ପ୍ରଥମ ଥର ପାଇଁ ଦେଖନ୍ତୁ ସିଦ୍ଧାନ୍ତ ମହାପାତ୍ର(Sidhant Mohapatra) ଙ୍କ ପୁଅ ସାଇ ସିଦ୍ଧିର ବ୍ରତ ଘର ଭିଡିଓ

0

ଓଡ଼ିଆ ସିନେ ଜଗତରେ ବହୁ କଳାକାର ଅଭିନୟ କରୁ କରୁ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି।ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେଇଛି।ତେବେ ଆଜି ଆମେ ଆପଣଙ୍କୁ ପ୍ରସିଦ୍ଧ ନାୟକ ସିଦ୍ଧାନ୍ତ ମହାପାତ୍ର ଓ ମାମ ମିଶ୍ର ଙ୍କ କଥା ଜଣାଇବୁ।ବର୍ତ୍ତମାନ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ସାଇ ସିଦ୍ଧିର ବ୍ରତଘର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଆସନ୍ତୁ ଜାଣିବା ପୁଅ ସାଇ ସିଦ୍ଧି ର ବ୍ରତ ଘର କେମିତି ପାଳନ ହୋଇଥିଲା ।

କିଏ କିଏ ଏହି ସମାରୋହ ରେ ଯୋଗ ଦେଇଥିଲେ।ତେବେ ସିଦ୍ଧାନ୍ତ ମହାପାତ୍ର ୨୦୦୪ ମସିହାରେ ମାମ ମିଶ୍ର ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ବର୍ତ୍ତମାନ ସିଦ୍ଧାନ୍ତ ଙ୍କ ର ଗୋଟିଏ ପୁଅ ଓ ଗୋଟିଏ ଝିଅ ।ଝିଅ ର ନାମ ହେଉଛି ସାଇ ସମର୍ଥା ଓ ପୁଅ ର ନାମ ହେଉଛି ସାଇ ସିଦ୍ଧି।ତେବେ ସେ ଦୁଇଜଣ ଭୁବନେଶ୍ୱର ରେ ରହି ପାଠ ପଢୁଛନ୍ତି।ସିଦ୍ଧାନ୍ତ ମହାପାତ୍ର ଏକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଅଟନ୍ତି।

ସୂଚନା ଅନୁଯାୟୀ ସିଦ୍ଧାନ୍ତ ଙ୍କ ପୁଅ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଡେବ୍ୟୁ କରିବାକୁ ଯାଉଛନ୍ତି।ଆପଣ ମାନେ ପ୍ରାୟତଃ ଜାଣିଥିବେ ଓଲିଉଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ନବେ ଦଶକ ପାଖାପାଖି ଫିଲ୍ମ କରିସାରିଛନ୍ତି।ଏବଂ ତାଙ୍କ ଅଭିନୟ କୁ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି।ଲୋକେ ପୁଣି ସିଦ୍ଧାନ୍ତ ଙ୍କୁ ଫିଲ୍ମ ଜଗତରେ ହିରୋ ଭାବେ ଦେଖିବାକୁ ଚାହୁଁଛନ୍ତି।ତାଙ୍କର ଆକର୍ଷଣୀୟ ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ କାୟା ବିସ୍ତାର କରିପାରିଛନ୍ତି।

ତେବେ ବର୍ତ୍ତମାନ ସିଦ୍ଧାନ୍ତ ମହାପାତ୍ର ଏକ ମେଗା ଧାରାବାହିକ “କେମିତି କହିବି କହ” ରେ ହିରୋ ଭୂମିକାରେ ଅଭିନୟ କରୁଥିବା କଥା ସାମ୍ନା କୁ ଆସିଛି।ଏବଂ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ନାୟିକା ସୁପ୍ରିୟା ନାୟକ ଏଥିରେ ଅଭିନୟ କରୁଛନ୍ତି।ଏହି ଧାରାବାହିକ ଟି ଜି ସାର୍ଥକ ରେ ପ୍ରସାରିତ ହେଉଛି।

ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ନିଜ ପୁଅ ର ବ୍ରତଘର ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ।ଓଡ଼ିଆ ସିନେ ଜଗତର ବହୁ ଅଭିନେତା ଅଭିନେତ୍ରୀ ତଥା ଗୀତିକାର ମାନେ ଏହି ସମାରୋହରେ ଉପସ୍ଥିତ ଥିଲେ।ଆପଣମାନେ ପ୍ରାୟତଃ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଫିଲ୍ମ ଦୁନିଆ ପରେ ରାଜନୀତି ରେ ଯୋଗ ଦେଇଥିଲେ।ସେ ବ୍ରହ୍ମପୁର ରେ ସାଂସଦ ଭାବେ ନିୟୋଜିତ ହୋଇଥିଲେ।

ତେବେ ଗତ ନିର୍ବାଚନରେ ହଟି ଯାଇଥିବାରୁ ପୁଣି ସେ ନିଜ କଳାକାର ଜଗତ କୁ ଫେରିଆସିଛନ୍ତି।ଯାହାକି ଏକ ମେଗା ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି।ଏହି ଧାରାବାହିକ ଟି ମଧ୍ୟ ତାଙ୍କ ଅଭିନୟ ବଳରେ ବେଶ୍ ଲୋକପ୍ରିୟ ହୋଇପାରିଛି।ସିଦ୍ଧାନ୍ତ ମହାପାତ୍ର ଏକ ଭଲ କଳାକାର ସଙ୍ଗେ ସଙ୍ଗେ ବାସ୍ତବ ଜୀବନରେ ସହୃଦୟ ସମ୍ପନ୍ନ ବ୍ୟକ୍ତି ଅଟନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।