pregnancy Tips -ଏହି 9 ଟି ଲକ୍ଷଣରୁ ଜାଣନ୍ତୁ କି ଆପଣ ଗର୍ଭବତୀ ଅଛନ୍ତି କି ନାହଁ

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଆମ ସମାଜରେ ଏମିତି ବି ମହିଳା ଅଛନ୍ତି ଯେଉଁ ମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସି କୁ ବଦଳି ନଥାଏ ବରଂ ତାର ପୁରା ଜୀବନ କୁ ବଦଳିଦେଇଥାଏ । ତେବେ ଏହି ପୋଷ୍ଟ ମଧ୍ୟମରେ ଆମେ ଆପଣଂକୁ ଜଣେଇବୁ ଗର୍ଭବତୀ ହେବାର ପ୍ରଥମ ପର୍ଯ୍ୟାୟରେ ଦେଖାଯାଇଥିବା ୯ ଟି ଲକ୍ଷଣ ବିଷୟରେ ।

ପ୍ରାଥମିକ ସ୍ତରରେ ଗର୍ଭବତୀ ହେବାର ଲକ୍ଷଣ:-

୧. ବାରମ୍ବାର ପରିସ୍ରା ଲାଗିବା ।ଗର୍ଭବତୀ ହେବାର ପ୍ରଥମ ସ୍ତରରେ ମହିଳା ମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ।ଯଦି ଏହା ଆପଣଂକ ସହ ହେଉଛି ତାହେଲେ ବୁଝିଯାଆନ୍ତୁ ଯେ ଆପଣ ମା ହେବାକୁ ଯାଉଛନ୍ତି।ଏହା ହୋରମନ ର ପରିବର୍ତ୍ତନ କାରଣରୁ ହୋଇଥାଏ।

୨.ଥକା ଓ ନିଦ ଲାଗିବା ।ଗର୍ଭବତୀ ହେବାର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ପରଜେଷ୍ଟ୍ର ହୋରମନ ର କ୍ଷରଣ ଶରୀରରେ ଅଧିକ ହୋଇଥାଏ ତେଣୁ ଏହି ସମୟରେ ଅଧିକ ଥକା ଲାଗିବା ସହ ନିଦ ଲାଗିଥାଏ ।

୩.ମାସିକ ଋତୁସ୍ରାବ ବନ୍ଦ ହେବା। ମହିଳା ମାନଙ୍କର ମାସିକ ଋତୁସ୍ରାବ ବନ୍ଦ ହେବା ଗର୍ଭବତୀ ହେବାର ଏଜ ସ୍ପଷ୍ଟ ଲକ୍ଷଣ ଅଟେ ।

୪.ସ୍ଵଭାବ ଓ ମୁଡ଼ ରେ ପରିବର୍ତ୍ତନ ହେବା ।ଗର୍ଭବତୀ ହେବାର ପ୍ରାଥମିକ ସ୍ତର ରେ ମହିଳା ମାନଙ୍କ ର ଶରୀରରେ ହୋରମନ ର ପରିବର୍ତ୍ତନ ଯୋଗୁଁ ସେମାନ ଙ୍କର ସ୍ଵଭାଵ ରେ ପରିବର୍ତ୍ତନ ଦେଖାଯାଏ ।

୫.ଖାଇବା ର ଗନ୍ଧ ରୁ ବାନ୍ତି ଲାଗିବା ।ମହିଳା ମାନେ ଗର୍ଭବତୀ ଅବସ୍ଥାରେ ଅନେକ ଖାଦ୍ୟ ଖାଉପାରନ୍ତି ନାହିଁ ।କାରଣ ଏମାନଙ୍କୁ ଖାଦ୍ୟର ଗନ୍ଧ ରୁ ବାନ୍ତି ଆସିଥାଏ।

୬.ସ୍ତନ ନରମ ହେବା ।ଗର୍ଭବତୀ ହେବାର ପ୍ରାରମ୍ଭରୁ ମହିଳା ମାନଙ୍କ ସ୍ତନ ନରମ ଓ ସଫ୍ଟ ହେବା ସହ ସେଥିରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

୭.ଅଳ୍ପ ଋତୁସ୍ରାବ ହେବା । ମହିଳାଙ୍କ ଶରୀରରେ ପରଜେଷ୍ଟ୍ର ହୋରମନ ର କ୍ଷରଣ ଅଧିକ ହେବା ଯୋଗୁଁ କିଛି ଦିନ ପର୍ଯ୍ୟନ୍ତ ଅଳ୍ପ ଋତୁସ୍ରାବ ହୋଇଥାଏ।

୮.ମୁଣ୍ଡ ଯନ୍ତ୍ରଣା କରିବା ।ଏହି ସମୟରେ ମହିଳା ମାନଙ୍କର ମୁଣ୍ଡ ଯନ୍ତ୍ରଣା କରିବା ସାଧାରଣ ଅଟେ ।ଏହା ମଧ୍ୟ ହୋରମନ ର ପରିବର୍ତ୍ତନ କାରଣ ରୁ ହୋଇଥାଏ।

୯.କଷ୍ଟକାଠିନ୍ୟ ହେବା ତଥା ମାଂସ ପେଶୀ ରେ ଯନ୍ତ୍ରଣା ଅନୁଭବ କରିବା। ଏହି ସବୁ ଲକ୍ଷଣ ଗର୍ଭବତୀ ହେବାର ପ୍ରଥମ ପର୍ଯ୍ୟାୟରେ ଦେଖାଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।