Breking News – ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ….

0

ଭାରତ ଏକ ସାଂସ୍କୃତିକ ରାଷ୍ଟ୍ର।ଏହି ସଂସ୍କୃତି କୁ ବଜାୟ ରଖିବା ପାଇଁ ଭାରତ ର ପ୍ରତି ରାଜ୍ୟରେ ସ୍ଵତନ୍ତ୍ର ସଂସ୍କୃତି କଳା ରହିଥାଏ। ପାଶ୍ଚାତ୍ୟ ସଂସ୍କୃତି ର ଇତିହାସ କୁ ଚିରଦିନ ସ୍ମରଣୀୟ ରଖିବା ପାଇଁ ଆଜି ବି ସମସ୍ତେ ସଂସ୍କୃତିର ପରମ୍ପରା କୁ ବଜାୟ ରଖିଛନ୍ତି।ବିଭିନ୍ନ ରାଜ୍ୟରେ ବିଭିନ୍ନ ନୃତ୍ୟ ପ୍ରସିଦ୍ଧ ଅଟେ।ଯେପରି ଆସାମ ରେ ବିହୁ,

ପଞ୍ଜାବ ରେ ଭଂଗ୍ରା ସଦୃଶ ଆମ ସଂସ୍କୃତିର ରାଜ୍ୟ ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ପ୍ରଧାନ।ଓଡ଼ିଶୀ ନୃତ୍ୟ ପରିବେଷଣ ଦ୍ଵାରା ଆମ ଓଡ଼ିଶା ପ୍ରସିଦ୍ଧ।ବହୁ ନୃତ୍ୟ ଶିଳ୍ପୀ ଯେ କି ନିଜର ସୁନ୍ଦର ନୃତ୍ୟ ପରିବେଷଣ ଦ୍ଵାରା ଆମ ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି।ଓଡ଼ିଶାର ଜାତୀୟ ନୃତ୍ୟ ଓଡ଼ିଶୀ।ଏହି ନୃତ୍ୟ ପୁରା କାଳରେ ମହାପ୍ରଭୁ ଜଗନ୍ନାଥ ଙ୍କ ଭବ୍ୟ ମହଲରେ ଦାସୀ ମାନେ ଓଡ଼ିଶୀ ନୃତ୍ୟ ଦ୍ଵାରା ମହାପ୍ରଭୁ ଙ୍କୁ ସନ୍ତୋଷ ତୃପ୍ତି ପ୍ରଦାନ କରୁଥିଲେ।

ସେହି କାଳରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ ପ୍ରଥା ଚାଲି ଆସୁଛି।ବର୍ତ୍ତମାନ ସମାଜରେ ବହୁ ନୃତ୍ୟ କଳା ଦେଖିବାକୁ ମିଳୁଛି।ତେବେ ଏଭଳି ପରିସ୍ଥିତିରେ ମଧ୍ୟ ପୁରାତନ ସଂସ୍କୃତି ର ତାଳରେ ତାଳ ମିଶାଇ ଚାଲୁଛନ୍ତି।ମହାନ୍ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଙ୍କ ପାଇଁ ଆମେ ଆଜି ଗର୍ବିତ।ତେବେ ନିକଟରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।ଓଡ଼ିଶାର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ର ଙ୍କ ର ଦେହାନ୍ତ ଘଟିଛି।

ମହାନ୍ ଗୁରୁ କେଳୁ ଚରଣ ମହାପାତ୍ର ଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରଥମେ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ତେବେ ଗତ ଶନିବାର ସ୍ଥିତ ୧୧ ଟା ୧୦ ମିନିଟ୍ ରେ ଭୀମ ଟାଙ୍ଗୀ ସ୍ଥିତ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।୮୬ ବର୍ଷ ବୟସରେ ସେ ଚିରଦିନ ପାଇଁ ଆଖି ବୁଜିଦେଲେ। ଲକ୍ଷ୍ମୀପ୍ରିୟା ମହାପାତ୍ର ଏକାଧାରରେ ଜଣେ ପ୍ରଖ୍ୟାତ ନୃତ୍ୟାଙ୍ଗନା ତଥା ଅଭିନେତ୍ରୀ ମଧ୍ୟ ଥିଲେ।

ଖୋର୍ଦ୍ଧା ରେ ଜନ୍ମଲାଭ କରି ଲକ୍ଷ୍ମୀପ୍ରିୟା ପରବର୍ତ୍ତୀ ସମୟରେ ଅନ୍ନପୂର୍ଣ୍ଣା – ଏ ଥିଏଟର ରେ ନିଜର ନୃତ୍ୟ ପରିବେଷଣ କରିଥିଲେ।ବାଉରୀ ବନ୍ଧୁ ମହାନ୍ତି ତାଙ୍କ ନୃତ୍ୟକୁ ଲୋକଲୋଚନକୁ ଆଣିଥିଲେ।ପରେ ୧୯୪୬ ମସିହାରେ ଅନ୍ନପୂର୍ଣ୍ଣା- ବି ଥିଏଟର ରେ ଗୁରୁ କେଳୁଚରଣ ମହାପାତ୍ର ଙ୍କ ସହ ମିଶି ତାଙ୍କ ମୃଦଙ୍ଗ ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ।ଏହିଠାରୁ ଉଭୟଙ୍କ ଜୀବନ ଯାତ୍ରା ଆରମ୍ଭ ହୋଇଥିଲା।ଗୁରୁ କେଳୁଚରଣ ମହାପାତ୍ର ଦେଶ ବିଦେଶ ର ବହୁ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦେଉଥିଲେ।ତେଣୁ ସମସ୍ତେ ଲକ୍ଷ୍ମୀପ୍ରିୟା ଙ୍କୁ ଗୁରୁମା ବୋଲି ସମ୍ବୋଧନ କରିଥାନ୍ତି।

ଓଡ଼ିଶୀ ନୃତ୍ୟର ଗୁରୂମା କହିଲେ ତାଙ୍କୁ ବୁଝାଏ।ସେ ୧୯୪୭ ରେ ପ୍ରଥମେ ମଞ୍ଚରେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ।ଗୁରୁ କେଳୁଚରଣ ଙ୍କ ସମସ୍ତ ଶିଷ୍ୟ ଶିଷ୍ୟା ମାନଙ୍କୁ ଲକ୍ଷ୍ମୀପ୍ରିୟା ନିଜ ସନ୍ତାନ ପରି ସ୍ନେହ ଦେଉଥିଲେ।ତେଣୁ ଆଜିର ଏହି ଘଟଣା ପରେ ସବୁ ନୃତ୍ୟ ଜଗତର ଛାତ୍ର ଛାତ୍ରୀ ମାନେ ନିଜ ଗରୁମା ଙ୍କୁ ଝୁରି ଝୁରି ଲୋତକ ବୁହାଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।