ଅନଲାଇନ୍ କ୍ଲାସ୍ ପରେ 12 ବର୍ଷର ବାଳକ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖି ନିଜ ଭଉଣୀ ସହ ଏଭଳି କରିଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଏବେ କରୋନା ଭାଇରସ ମାତି ଥିବାରୁ ସ୍କୁଲ୍ କଲେଜ୍ ସବୁ ବନ୍ଦ ରହିଛି। ତେଣୁ ପିଲାମାନେ ପାଠ ପଢ଼ା ଏବେ ଅନଲାଇନ୍ ରେ କରିବା ପାଇଁ ବାଧ୍ୟ ହେଉଛନ୍ତି। କିନ୍ତୁ ଏହି ଅନଲାଇନ୍ କ୍ଲାସ୍ କରିବାରେ ଯେତିକି ଲାଭ ଅଛି ସେତେ କ୍ଷତି ମଧ୍ୟ ଅଛି। ବାପା ମାଆ ମାନେ ପିଲାର ଅନଲାଇନ୍ କ୍ଲାସ୍ ପାଇଁ ନିଜ ନିଜ ଛୁଆ ଙ୍କୁ ଆଣି ସ୍ମାର୍ଟ୍ ଫୋନ୍ ଆଣିକି ଦେଇ ଦେଉଛନ୍ତି।

ତାଙ୍କୁ ଲାଗୁଛି କି ତାଙ୍କ ପିଲା ଅନଲାଇନ୍ ରେ ପାଠ ପଢୁଛି। କିନ୍ତୁ ସବୁ ଛୁଆ ସମାନ ନୁହଁନ୍ତି। କିଛି ପଢା ମନସ୍କ ପିଲା ପାଠ ପଢୁଛନ୍ତି, ହେଲେ ଆଉ କିଛି ଦୁଷ୍ଟ ପିଲା ଏହାର ଦୁରୁପଯୋଗ କରୁଛନ୍ତି।

ଏବେ ଆମେ କଥା ହେବା ଇଣ୍ଟର୍ନେଟ୍ ବିସୟରେ। ଆଜିକାଲି ଦୈନଦିନ ଜୀବନରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଏଠାରେ ଭଲ ଆଉ ଖରାପ ଦୁଇ ପ୍ରକାର ଜିନିଷ ହିଁ ଉପଲବ୍ଧ ଅଛି। ଏହା ପିଲା ଉପରେ ନିର୍ଭର କରେ କି ସେ କେଉଁ ରାସ୍ତା ନିଜ ପାଇଁ ବାଛିବ। ଏମିତିରେ ଯଦି ପିଲା ଖରାପ ଜିନିଷ ପ୍ରତି ଯଦି ବେଶୀ ଆକୃଷ୍ଟ ହେବ ତେବେ ତାହା ତାଙ୍କର ମାନସିକ ସ୍ଥିତି ଆଉ ତାଙ୍କ ଆଗତ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିବ।

ତେବେ ସେମିତି ଗୋଟେ ଉଦାହରଣ ଆସନ୍ତୁ ଦେଖିବା।।ଘଟଣା ଟା ଘଟିଛି ରାଜସ୍ଥାନ ରାଜ୍ୟ ର ଶ୍ରୀ ନଗର ଜିଲ୍ଲା ଅନ୍ତର୍ଗତ ରାୟସିଂହ ନଗରରେ। ସେଠାରେ ଏକ ବାଳକ ଯାହାର ବୟସ ମାତ୍ର ୧୨ ବର୍ଷ। ବାପା ମା ନିଜର ପୁଅ କୁ ଅନଲାଇନ୍ କ୍ଲାସ୍ କରିବା ପାଇଁ ନୂଆ ସ୍ମାର୍ଟ୍ ଫୋନ୍ କିଣି ଆଣି ଦେଇଥିଲେ। ଏହାପରେ ସେ ପିଲା ଟି ଅନଲାଇନ୍ କ୍ଲାସ୍ କରିବା ପରେ ଲୁଚି ଛପି ଅଶ୍ଳୀଳ ଭିଡ଼ିଓ ଦେଖିବାକୁ ଲାଗିଲା।

ସବୁବେଳେ ସେ ଘର ଭିତରେ ପଶିକି ରହିଲା ଏମିତି କି ନିଜ ସାଙ୍ଗ ମାନଙ୍କ ସହ ବାହାରକୁ ଯିବା ମଧ୍ୟ ବନ୍ଦ କରିଦେଇଥିଲା। କାହା ସହ କଥା ବାର୍ତ୍ତା ନ କରି ଦିନ ସାରା ଫୋନ୍ ଟିକୁ ଧରି ବସି ରହୁଥିଲା। ବାପା ମା ଯଦି କିଛି ପଚାରୁଥିଲେ କିମ୍ବା ଗାଳି କରୁଥିଲେ ତ ସେ ପିଲା କହୁଥିଲା କି ସେ ମୋବାଇଲ୍ ରେ ପାଠ ପଢୁଛି। ବସ ଏତିକି ନୁହଁ ରାତିରେ ବାପା ମାଆ ଶୋଇ ପଡ଼ିବା ପରେ ମଧ୍ୟ ମୋବାଇଲ୍ ରେ ଲୁଚିକି ପର୍ଣ୍ଣ ଭିଡ଼ିଓ ଦେଖୁଥିଲା।

ଏହାର ଭୂତ ତା ମୁଣ୍ଡରେ ଏମିତି ପଶିଗଲା କି ଯାହା ଫଳରେ ସେ ନିଜର ୬ ବର୍ଷର ଭଉଣୀ କୁ ବଳାତ୍କାର କରିଦେଲା। ଏହି ଘଟଣା ପରେ ପୋଲିସ ସେ ପିଲା ଟାକୁ ଗିରଫ କରି ବାଳ ସୁଧାର କେନ୍ଦ୍ର କୁ ପଠାଇ ଦେଇଥିଲା।ତା ପରେ ପିଲାଟିକୁ ପଚରା ଉଚରା କରାଯିବା ପରେ ସେ କହିଥିଲା କି, ଅନଲାଇନ୍ କ୍ଲାସ୍ କରୁଥିବା ସମୟରେ ମୋବାଇଲ୍ ରେ ଗୋଟେ ଲିଙ୍କ୍ ଆସିଥିଲା। ଓ ସେ ସେହି ଲିଙ୍କ୍ କୁ କ୍ଲିକ କରିବା ପରେ ପର୍ଣ୍ଣ ସାଇଟ୍ ଖୋଲିଥିଲା। ବାସ ତାପରେ ସେ ପ୍ରତିଦିନ ସେଇ ପର୍ଣ୍ଣ ସାଇଟ୍ କୁ ଯାଇକି ଅଶ୍ଳୀଳ ଭିଡ଼ିଓ ଦେଖୁଥିଲା।

ତେବେ ଏହି ଘଟଣା ପରେ ସବୁ ଅଭିଭାବକଙ୍କ ପାଇଁ ଚେତାବନୀ ଯେ ଯଦି ଆପଣ ଆପଣଙ୍କ ପିଲା କୁ ପଢିବା ପାଇଁ ସ୍ମାର୍ଟ୍ ଫୋନ୍ ଦେଉଛନ୍ତି ତେବେ ତ ଉପରେ କଡ଼ା ନଜର ରଖନ୍ତୁ ଏବଂ ପଢିବା ସମୟ ଛଡା ବାକି ସମୟରେ ଫୋନ୍ ଠାରୁ ପିଲା କୁ ଦୂରେଇ ରଖନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।