Jyotish Shastra- କେଉଁ ବାରରେ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳି

0

ସପ୍ତାହ ରେ ସାତୋଟି ଦିନ। ସାତୋଟି ଭିନ୍ନ ଭିନ୍ନ ଅର୍ଥ ରେ ନିଜକୁ ପ୍ରକାଶ କରନ୍ତି ପ୍ରତ୍ୟେକ ଦିନ। ତେବେ ଆପଣ ମାନେ ତ ନିଶ୍ଚୟ ସୁନିଥିବେ ଯେ ପ୍ରତ୍ୟେକ ବାର ଭିନ୍ନ ଭିନ୍ନ ଭଗବାନ ଙ୍କ ବାର ହୋଇ ଥାଏ। ତେବେ ପ୍ରତ୍ୟେକ ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ଙ୍କ ସ୍ଵଭାବ ଓ ଜୀବନ ଶୈଳୀ ବିଷୟ ରେ ଆଜି ଆମେ ଆଲୋଚନା କରିବୁ।

1.ରବିବାର:-ଏହିଦିନକୁ ସୂର୍ଯ୍ୟଙ୍କ ଦିନ ବୋଲି ମାନା ଯାଇଥାଏ । ଏହିଦିନ ଜନ୍ମ ହୋଇଥିବା ଲୋକ ତେଜସ୍ବୀ ଓ ବହୁତ ଭାଗ୍ୟଶାଳୀ ଏବଂ ଦୀର୍ଘଆୟୁ ଶାଳି ହୋଇଥାନ୍ତି ।ଏହିଦିନରେ ଜନ୍ମ ହୋଇଥିବା ଲୋକ କାହା କାମ ରେ ବାଧା ସୃଷ୍ଟି କରି ନଥାନ୍ତି ଓ ନିଜ କାମରେ କାହାର ବାଧା ଏମାନଙ୍କୁ ପସନ୍ଦ ଆସି ନଥାଏ

ଯଦି କେହି ଏମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରେ ତେବେ ଏମାନେ ବହୁତ ଜଲ୍ଦି କ୍ରୋଧିତ ହୋଇଯାଇଥାନ୍ତି । ଏମାନେ ସର୍ବଦା ଅନ୍ୟର ସାହାଯ୍ୟ ରେ ଲାଗିଥାନ୍ତି ।ଏହି ବ୍ୟକ୍ତି ଙ୍କ ସ୍ଵଭାବ ଅତି ଖୁସି ମିଯାଜ୍ ର ଅଟେ।

2.ସୋମବାର:- ଏହିଦିନରେ ଜନ୍ମ ହୋଇଥିବା ଲୋକ ବହୁତ୍ ଶାନ୍ତ ଓ ଖୁସି ମିଜାଜ୍ ର ସ୍ଵଭାବ ର ବ୍ୟକ୍ତି ଅଟନ୍ତି।ଏମାନେ ବହୁତ ଚଞ୍ଚଳ ହୋଇ ଥାନ୍ତି। ଚଞ୍ଚଲ ହେବା କାରଣରୁ ଏମାନଙ୍କର ବିଚାର ନିରନ୍ତର ବଦଳିଥାଏ । ଏମାନଙ୍କର ସ୍ମରଣ ଶକ୍ତି ବହୁତ ଭଲ ହୋଇଥାଏ । କିନ୍ତୁ ଏମାନଙ୍କ ମଧ୍ୟରେ ଧେର୍ଜ୍ୟ ର କମି ରହିଥାଏ । ପରିବାର ପ୍ରତି ଭଲ ପାଇବା ଅଧିକ ରହି ଥାଏ।କୌଣସି ବି ପରିସ୍ଥିତି ର ସାମ୍ନା ବହୁତ ସରଳ ଭାବେ କରିଥାନ୍ତି ।

3.ମଙ୍ଗଳବାର:- ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ହନୁମାନ ଙ୍କ ବଡ଼ ଭକ୍ତ ହୋଇ ଥାନ୍ତି। ଏମାନେ ସ୍ଥିର ସ୍ଵଭାବ ର ଅଟନ୍ତି। ନିଜର ପ୍ରତିଶ୍ରୁତି କୁ କେବେ ବି ଭୁଲି ନ ଥାନ୍ତି। ଏହିଦିନ ଜନ୍ମ ହୋଇଥିବା ଲୋକ ବହୁତ ସଚ୍ଚୋଟ ହୋଇ ଥାନ୍ତି। ଅନ୍ୟ କୁ ସାହାଯ୍ୟ କରିବା ଏବଂ ଆରମ ଦାୟକ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି ।ଏମାନେ ସର୍ବଦା ଅନ୍ୟର ସାହାଯ୍ୟ ରେ ଲାଗିଥାନ୍ତି ।ଏହି ବ୍ୟକ୍ତି ଙ୍କ ସ୍ଵଭାବ ଅତି ଖୁସି ମିଯାଜ୍ ର ଅଟେ।

