କେଉଁ ବାରରେ ଜନ୍ମ ହେଲେ କ’ଣ ସବୁ ଲକ୍ଷଣ ଥାଏ ନିଶ୍ଚୟ ଜାଣନ୍ତୁ (ଭୟଙ୍କର କଥା )

0

ବନ୍ଧୁମାନେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେପରି ଜଣେ ବ୍ୟକ୍ତିର ରାଶି, ଗ୍ରହ ଓ ନକ୍ଷତ୍ରର ଅବସ୍ଥାନ ଦେଖି ତାହା ହିସାବରେ ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ଜାଣିହୁଏ। ଠିକ୍ ସେହିପରି ଜ୍ୟୋତିର୍ବଜ୍ଞାନୀ ଙ୍କ ମତରେ ବ୍ୟକ୍ତି କେଉଁ ବାରରେ ଜନ୍ମ ହୋଇଛି ଦେଖି ବ୍ୟକ୍ତିର ଲକ୍ଷଣ ବିଷୟରେ ମଧ୍ୟ କୁହାଯାଇ ପାରିବ। ତେବେ ଆଜି ଆମେ ଆସନ୍ତୁ ଜାଣିବା ଜ୍ୟୋତିଷ ଶା    ସ୍ତ୍ର ମତରେ ବିଭିନ୍ନ ବାର ମାନଙ୍କରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କର ଲକ୍ଷଣ ସବୁ କଣ ରହିଥାଏ।

ତେବେ ବନ୍ଧୁଗଣ ଯେପରି ଆମେମାନେ ସମସ୍ତେ ଜାଣିଛୁ ଗୋଟେ ସପ୍ତାହରେ ୭ଟି ବାର ଥାଏ। ଏବଂ ଏହି ସପ୍ତାହର ବିଭିନ୍ନ ବାର ମାନଙ୍କରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କର ଭିନ୍ନ ଭିନ୍ନ ସ୍ଵଭାବ ରହିଥାଏ। ଯେପରି ଏମାନଙ୍କର ଆଚାର ବିଚାର, ବ୍ୟବହାର, ଚାଲି ଚଳନ, ବିଦ୍ୟା ଓ ବୁଦ୍ଧି ସବୁ ଭିନ୍ନ ଭିନ୍ନ ହୋଇଥାଏ। ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ବାର ଅନୁସାରେ ବ୍ୟକ୍ତିର କଣ ସବୁ ସ୍ଵଭାବ ରହିଥାଏ।

1.ରବିବାର:-

ବନ୍ଧୁମାନେ ରବିବାରରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ୱଭାବରେ ଅଭିମାନୀ, ବହୁତ କ୍ରୋଧୀ, କାମାତୁର ରୀତି କ୍ରମରେ ପାରଙ୍ଗମ ହୋଇଥାନ୍ତି। ଏବଂ ଏମାନେ ମଧ୍ୟ ମିଷ୍ଟ ଭାଷୀ, ଧାର୍ମିକ, ଓ ଭକ୍ତିମତ ହୋଇଥାନ୍ତି। ତେବେ ଏମାନେ ଭ୍ରମଣ ପ୍ରିୟ ଅର୍ଥାତ୍ ବୁଲିବାକୁ ବହୁତ ପସନ୍ଦ କରିଥାନ୍ତି।

2.ସୋମବାର:-

ବନ୍ଧୁମାନେ ଯେଉଁ ବ୍ୟକ୍ତି ସୋମବାର ରେ ଜନ୍ମ ହୋଇଥାନ୍ତି, ସେମାନେ ସ୍ୱଭାବରେ ଅଳସୁଆ ଧୀର ନୀତି, ପ୍ରିୟ ଭାଷୀ, ଓ ଭୋଗ ବିଳାସୀ ପୂର୍ଣ୍ଣ ରୀତି କାର୍ଯ୍ୟରେ ଉତ୍ତେଜିତ ତଥା ସ୍ତ୍ରୀ କୁ ସୁଖ ପ୍ରଦାନକାରୀ ହୋଇଥାନ୍ତି। ଏହା ବାଦ୍ ଏମାନେ ନ୍ୟାୟ ପରାୟଣ, ଶାନ୍ତ ସରଳ ଓ ଧାର୍ମିକ ସ୍ୱଭାବର ହୋଇଥାନ୍ତି।

