ଦେଖନ୍ତୁ ଭିଡିଓ – ରାସ୍ତା ମଝିରେ ପୁରୁଣା ପ୍ରେମିକ କୁ ଦେଖି ପ୍ରେମିକା ଏମିତି କାଣ୍ଡ । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖ ଏହି ଭାଇରାଲ ଭିଡିଓ

0

ଆଜି କାଲି ସମୟରେ ପ୍ରେମକୁ ନେଇ ଚାଲିଛି ଗୋଟେ ପିଲା ଖେଳ। ଯେମିତି ଗୋଟେ ପିଲା ନୂଆ କରି ଖେଳନା ଗୋଟେ ପାଇଲେ କିଛି ଦିନ ଖୁସିରେ ଖେଳୁଥାଏ ଓ ଯେବେ ମନ ଭରି ଯାଏ ସେବେ ଭାଙ୍ଗି ଦିଏ। ସେହିପରି ଆଜିକାଲି କା କିଛି ପ୍ରେମୀ ଯୁଗଳ ମାନେ ପ୍ରେମକୁ ପିଲା ଖେଳ ଭଳିଆ କିଛି ଦିନ ଖେଳି ବୋର୍ ହୋଇଯିବା ପରେ ଭାଙ୍ଗି ଦେଉଛନ୍ତି।

ଗୋଟିଏ କୁ ଭଲ ପାଇ ଆଉ କେହି ମିଳିଗଲା ପରେ ତାକୁ ଛାଡ଼ି ଦେଉଛନ୍ତି। ପ୍ରେମ ଭଳି ଏକ ପବିତ୍ର ବନ୍ଧନ ର ନାଁଟିକୁ ଖରାପ କରିବାରେ ଲାଗି ପଡିଛନ୍ତି।ସତ କହିବାକୁ ଗଲେ ପ୍ରେମ ହେଉଛି ଦୁଇଟି ମନ ର ମିଳନ। ମନରେ ପରସ୍ପର ପ୍ରତି ସ୍ୱଚ୍ଛ ମାନଭାବ ଓ ଆତ୍ମୀୟତା ଥିଲେ ସେଇଠି ଭଲପାଇବା ହୁଏ।

କିନ୍ତୁ ଆଜିକାଲିକା ପ୍ରେମରେ ଜଣଙ୍କୁ ଭଲ ପାଇ ନିଜର ସ୍ବାର୍ଥ ହାସଲ ହୋଇଯିବା ପରେ ତାକୁ ଦୂରେଇ ଦେଇ ଆଉ ଜଣଙ୍କୁ ବିବାହ କରିନେବା ସାଧାରଣ ହୋଇଗଲାଣି। ତେବେ ଏହି କାମ ଯେ କେବଳ ଗୋଟେ ପୁଅ କରେ ତାହା ଭାବିବା ଭୁଲ୍। ଏସବୁ ଝିଅ ମାନେ ଭି ଏବେ କରୁଛନ୍ତି। କିନ୍ତୁ ସବୁ ପୁଅ ବା ଝିଅ ସେମିତି ନୁହନ୍ତି। ଏହା କିଛି ନୂଆ କଥା ନୁହଁ। ତେବେ ଆସନ୍ତୁ ଜାଣିବା ଏହି ଘଟଣା ସମ୍ବନ୍ଧରେ।

ଏହି ଘଟଣା ଟା ଘଟିଛି ଜଗତସିଂହପୁର ଜିଲ୍ଲାର ଲକ୍ଷ୍ମୀ ସାଗର ଥାନା ଅଂଚଳରେ। କିନ୍ତୁ ଏଇ ଝିଅ ର ଘର କୁଜଙ୍ଗ ଠାରେ। ତେବେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ୩ ବର୍ଷ ଧରି ଚାଲିଥିଲା। ପରେ ଝିଅ ଯେତେବଳେ ବିବାହ କଥା କହିଥିଲା ପୁଅ ଆଉ ଧରା ଛୁଆଁ ଦେଇ ନଥିଲା। ତେବେ ହଠାତ୍ ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ପ୍ରେମିକ ସାଙ୍ଗରେ ପ୍ରେମିକାର ଦେଖା ହୋଇଗଲା। ଏବଂ ପ୍ରେମିକା ବହୁତ ଅନୁରୋଧ କଲା ବିବାହ କରିବା ପାଇଁ। ହେଲେ ପ୍ରେମିକ ରାଜି ହୋଇ ନଥିଲା।

ଏହାପରେ ଯୁବତୀ ଜଣଙ୍କ ମଝି ରାସ୍ତାରେ ହିଁ ନିଜ ହାତକୁ କାଟି ଦେଇଥିଲେ। ଏହାପରେଲକ୍ଷ୍ମୀ ସାଗର ଥାନା ଅଧିକାରୀ ଏହି ଘଟଣାକୁ ଆୟତ କରିଥିଲେ ଓ ସେ ଝିଅ କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ମେଡିକାଲ୍ ରେ ଚିକିତ୍ସା କରାଇ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହି ଘଟଣା ପରେ ଝିଅ ଘର ଲୋକ କୌଣସି ଏଫୟାର କରିନାହାନ୍ତି କି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ତେବେ ଯଦି ବିବାହ କରିବାର ନଥାଏ ତେବେ ସର୍ତ୍ତ ମୂଳକ ଭାବେ ଖାଲି ପ୍ରେମ କରିବେ ଓ ତା ପରେ ବିବାହ କରିବେ ନାହିଁ, ଏହା ଉଚିତ୍ ନୁହଁ। କଣ କରାଯିବ ଆଜିର ଯୁବ ପିଢ଼ିଙ୍କୁ ନେଇକି। ପ୍ରେମ କରିବା ତାପରେ ପ୍ରତାରଣା କରିବା ଏସବୁ ଯେମିତି ଏମାନଙ୍କ ପାଇଁ ନିତିଦିନିଆ କାର୍ଯ୍ୟ ରେ ପରିଣତ ହୋଇଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।