ପୁଣି ଥରେ ଥାନାରେ ଏହିସବୁ କଥା ରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ ଓ କହିଲେ ମୋ ଶାଶୂ ଓ ମୋ ସ୍ବାମୀ ମୋତେ…

0

ବିବାହ ବନ୍ଧନରେ ମଣିଷ ର ଭଲ ପାଇବା ରହିଥାଏ।ଯୋଡ଼ି ତ ସ୍ଵର୍ଗରୁ ନିର୍ଦ୍ଧିଷ୍ଟ ହୋଇଥାଏ।ତେବେ ଅଧିକାଂଶ ଯୋଡ଼ି ଜନ୍ମ ଜନ୍ମନ୍ତର ଭାବରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରାର୍ଥନା କରିଥାନ୍ତି।କିନ୍ତୁ ଅପରପକ୍ଷେ କିଛି ଯୋଡ଼ି ଜୀବନ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ତିଷ୍ଠି ପାରନ୍ତି ନାହିଁ।କାରଣ ଉଭୟଙ୍କ ମଧ୍ୟରେ ଭଲ ପାଇବା ର କିଛି ତ୍ରୁଟି ପରିଲକ୍ଷିତ ହୋଇଥାଏ।ତେବେ ଆସନ୍ତୁ ଜାଣିବା ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ନାୟକ ନାୟିକା ଯେ କି ବାସ୍ତବ ଜୀବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ହଁ ଆଜ୍ଞା ସେହି ବେଷ୍ଟ ଯୋଡ଼ି ଅନୁଭବ ,

ବର୍ଷା ଙ୍କ ବିଷୟରେ କହୁଛୁ।ଯେ କି ବିବାହ ବନ୍ଧନରେ ବାନ୍ଧି ହୋଇ ମଧ୍ୟ ପରସ୍ପର ଆଜି ବିଚ୍ଛିନ୍ନ।ତେବେ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ ସ୍ଵାମୀ ଅନୁଭବ ଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି।ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଛି।ଆସନ୍ତୁ ଜାଣିବା ବର୍ଷା ତାଙ୍କ ଏତଲାରେ କଣ ଲେଖିଛନ୍ତି…

ପୁରୀଘାଟ ଥାନାରେ ପୁଣି ଏତଲା କଲେ ବର୍ଷା ପ୍ରିୟଦର୍ଶିନୀ।ସୂଚନା ଅନୁଯାୟୀ ବର୍ଷା ରହୁଥିବା ରୁମ୍ ରେ ଏସି ଓ ଟିଭି ର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି ବୋଲି ବର୍ଷା କହିଛନ୍ତି।ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ ହଇରାଣ କରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।ତେବେ ପାରିବାରିକ ମାମଲାରେ ବର୍ଶଙ୍କୁଁ ଟିକିଏ ଆଶ୍ୱସ୍ତି ମିଳିଛି।

ଅନୁଭବ ଙ୍କ ଦ୍ଵାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକ କୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି।ତେବେ ଏହି ଘଟଣା ମାର୍ଚ୍ଚ ୫ ରେ କଟକ ଫେମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦିଆଯାଇଥିଲା।କୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଷାଙ୍କ ଓକିଲ କ୍ରୀଷ୍ଣା କୁମାର ସୂଚନା ଦେଇଛନ୍ତି।

ପୂର୍ବରୁ ଉଭୟ ଅନୁଭବ ଓ ବର୍ଷା ପକ୍ଷରୁ ବିବାହ ଉଛେଦ ପାଇଁ ପୃଥକ ପୃଥକ ଆବେଦନ କରାଯାଇଥିଲା।ଅନୁଭବ ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟ ରେ ଆବେଦନ କରିଥିଲେ।ତେବେ ଏ ମାମଲା କଟକ କୁ ସ୍ଥାନାନ୍ତର ହେଉ ବୋଲି ବର୍ଷା ଆବେଦନ କରିଥିଲେ।ତେବେ ଏହି ଛାଡ଼ପତ୍ର ମାମଲାରେ ଏ ପର୍ଯ୍ୟନ୍ତ ସୁଧାର ଆସିନାହିଁ।ପୁଣି ଏକ ନୂଆ କଥା ସାମ୍ନାକୁ ଆସିଛି।ବର୍ଷା ଶାଶୁଘର ଲୋକ ହଇରାଣ କରୁଥିବାର କଥା କୁ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ତେବେ କେବେ ଏହାର ସ୍ଥିତି ବଦଳୁଛି ଦେଖାଯାଉ।ମହାପ୍ରଭୁ ଜଗନ୍ନାଥ ଉଭୟଙ୍କ ଜୀବନ ର ଘାତ ପ୍ରତିଘାତ କୁ ଏଡ଼ାଇ ଦିଅନ୍ତୁ।ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ଆଜି କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି।ତେବେ ଏମାନଙ୍କ ବିବାହ ବିଚ୍ଛେଦ ମାମଲା ସ୍ଥିର ରହୁ।ଉଭୟ ଙ୍କ ଜୀବନ ମଙ୍ଗଳ ମୟ ହେଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।