୦ ବର୍ଷ ତଳେ ଏକ ଗରିବ ପରିବାରରେ ବିବାହ କରିଥିଲେ।ତାରା ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ।ତାରା ଙ୍କ ସ୍ଵାମୀ ଅଟୋ ଚଳାଇ ନିଜର ପରିବାରର ଭରଣ ପୋଷଣ କରୁଥିଲେ।ହେଲେ ଆୟ ଅନୁସାରେ ଖର୍ଚ୍ଚ ଅଧିକ ଥିଲା।ତେଣୁ ତାରା ନିଜ ପରିବାର ସ୍ଥିତି ଉନ୍ନତ କରିବା ପାଇଁ ଅଟୋ ଚାଇବେ ବୋଲି ପଦକ୍ଷେପ ନେଲେ।ଆଉ ବର୍ତ୍ତମାନ ତାରା ନିଜର ପିଲା ଆଉ ପରିବାରର ବେଶ ଭଲଭାବେ ଦେଖାଶୁଣା କରିପାରୁଛନ୍ତି।ତାରା ଙ୍କ କହିବା ଅନୁଯାଇ ପିଲାଙ୍କ ପାଠ ପଢା ତଥା ପରିବାର ଭରଣ ପୋଷଣ ପାଇଁ ଅଟୋ ଚଳାଇବା ନିହାତି ଆବଶ୍ୟକ।

ତେବେ ନିଜ ପରିବାରର ଖୁସି ପାଇଁ ସେ ନିଜ ସ୍ଵାମୀ ସହ ଅଟୋ ଚଳାଇବାକୁ ନିର୍ଣ୍ଣୟ ନେଇଥିଲେ।ଆଉ ଅଟୋ ଚଳାଇବା ସମୟରେ ସେ ନିଜର ଛୁଆକୁ ଯେପରି କିଛି ଆଘାତ ନହୁଏ ସେଥିପ୍ରତି ଧ୍ୟାନ ଦେଇଥାନ୍ତି।ତାରା ଅଟୋରେ ସବୁବେଳେ ପାଣି ବୋତଲ ,ଖାଦ୍ୟ ରଖିଥାନ୍ତି ଯାହାକି ଛୁଆକୁ ଯେମିତି କିଛି ଅସୁବିଧା ନ ହୁଏ।ଏଭଳି କାମ ଗୋଟେ ମହିଳା ପାଇଁ ବହୁ କଷ୍ଟକର ହେଲେ ମଧ୍ୟ ନିଜର ପିଲାର ଭବିଷ୍ୟ ଉଜ୍ଜଳ ପାଇଁ ସେ ଏପରି କାର୍ଯ୍ୟ କରୁଛନ୍ତି।ଯାହାକି ସୋସିଆଲ ମିଡିଆରେ ଲୋକେ ଏହାକୁ ବହୁତ୍ ପ୍ରଶଂସା କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।