4.ବୁଧବାର:- ଯେଉଁମାନଙ୍କ ଜନ୍ମ ହୋଇ ଥିବା ବ୍ୟକ୍ତି ଧର୍ମ କର୍ମ ରେ ଅଧିକ ରୁଚି ରଖିଥାନ୍ତି । ଏମାନଙ୍କ ମସ୍ତିସ୍କ ବହୁତ ତେଜ ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର ନିଜ ପରିବାର ପ୍ରତି ବହୁତ୍ ଭଲ ପାଇବା ରହିଥାଏ । ଏମାନେ ହୃଦୟରୁ ସଫା ହୋଇ ଥାନ୍ତି ଏବଂ ଅନ୍ୟକୁ ସାହାଯ୍ୟ କରିବା ସ୍ଵଭାବର ହୋଇଥାନ୍ତି । ଚତୁରତା ସ୍ଵଭାବ ର ଅଧିକ ବ୍ୟକ୍ତି ଏହି ବାର ରେ ଜନ୍ମ ଗ୍ରହଣ କରି ଥାନ୍ତି।

5.ଗୁରୁବାର:- ଏହିଦିନରେ ଜନ୍ମ ହୋଇଥିବା ଲୋକ ବହୁତ ସାହସୀ ହୋଇଥାନ୍ତି । କୌଣସି ବି ପରିସ୍ଥିତି ର ସାମ୍ନା ବହୁତ ସରଳ ଭାବେ କରିଥାନ୍ତି । ଏହି କାରଣରୁ ଲୋକ ବହୁତ ଜଲଦି ଏମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏମାନେ ଧର୍ମ ପ୍ରତି ବହୁତ ପ୍ରଭାବିତ ହୋଇ ଥାନ୍ତି । ଏହି କାରଣରୁ ଏମାନେ ଅନ୍ୟ ପ୍ରତି ବହୁତ ଭଲ ବ୍ୟବହାର କରିଥାନ୍ତି। ମଧୁର କଥା କହି ଅନ୍ୟ ମାନଙ୍କ ହୃଦୟ ଜିତି ପାରନ୍ତି।

6.ଶୁକ୍ରବାର:- ଏହି ଦିନ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଅନେକ ଚତୁର , ବୁଦ୍ଧିମାନ ସହିତ ଭଲ ସ୍ଵଭାବ ର ହୋଇ ଥାନ୍ତି। ଏମାନେ ଅଧିକ ସହନସିଲ ଓ ଭାବୁକ ସ୍ଵଭାବ ର ଅଟନ୍ତି। ଦାନ କରିବାକୁ ଏମାନଙ୍କ ପସନ୍ଦ। ଅନ୍ୟ ର ସବୁବେଳେ ଭଲ ଚିନ୍ତା କରି ଥାନ୍ତି। ଅନ୍ୟ ମାନଙ୍କ ହୃଦୟ ବେଶ୍ ଭଲ ଭାବରେ ଜିତି ପାରନ୍ତି।

7.ଶନିବାର:- ଶନିବାର ଦିନ ଜନ୍ମ ଗ୍ରହଣ ନେଇ ଥିବା ବ୍ୟକ୍ତି ଙ୍କ ଉପରେ ସର୍ବଦା ଶନି ଦେବ ଙ୍କ ଅଶେଷ କୃପା ରହି ଥାଏ। ଏହିଦିନରେ ଜନ୍ମ ହୋଇଥିବା ଲୋକ କାହା କାମ ରେ ବାଧା ସୃଷ୍ଟି କରି ନଥାନ୍ତି ଓ ନିଜ କାମରେ କାହାର ବାଧା ଏମାନଙ୍କୁ ପସନ୍ଦ ଆସି ନଥାଏ । ଏହି ବ୍ୟକ୍ତି ମାନେ ନିଜର କଥା ରୁ ଓହରି ନ ଥାନ୍ତି। ନିଜର ପ୍ରତିଶ୍ରୁତି କୁ ଭାଙ୍ଗି ନ ଥାନ୍ତି। ଏହି ଦିନ ରେ ଜନ୍ମ ନେଇ ଥିବା ବ୍ୟକ୍ତି ସବୁବେଳେ ହସ ହସ ମୁଖ ହୋଇ ଥାନ୍ତି ଓ ସମସ୍ତ ଙ୍କ ସହିତ ବେଶ୍ ଜଲଦି ମିଶି ଯାଇ ଥାନ୍ତି। ନିଜର କଥା ଓ ବିଚାର ଦ୍ଵାରା ସମସ୍ତ ଙ୍କ ହୃଦୟ ଜିତି ପାରିଥାନ୍ତି।ଏମାନଙ୍କୁ ଶାନ୍ତ ରହିବା ପସନ୍ଦ ଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।