ଆଶ୍ଚର୍ଯ୍ୟଜନକ ହଠାତ୍ ଠାକୁର ରୂପରେ ଆବିର୍ଭାବ ନାଗ ନାଗୁଣୀ ତାପରେ ଯାହା ସବୁ ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ 60,000 ରୁ ଅଧିକ ଲୋକ ଦର୍ଶନ କରି ସାରିଲେନି

0

ବନ୍ଧୁଗଣ ଆପଣ ମାନେ ତୋ ଜାଣିଥିବେ ଏଇ କିଛି ଦିନ ତଳେ ପବିତ୍ର ଜାଗର ଗଲା। ଓଡ଼ିଶାର ପ୍ରତ୍ୟେକ ଶୈବ ପୀଠ ରେ ବହୁତ ଜାକ ଜକମ ରେ ପାଳନ କରାଯାଇଥିଲା ଶିବରାତ୍ରି। ତେବେ ଭଗବାନ ଙ୍କ ଆଶୀର୍ବାଦ ହେଲେ ବହୁତ ଚମତ୍କାର ସ୍ଵତଃ ପ୍ରକୃତ ଭାବେ ହୋଇଥାଏ। ତେବେ ସେହିପରି ଏକ ଚମତ୍କାର ଘଟିଛି ଯାଜପୁର ଚଣ୍ଡିଖୋଲର ମହାବିନାୟକ ପୀଠରେ। ସେ କଣ ଆଶ୍ଚର୍ଯ୍ୟକର ଘଟଣା ଆସନ୍ତୁ ଜାଣିବା।

ଏହି ଘଟଣା ଟା ଘଟିଛି ଗତ ପବିତ୍ର ଶିବରାତ୍ରି ଅବସରରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ମହା ବିନାୟକ ମନ୍ଦିର ନିକଟରେ। ସେଠାରେ ୨ ଟି ନାଗ ନାଗୁଣୀ ପରସ୍ପର ସହ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତ ଶିବ ଙ୍କ ଜାଗର ପୂଜା ଅବସରରେ ପ୍ରଭୁ ମହାବିନାୟକ ଙ୍କ ନିକଟରେ ପୂଜା ଅର୍ଚ୍ଚନା ଚାଲିଥିଲା। ରୀତି ନୀତି ଅନୁସାରେ ହୋଇଥିଲା ଜାଗର ପୂଜା।

ତେବେ ପ୍ରଶାସନ ଙ୍କ କଟକଣା ଯୋଗୁଁ ଭକ୍ତ ଙ୍କ ଏତେ ଟା ସମାଗମ ନ ଥିଲା। ଏହି ସମୟରେ ମନ୍ଦିର ନିକଟରେ ଦେଖିବାକୁ ମିଳି ଥିଲା ଏହି ନାଗ ନାଗୁଣୀ ଙ୍କ ଖେଳ। ଅନେକ ସମୟ ଧରି ସେମାନେ ପରସ୍ପର ସହ ନିମଗ୍ନ ହୋଇ ଖେଳି ଚାଲିଥିଲେ। ଯାହାର ଭିଜୁଆଲ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍ ରେ କଏଦ କରିଥିଲେ।

ତେବେ ଗଲା ଜାଗର ରେ ଦେଖିବାକୁ ମିଳିଥିଲା ଏହିପରି ଏକ ଅଦ୍ଭୁତ ଦୃଶ୍ୟ। ମହାବିନାୟକ ପୀଠ ରେ ଏପରି ଆଶ୍ଚର୍ଯ୍ୟ କର ଦୃଶ୍ୟ କୁ ଦେଖି ଲୋକେ କହୁଥିଲେ ଭଗବାନ ଶିବ ଆଉ ପାର୍ବତୀ ନାଗ ନାଗୁଣୀ ଙ୍କ ବେଶରେ ଧରା ପୃଷ୍ଠା କୁ ଆସିଛନ୍ତି। ସାପ ରୂପୀ ଠାକୁର ଙ୍କର ଦର୍ଶନ କରିବା ପାଇଁ ଜମିଥିଲା ବେଶ୍ ଭିଡ। ଦର୍ଶକ ବନ୍ଧୁ ଏହି ଗତ ଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶୈବ ପୀଠ ରେ କୋଭିଡ୍ ର ନିୟମ ଅନୁସାରେ ପାଳିତ ହୋଇଛି ମହାଶିବରାତ୍ରି ବା ଜାଗର ଯାତ୍ରା।

ବିନା ଭକ୍ତ ରେ କେବଳ ରୀତି ନୀତି ରେ ମହାପ୍ରଭୁ ଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ଠିକ୍ ସେଇଭଳି ଭାବେ ଯାଜପୁର ର ମହାବିନାୟକ ପୀଠ ରେ ମଧ୍ୟ ପରମ୍ପରା ରକ୍ଷା କରାଯାଇଥିଲା। କେବଳ ପୂଜକ ଆଉ ସେବାୟତ ଙ୍କୁ ନେଇ ସମ୍ପୂର୍ଣ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମହାଦୀପ କୁ ମନ୍ଦିର ବେଢ଼ା ପରିକ୍ରମା କରାଯିବା ପରେ, ମନ୍ଦିର ଚୂଳା ରେ ସ୍ଥାପନ କରିଥିଲେ ପୂଜକ।

ଏହିପରି ଭାବେ ମନ୍ଦିର ପ୍ରଶାସନ, ସେବାୟତ, ପୂଜକ ଓ କର୍ମଚାରୀଙ୍କ ଉପସ୍ଥିତି ରେ ରାତି ପ୍ରାୟ ୧ ଘଣ୍ଟା ୮ ମିନିଟ୍ ରେ ଏଠାରେ ମହାଦୀପ ଉଠିଥିଲା। କୋଭିଡ଼ କଟକଣା କୁ ଆଖି ଆଗରେ ରଖି ଚଳିତ ବର୍ଷ ଏଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। କଟକଣା ଯୋଗୁଁ ଲକ୍ଷାଧିକ ଭକ୍ତ ବାବାଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥିଲେ। ତେବେ ଦିନ ବେଳା ମନ୍ଦିର ନିକଟ ରେ ଦୁଇ ନାଗ ନାଗୁଣୀ ଙ୍କର ଆବିର୍ଭାବ ଭଗବାନ ଶିବଙ୍କ ଉପସ୍ଥିତି ର ଏକ ବିଶ୍ୱାସ ଜଗାଇଥିଲ ଭକ୍ତଙ୍କ ହୃଦୟ ରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।