ଆଜିକାଲି ର ପିଲାମାନେ କୋର୍ଟ ବିବାହ କିମ୍ବା ମନ୍ଦିରରେ ବିବାହ କରିବାକୁ ପସନ୍ଦ କରୁଛନ୍ତି, ଏଗୁଡିକର କାରଣ ଜାଣନ୍ତି |

0

ଭାରତରେ ବିବାହ ଉତ୍ସବକୁ ବହୁତ ଧୁମ ଧାମରେ ପାଳନ କରାଯାଏ ଏବଂ ବିବାହ ମଣ୍ଡପ ଏକ ଯଜ୍ଞ ସଦୃଶ ହୋଇଥାଏ ସେଥିରେ ଉଭୟ ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । ଏହି ବିବାହ କରିବା ପାଇ ବାପା ମାଆଙ୍କୁ ଅନେକ ଟଙ୍କ ଖର୍ଚ୍ଚ କରିବାକୁ ପଡିଥାଏ ଓ ସେମାନଙ୍କ ଉପରେ କରଜର ଭାର ଅଧିକ ହୋଇଯାଏ । ଯାହାକୁ ସେମାନେ ଧୀରେ ଧୀରେ ସୁଝିଥାନ୍ତି ଏବଂ ଆଗକୁ ବଢିଥାନ୍ତି ।


କିନ୍ତି ଆଜିର ଜେନେରେସନର କପୁଲମାନେ ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ବଦଳରେ କୋର୍ଟ ବା ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରିବା ପାଇ ବହୁତ ଭଲ ପାଉଛନ୍ତି । କାରଣ ଏହା କରିବା ଦ୍ୱାରା ବିବାହ କାର୍ଯ୍ୟରେ ଖର୍ଚ୍ଚ ହେଉଥିବା ଲକ୍ଷ ଲକ୍ଷ ଟଙ୍କା ଆଗାମୀ ଭବିଷ୍ୟତରେ କୌଣସି କାର୍ଯ୍ୟରେ ଲଗାଇ ପାରିବେ । ଏହା ସହିତ ବାପା ମାଆଙ୍କର ବୋଝକୁ ହାଲୁକା କରି ପାରିବେ । ଆଧୁନିକ ସମାଜରେ ସମସ୍ତ ପୁଅ ଝିଅ ମାନେ ଏବାବଦରେ ଅଧିକ ଅବଗତ ହେଲେଣି ଏବଂ ଅନେକ କପୁଲ ମାନେ ମଧ୍ୟ ବିବାହରେ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ ।

ଗରିବ ଶ୍ରେଣିର ଲୋକମାନେ ଗୋଟିଏ ଝିଅର ବିବାହ ସମ୍ପର୍ଣ୍ଣ କରିସାରିବା ପରେ ସେମାନେ କରଜରେ ବୁଡି ରୁହନ୍ତି ଓ ସେମାନଙ୍କୁ ଅନେକ ପରିଶ୍ରମ କରିବା ପରେ ସେହି କରଜ ଟଙ୍କାକୁ ଶୁଝିଥାନ୍ତି । ତା ସହିତ ପୁଅ ଝିଅ ମନେ ନିଜ ନିଜର କ୍ୟାରିଅରରେ ବ୍ୟସ୍ତ ରହିଥାନ୍ତି ବିବାହ କାର୍ଯ୍ୟର ସମସ୍ତ ଦାୟିତ୍ୱ ନେବାରେ ସେମାନଙ୍କ ପାଖରେ ସମୟ ନଥାଏ । ସେଥିପାଇ ସେମାନେ କୋର୍ଟ ବା ମନ୍ଦିରରେ ବିବାହ କରିବାକୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ଏହା ସହିତ ସେମାନଙ୍କର ବହୁତ କମ ସମୟରେ ଏ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ ଏବଂ ସମାନେ ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିପାରିବ।


ପୂର୍ବରୁ ଅନେକ ଲୋକମାନେ ନିଜର ପୁଅ ବା ଝିଅ ବିବାହରେ ସମ୍ମତ୍ତି ନରହିଲେ ପୁଅ ଝିଅ ମାନେ କୋର୍ଟ ବା ମନ୍ଦିରରେ ବିବାହ କରୁଥିଲେ କିନ୍ତୁ ଆଜିର ସମାଜରେ ଲୋକମାନେ ଧୀରେ ଧୀରେ ସମସ୍ତ କଥା ବୁଝିଲେ । ସେଥିପାଇ ସେମାନେ ମନ୍ଦିର ବା କୋର୍ଟରେ ନିଜର ପୁଅ ଝିଅ ମାନଙ୍କର ବିବାହ କାର୍ଯ୍ୟ କରିବାକୁ ବହୁତ ଆଗ୍ରହ ପ୍ରକାଶ କରିଛନ୍ତି । ପୁଅ ଝିଅ ମାନଙ୍କର ଇଚ୍ଛାରେ ବାପା ମାଆ ମାନେ ମଧ୍ୟ ସହମତ୍ତି ହେଲେ ।  ଆଜିର ଜେନେରେସନରେ ଆରେଞ୍ଜ ମେରେଞ୍ଜ ମାତ୍ରା ବହୁତ ମାତ୍ରାରେ କମିଯାଇଛି ଓ ଲଭ ମେରେଞ୍ଜ ଅଧିକ ମାତ୍ରାରେ କରିବାକୁ ପସନ୍ଦ କରୁଛନ୍ତି । ସେଥିପାଇ ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ନକରି ଆଗାମୀ ଭବିଷ୍ୟତରେ ସେହି ଟଙ୍କାକୁ କାର୍ଯ୍ୟରେ ଲଗାଉଛନ୍ତି । ପ୍ରତ୍ୟେକ କପୁଲ ମାନଙ୍କ ପାଇ କୋର୍ଟ ବା ମନ୍ଦିରରେ ବିବାହ କରିବା ସବୁଠାରୁ ଭଲ ଉପାୟ ଅଟେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।