ସମସ୍ତ ପ୍ରମାଣ ମିଳିଲା ପରେ ପୁଣି ମାଳିକାର ବାବା ଦେଲେ ଏହି ଚାଲେଞ୍ଚ( ମାଳିକାକୁ ବିଶ୍ବାସ କରୁନଥିବା ଲୋକ ଦେଖନ୍ତୁ ନାହିଁ )

0

ଆଜିକୁ ୬୦୦ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚଶଖା ମାନେ ଯେତେେଳେ କାଗଜ କଲମ ନ ଥିଲା, ଅତ୍ୟାଧୁନକ ଯନ୍ତ୍ରପାତି ର ବ୍ୟବସ୍ଥା ନ ଥିଲା, ତାଳ ପତ୍ର ଏବଂ ଲେଖନୀ ସାହାଯ୍ୟ ରେ ସେ ସମଗ୍ର ବିଶ୍ଵ ର ଭବିଷ୍ୟତ ଲେଖିଛନ୍ତି। ଏହି ଉକ୍ତି ଉପରେ ମହା ପୁରୁଷ ଅଚ୍ୟୁତା ନନ୍ଦ ଗୋଟେ ସୁନ୍ଦର ଆଲୋଚନା କରିଛନ୍ତି, ସେ କହିଛନ୍ତି ହେ ରାମଚନ୍ଦ୍ର, ମୋର ବାଣୀ କେବେ ଅନ୍ୟଥା ହେବ ନାହିଁ।

ତାଙ୍କର ତତ୍ତ୍ଵାବଧନି ଗ୍ରନ୍ଥରେ କଳି ଯୁଗର ଭବିଷ୍ୟତ ବିଷୟରେ ଯାହା କହିଛନ୍ତି ସେଇୟା ସବୁ ସତ୍ୟ ହେବ। ଏହା ମାଳିକା ବଚନ କୁହାଯାଏ।ଜଣେ ଭବିଷ୍ୟତ ଦ୍ରଷ୍ଟା କଳି ଯୁଗର ଭବିଷ୍ୟତ ରେ ସଂସାର ରେ ପ୍ରକୃତି ଦ୍ଵାରା କଣ କଣ ଘଟନା ବଳି ସବୁ ଘଟଥିବାକୁ ଯାଉଛି। ତେବେ ହବିଷ୍ୟତ ବାଣୀ ରୁ ଅନେକ ସତ ହୋଇ ସାରିଛି,

ବର୍ତ୍ତମାନ ସତ ହୋଇ ଚାଲିଛି ଏବଂ ଆଗକୁ ଯାହା ଭବିଷ୍ୟତ ବାଣୀ କରିଛନ୍ତି ତାହା ମଧ୍ୟ ସତ୍ୟ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ସେ ହେଉଛନ୍ତି ଉତ୍କଳର ମହାନ୍ ପଞ୍ଚସଖା ମାନଙ୍କ ଭିତରୁ ଅନ୍ୟତମ ମହାପୁରୁଷ ଅଚ୍ୟୁତାନନ୍ଦ। ଆଉ ସେ ଅଚ୍ୟୁତାନନ୍ଦଙ୍କ ର ଭବିଷ୍ୟତବାଣୀ ର ନାଁ ହେଉଛି ମାଳିକା। ଆଉ ସେଇ ମାଳିକା କୁ ନେଇ ଆଜିର ସମାଜ ରେ ଏକ ପ୍ରଶ୍ନବାଚୀ। ଆଉ ସେ ଅନେକ ଗୁଡ଼ିଏ ଯେଉଁ ମାଳିକା ରଚନା କରିଛନ୍ତି ତା ମଧ୍ୟରୁ ଗୋଟିଏ ମାଳିକା ର ନାମ ହେଉଛି “କଳି ଭବିଷ୍ୟତ” ମାଳିକା।