3.ମଙ୍ଗଳବାର:-

ମଙ୍ଗଳବାରରେ ଜନ୍ମ ନେଇଥିବା ବ୍ୟକ୍ତି ବିଶେଷଙ୍କ ର ସ୍ଵଭାବ ସାହସୀ, ଚଳ ଚଞ୍ଚଳ, ଏମାନଙ୍କ ର ଚଞ୍ଚଳ ମସ୍ତିସ୍କ ବା ଚଞ୍ଚଳ ମତୀ ହୋଇଥାନ୍ତି। ଏମାନେ ମଧ୍ୟ ଶତ୍ରୁ ବିରୋଧୀ, କ୍ଷଣ କୋପି, ବୁଦ୍ଧିମନ୍ତ, ବିଦ୍ୟା ପ୍ରବୀଣ, କିଛି କାର୍ଯ୍ୟ କରିବାରେ କୌଶଳ, ରୀତି ସୁଖରେ ସୁଖୀ ଏବଂ ଧାର୍ମିକ ସ୍ଵଭାବ ର ହୋଇଥାନ୍ତି।

4.ବୁଧବାର:-

ଯେଉଁ ବ୍ୟକ୍ତି ବୁଧବାରରେ ଜନ୍ମ ନେଇଥାନ୍ତି ସେମାନେ ଗଭୀର ଚିନ୍ତା ମଗ୍ନ, ନ୍ୟାୟ ଧିଷ, ସର୍ବ ଗୁଣ ସମ୍ପନ୍ନ ସ୍ଵଭାବର ହୋଇଥାନ୍ତି। ଏମାନେ ଅତି ଚତୁର, ଧର୍ମ କାର୍ଯ୍ୟରେ ରେ ଆଗ୍ରହୀ, ଭୋଗ ବିଳାସ ପ୍ରିୟ, ଅନୈତିକ କାର୍ଯ୍ୟ କଳାପରେ ଲିପ୍ତ ଏବଂ କୂଟନୀତିରେ ପାରଙ୍ଗମ ହୋଇଥାନ୍ତି।

5.ଗୁରୁବାର:-

ଯେଉଁ ବ୍ୟକ୍ତି ଗୁରୁବାରରେ ଜନ୍ମିତ ହୋଇଥାନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାନ୍ତି। ଏମାନେ ବୁଦ୍ଧି ଓ ବିଦ୍ୟା ରେ ବିଚକ୍ଷଣ, ହିଂସାତ୍ମକ, ଶାସ୍ତ୍ର ଜ୍ଞାନରେ ପାରଙ୍ଗମ, ଜ୍ଞାନୀ, ଧନଶୀଳ, ଚତୁର, କୋମଳ, ଦୟାଳୁ ଓ ଉଚ୍ଚ ଆକାଂକ୍ଷା ବାଦୀ, ଧାର୍ମିକ ଏବଂ ଗୁଣି ସ୍ୱଭାବର ହୋଇଥାନ୍ତି।

6.ଶୁକ୍ରବାର:-

ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ନୀତି ନିୟମ ପରାୟଣ, କଠୋର, ପରୋପକାରୀ, ଭ୍ରମଣ ପ୍ରିୟ, ନେତୃତ୍ୱବାଦୀ, ଶାନ୍ତ, କାମ ବିଳାସୀ, ଆକର୍ଷିତ, ସଚ୍ଚୋଟ ଓ ନ୍ୟାୟବାଦୀ ସ୍ୱଭାବର ହୋଇଥାନ୍ତି।

7.ଶନିବାର:-

ଯେଉଁ ବ୍ୟକ୍ତି ଶନିବାରରେ ଜନ୍ମ ହୋଇଥାନ୍ତି, ସେମାନେ କ୍ଷଣ କୋପୀ, ଚଞ୍ଚଳମତୀ, ବହୁ ଗୁଣର ଅଧିକାରୀ, ତାମସୀ ବିଦ୍ୟାରେ ପ୍ରବୀଣ, ପରଧନ ରେ ଲୋଭ, ଯଶସ୍ୱୀ, ଭୋଗ ବିଳାସୀ, ତୀକ୍ଷ୍ଣ ବୁଦ୍ଧି ବାଲା, ଚତୁର ଓ ଧାର୍ମିକ ସ୍ଵଭାବର
ହୋଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।