ଚଉଠି ରାତିରେ କିଛି Secret କଥା କୁ ନେଇ ନେଇ ହେଲା ଏମିତି ଝଗଡ଼ା, ଲୁହାରେ ମାରି ସ୍ୱାମୀର ମୁଣ୍ଡ ଫଟେଇଦେଲା ସ୍ତ୍ରୀ, ଆଉ ତାପରେ..

0

ଏହା ତ ସବୁଠି ଦେଖାଯାଇଛି ଯେ ସାଧାରଣତଃ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତାମତ ହୋଇଥିବାରୁ ପରସ୍ପର ମଧ୍ୟରେ ଝଗଡା ହୋଇଥାଏ। ହେଲେ କୁହନ୍ତି ଝଗଡ଼ା କଲେ ପ୍ରେମ ବଢେ। ରାଗିବା ଋଷିବା ଓ ତାପରେ ପରସ୍ପର କୁ ମନେଇବା ଏହା ତୋ ଦମ୍ପତି ଙ୍କ ଜୀବନରେ ଅହ ରହ ଚାଲିଥାଏ।

ତେଣୁ ବୈବାହିକ ଜୀବନରେ ଦମ୍ପତି ଙ୍କ ମଧ୍ୟରେ ଝଗଡ଼ା କିଛି ଆଶ୍ଚର୍ଯ୍ୟକର ନୁହଁ। କିନ୍ତୁ ବେଳେ ବେଳେ ଏହି ଝଗଡା ଏପରି କିଛି ରୂପ ନେଇଥାଏ କି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବିଜନୋରରେ ଯେଉଁ ଠାରେ ନବ ବିବାହିତ ଏକ ଦମ୍ପତିଙ୍କ ମଧ୍ୟରେ ହୋଇଥିବା ସାମାନ୍ୟ ଝଗଡା କରାଳ ରୂପ ନେଇଥିଲା। ତେବେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା।

ମିଳିଥିବା ଖବର ଅନୁସାରେ, ଏଇ ଦୁର୍ଭାଗ୍ୟ ଜନକ ଘଟଣା ଟା ଘଟିଛି ନୁରପୁରର କୁଣ୍ଡା ଗ୍ରାମରେ। ଏହି ଗାଁର ଜଣେ ବାସିନ୍ଦା, ଚନ୍ଦ୍ରଶେଖର ୧୫ ମାର୍ଚ୍ଚରେ ହରିଦ୍ୱାରର ଜଣେ ଝିଅକୁ ରୀତିନୀତି ରେ ପରିବାରର ସହମତି ରେ ବିବାହ କରିଥିଲେ। ତେବେ ୧୭ ମାର୍ଚ୍ଚ ତଥା ତାଙ୍କ ଚଉଠି ରାତିରେ ବର ଏବଂ କନ୍ୟା ମଧ୍ୟରେ କୌଣସି କଥାକୁ ନେଇ ଭୀଷଣ ଝଗଡା ହୋଇଥିବା ବେଳେ ଝିଅଟି ଚନ୍ଦ୍ରଶେଖରଙ୍କ ମୁଣ୍ଡକୁ ଏକ ବଡ଼ ଲୁହା ରଡ଼ ଦ୍ୱାରା ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ଚନ୍ଦ୍ରଶେଖରଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ଗୁରୁତର ହୋଇଯାଇଥିଲେ। ତାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ସେ ବିପଦ ରୁ ବାହାର ଥିବାର ଡାକ୍ତର ଘୋଷଣା କରିଥିଲେ। ଏବଂ କିଛିଦିନ ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ଏହି ମାମଲା ସ୍ଥାନୀୟ ପୋଲିସ ପାଖରେ ପହଞ୍ଚିଥିଲା। ତେବେ ପୋଲିସ୍ ଯେତେବଳେ ସେହି ବିଷୟରେ ଦୁଇ ଜଣଙ୍କୁ ପଚରା ଉଚୁରା କଲା, ଉଭୟେ ଉଭୟଙ୍କ ଉପରେ ଦୋଷ ଦେବା ରେ ଲାଗିପଡିଥିଲେ।

ତେବେ ପୋଲିସ ର ଉପସ୍ଥିତି ରେ ସମାଧାନର ବାଟ ଖୋଜିବାକୁ କୁହାଗଲା ତ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ହୋଇ ରହିବାକୁ ନିଷ୍ପତ୍ତି ନେବା ସହ ଏହା ପୋଲିସକୁ ଲିଖିତ ଭାବରେ ଜଣାଇଥିଲେ। ତେବେ ଝିଅଟିର ଅନ୍ୟ ଜଣେ ପୁଅ ସହ ପ୍ରେମ ସମ୍ପର୍କ ଥିବା କଥା କୁ ନେଇ ଏହି ଝଗଡା ହୋଇଥିବା ର ସାଧାରଣରେ ଚର୍ଚ୍ଚା ହେଉଛି। ହେଲେ ପ୍ରକୃତରେ ସତ କଥା ଟା କଣ ଏତେ ପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଏହି ଘଟଣା ପରେ ପୋଲିସ ଡରରେ ହେଉ କି ନିଜ ପ୍ରେମିକ ସାଙ୍ଗରେ ରହିବା ପାଇଁ ହେଉ, ଝିଅଟି ଘର କାନ୍ଥ ଡେଇଁ ଫେରାର ହୋଇଯାଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।