ତେବେ ମାଳିକାରେ ବର୍ଣ୍ଣିତ ହୋଇଅଛି ୨୫୬ ଜଣ ଭକ୍ତଙ୍କ ବିଷୟରେ। ତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଣ୍ଟାପଡ଼ା ର ସନ୍ଥ ବାବା ସୁର ଦାସ। ମାଳିକା ରେ ଥିବା ଗୁପ୍ତ କଥା ସାମ୍ନା କୁ ଆସିବା ଉଚିତ୍ କି ନାହିଁ ପଚାରିବାରୁ ସେ କହିଥିଲେ ଏସବୁ କଥା ସମୟ ଆସିଲେ ପ୍ରଘଟ ହେବ। ଯଦି ଗୁପ୍ତ ନ ରହିବ ତେବେ କଥାର ମହତ୍ତ୍ଵ କିଛି ରହିବନି। ତେଣୁ ସମୟକୁ ଅପେକ୍ଷା କରିବା ଛଡା ଆଉ କିଛି ବିକଳ୍ପ ନାହିଁ। ଭଗବାନ ଶ୍ରୀକଷ୍ଣ ସମୟର ଅଧିକାରୀ ହୋଇ ମଧ୍ୟ ସମୟକୁ ସାକ୍ଷୀ ଦେଇଛନ୍ତି।

ତେଣୁ କିଛି ତା କଥା ପରିପ୍ରକାଶ ନା କରି ନିହାତି ଗୁପ୍ତ ରହିବା କଥା। ତେବେ ମାଳିକା ଟାକୁ ଆମେ ଯେତେ ପଢିବା ଓ ଗବେଷଣା କରିବା ସେତେ ନୂଆ ନୂଆ ତଥ୍ୟ ଆହୁରି ସବୁ ବାହାରିବ। ସଂସାର ରେ ଯାହାଭି ସବୁ ଘଟୁଛି ସେଇଟା ଧାରା ବାହିକ, ଯାହା ନିର୍ଦ୍ଧିଷ୍ଟ ସମୟରେ ହେଉଛି ଓ ହେବ ଏବଂ ଏହା ମାଳିକା ରେ ମଧ୍ୟ ଲିଖିତ ହୋଇ ଅଛି କିନ୍ତୁ ସେଥିପାଇଁ ପୂର୍ବ ପ୍ରସ୍ତୁତ ରହି ସେଥିପାଇଁ ସାମର୍ଥ୍ୟ ଓ ଶକ୍ତି ରଖି ନିଜର କର୍ମ କରି ଚାଲିବା କଥା।

ସେଥିପାଇଁ ମଣିଷ ଭଗବାନ ଙ୍କ ଉପରେ ଅଗାଧ ବିଶ୍ୱାସ ରଖି ଆଧ୍ୟାତ୍ମିକ ଚେତନା ରେ ରହିବା ନିହାତି ଆବଶ୍ୟକ। ଏହାର ସବୁଠୁ ବଡ଼ ଉଦାହରଣ ହେଉଛନ୍ତି ଭକ୍ତ ପ୍ରହଲ୍ଲାଦ। ଯାହର ପ୍ରଭୁଙ୍କ ଉପରେ ପ୍ରଗାଢ ବିଶ୍ୱାସ ଥିଲା ସେଥିପାଇଁ ସେ ତାଙ୍କୁ ନରସିଂହ ରୂପରେ ଅବତାର ନେଇ ଦର୍ଶନ ଦେଲେ। ତେବେ କଳି ଯୁଗ ର ବିନାଶ ପାଇଁ ଭଗବାନ, କଳ୍କୀ ଅବତାର ନେଇ ୧୨ ହାତ ଖଣ୍ଡା ଧରି ଆବିର୍ଭାବ ହେବେ ବୋଲି ଏମିତି କଥା ମାଳିକା ରେ ବର୍ଣ୍ଣନା ହୋଇଛି। ସୁର ବାବା ଙ୍କ ଅନୁସାରେ ମାଳିକା ଶାସ୍ତ୍ର ଆକଳନ ଅନୁସାରେ ଗୋଟେ ସମୟ ଆସୁଛି ଆଗକୁ ନିକଟ ଭବିଷ୍ୟତ ରେ ଏହି ୫ ରୁ ୧୦ ବର୍ଷ ଭିତରେ କିଛି ଗୋଟେ ବଡ଼ ଘଟିପାରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।