ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ଛିଃ ଛିଃ ପୁଅକୁ , ଏତେ ବୟସରେ ବୁଢା ବାପା କୁ ଚପଲରେ ପିଟୁଛି, କ୍ୟାମେରାରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

0

ୟେ କି ଯୁଗ ଆସିଲା। ଓଡ଼ିଶାର ଜଗନ୍ନାଥ ଧାମ ପୁରୀ ସହରରୁ ଆସିଲା ମନକୁ ବ୍ୟତି ବ୍ୟସ୍ତ କଲାଭଳି ଏକ ଖବର। ଯାହାକୁ ଜାଣିଲା ପରେ ନିଶ୍ଚିତ ଭାବରେ ଏହା ଆପଣ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବ। ଦୁନିଆ କିଭଳି ଭାବରେ ପରିବର୍ତ୍ତନ ହେଉଛି ତାହା ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି।

ଯେଉଁଭଳି ଭାବରେ ଆଜିର ପୁଅ ମାନେ ବଡ଼ ହେବା ପରେ ନିଜର ବାପା ମାଆ ଙ୍କୁ ଅତ୍ୟାଚାର କରୁଛନ୍ତି ଓ ବୃଦ୍ଧଶ୍ରମ ରେ ନେଇ ଛାଡ଼ି ଦେଉଛନ୍ତି ଦେଖିଲେ ଆଖିରେ ପାଣି ଆସିଯାଉଛି। ସେହିପରି ଏକ ଅଭାବନୀୟ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ଯାହା ଘଟିଛି ପୁରୀ ଜିଲ୍ଲାର ଏକ ଅଞ୍ଚଳରେ।

ପରିଣତ ବୟସ, ଯେଉଁ ବୟସରେ ପୁଅ ଠାରୁ ସେବା ପାଇବା କଥା ସେ ବୟସରେ ମାଡ଼ ଖାଉଛନ୍ତି ବାପା। ଧନ୍ୟ କହିବ ଏଭଳି ପୁଅକୁ। ୮୧ ବର୍ଷ ବୟସ୍କ ବାପାଙ୍କୁ ମାଡ଼ ମାରୁଛି ପୁଅ। ତା ପୁଣି ଅତି ନିନ୍ଦନୀୟ ଭାବରେ ଅସଭ୍ୟ ବ୍ୟବହାର ପ୍ରଦର୍ଶନ କରି ଓ ଗାଳି ଗୁଲଜ କରି। ଯେଉଁ ଦୃଶ୍ୟ କୁ ଦେଖିଲେ ଛି ଛି କରିବାକୁ ଇଛା ହେଉଛି। ଧନ୍ୟ ସେ ପୁଅ କୁ କହିବ ବାପା ଉପରକୁ ହାତ ଉଁଚା ଉଠି ପାରିଲା କେମିତି।

ଯେଉଁ ହାତ ଧରି ସେ ପୁଅ କୁ ବାଟ ଚଳେଇବା ଶିଖାଇ ଥିଲେ, ତାକୁ ଗୋଟେ ବଡ଼ ମଣିଷ କରିଥିଲେ ଏବଂ ଭାବିଥିଲେ ପରିଣତ ବୟସରେ ସେହି ପୁଅ ଟିକେ ଭଲ ମନ୍ଦ ବୁଝିବ ବୋଲି। ଅଥଚ ସେହି ପୁଅ ମଦ ପିଇ କରି ବୃଦ୍ଧ ବାପାଙ୍କୁ ନିର୍ଧୁମ୍ ମାଡ଼ ମରୁଛି ପୁଅ। କେତେବେଳେ ଚପଲରେ ତୋ ପୁଣି କେତେବଳେ ବଡ଼ ଠେଙ୍ଗା ରେ ପିଟି ଚାଲିଥିଲା ପୁଅ। ଆଜିର ସମାଜ ଏମାନଙ୍କ ଠୁ କଣ ଆଉ ଭଲା ଶିଖିବ ଏବେ ଆପଣମାନେ ଭାବନ୍ତୁ।

ତେବେ ଯାହା ଜଣା ପଡିଛି, ପୁରୀ ମଙ୍ଗଲହାଟ ର ଏହା ହେଉଛି ଦୃଶ୍ୟ। ଏଠାରେ ଆମେ କହି ରଖିବୁ ଯେ, ପୁଅ ର ବୟସ ୫୦ ବର୍ଷ ଟପିଲାଣି ଏବଂ ବୃଦ୍ଧ ବାପା ଙ୍କ ବୟସ ୮୦ ଟପିଲାଣି। ଦରବୁଢ଼ା ପୁଅ ମଦ ପିଇ ଆସି ନିଶାସକ୍ତ ଅବସ୍ଥା ରେ ଅସହାୟ ବାପାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରି ମାଡ଼ ମାରୁଛି। ତେବେ ଆପଣ କୁହନ୍ତୁ ଯେ ଏଭଳି ପୁଅକୁ କଣ କୁହାଯିବ ଏବଂ ତାପାଇଁ ଆପଣଙ୍କ ମନକୁ ତାକୁ କେଉଁ ଦଣ୍ଡ ଦିଆଯାଉ ବୋଲି ଭାବନା ଆସୁଛି।

ଏହା ମଧ୍ୟ ଜଣା ପଡୁଛି ଯେ ଆଖପାଖରେ କେହି ଅଛନ୍ତି ହେଲେ ସେମାନଙ୍କ ମଧ୍ୟରୁ କେହିବି ବୃଦ୍ଧ ଙ୍କୁ ସାହାଯ୍ୟ କରିବାକୁ ଆସି ନଥିଲେ।ତେବେ ଏମିତି ଘଟଣା କେବଳ ଗୋଟିଏ ନୁହଁ, ଏଭଳି ଅନେକ ଘଟଣା ଆମ ସମାଜ ଅଖ ପାଖ ରେ ଘଟୁଛି। କିଛି ଲୋକ ଲୋଚନ କୁ ଆସୁଛି ଆଉ କିଛି ଲୁଚି ରହି ଯାଉଛି। କିଛି ଦୃଷ୍ଟିରେ ଆସିଲେ ମଧ୍ୟ ଆମେ ତାହାକୁ ଦେଖି ଚୁପ୍ ରହିଯାଉଛେ।

ତେବେ ଏଠାରେ ପୁଅର ଏଭଳି କାର୍ଯ୍ୟ କଲାପ ବାସ୍ତବରେ ସମାଜର ଏକ ଭିନ୍ନ ଚିତ୍ରକୁ ଦର୍ଶାଉଛି। ଯାହା ଭାବିବାକୁ ବାଧ୍ୟ କରୁଚି ଯେ ସମାଜରେ କିଭଳି ଭାବରେ ଅମାନୁଷିକତା ବଢ଼ି ଚାଲିଛି ଓ ଏଭଳି ଅନେକ ଅସହାୟ ବାପା ମା କିପରି ଯନ୍ତ୍ରଣା ଭୋଗ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।