ସୋସିଆଲ ମିଡିଆରେ ନିଆଁ ଭଳି ଘୁରି ବୁଲୁଛି ଏହି ଭିଡ଼ିଓ ଲଜ ଭିଡିଓ , ହୋଟେଲ ବା ଲଜରେ ରହୁଥିଲେ ସାବଧାନ !-special report

0

ଦୂର ଦୁରନ୍ତ କୁ ଯାତ୍ରା କରିଲେ ଆମେ ହୋଟେଲ୍ କିମ୍ବା ଲଜ୍ ରେ ରହି ଥାଉ। ବଡ଼ ଲଜ କିମ୍ବା ହୋଟେଲ୍ ରେ ସିସି ଟିଭି ଲାଗି ଥାଏ। ମାତ୍ର ଛୋଟ ଗୁଡ଼ିକ ରେ ଲାଗି ନ ଥାଏ। ସିସି ଟିଭି ଲାଗିବା ଦ୍ଵାରା କୌଣସି ଦୁର୍ଘଟଣା ଘଟି ନ ଥାଏ। ମାତ୍ର ତାହା ଆପଣ ଙ୍କ ପାଇଁ କେତେ ଦୂର ସୁରକ୍ଷିତ ଆପଣ ମାନେ ଜାଣି ଛନ୍ତି କି।ଯଦି ଆପଣ ହୋଟେଲରେ ଭଲ ଉଦ୍ଦେଶ୍ୟ ନେଇକି ରହୁଛନ୍ତି ତାହା ଅପଣଙ୍କ ପାଇଁ ବହୁତ ଭଲ ହୋଇଥାଏ।

ଯଦି ଆପଣ ହୋଟେଲରେ କିଛି ଚୋରି ବା ଅନୈତିକ କାର୍ଯ୍ୟ କରିବାପାଇଁ ଭାବୁଥାନ୍ତି।ତାହେଲେ ଏହା ଅପଣଙ୍କ ପାଇଁ ବହୁତ ଭାରି ହୋଇଯିବ। କାହିଁକିନା ଖୁବଶୀଘ୍ର କମିଶନରେଟ ପୋଲିସ ଆରମ୍ଭ କରିବାକୁ ଯାଉଛି ଅତିଥି ଆପ। ଝିଅ ମାନଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ପୋଲିସ କମିଶନର ଏକ ବଡ଼ ନିଷ୍ପତି ନେଇଛନ୍ତି ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ।

ଖୁବ୍ ଶୀଘ୍ର ଆସିବ ଅତିଥି ଆପ୍। ହୋଟେଲ୍ ରେ ଥିବା ଅପରାଧୀ ଅତି ସହଜ ରେ ଧରିବା ପାଇଁ ଏହି ଆପ ନେ ପ୍ରସ୍ତୁତି ହୋଇଛି।ଏହା ଏକ ଆପ ଯାହାକି ହୋଟେଲରେ ରହୁଥିବା ଅପରାଧୀମାନଙ୍କୁ ଟ୍ରାକ କରିବ।ଏହା କିପରି ଟ୍ରାକ କରିବା ତାହା ଆସନ୍ତୁ ଜାଣିବା।ଏହା ର ଗୋଟେ ଭାଗ ପୋଲିସ ପାଖରେ ରହିବ ଆଉ ଗୋଟେ ଭାଗ ହୋଟେଲ ରେ ରହିବ।ଭୁବନେଶ୍ୱରର ସବୁ ବଡ ରୁ ନେଇ ଛୋଟ ହୋଟେଲ ଓ ଲଜରେ ଏହା ରହିବ ବା କାର୍ଯ୍ୟ କରିବ।

ଯେତେବେଳେ ଯେଉଁ ବ୍ୟକ୍ତି ଏହି ହୋଟେଲ ବା ଲଜ କୁ ଆସିବେ ଏହି ସମୟରେ ସମସ୍ତ ଡାଟା ପୋଲିସ ପାଖରେ ପହଂଚିଯିବ।ଯାହା ଫଳରେ ଯେଉଁ ବ୍ୟକ୍ତି ଉପରେ ପୋଲିସର ସନ୍ଦେହ ଜାତ ହବ ସେ ସେମାନଙ୍କୁ ଧରିପାରିବ ଓ ସେମାନଙ୍କୁ ଯାଇ ହୋଟେଲରେ ଧରିପାରିବ। ଯାହା ଦ୍ଵାରା ଘଟୁଥିବା ଅଘଟଣ କୁ ଖୁବ୍ ଶୀଘ୍ର ରୋକା ଯାଇ ପାରିବ।

ଶୁଣିବାକୁ ମିଳିଛି ଏ ନେଇ କମିଶନରଟେ ପୋଲିସ ସୂଚନା ଦେଇଛନ୍ତି ଯେ ସେ ଏହି ପ୍ରକ୍ରିୟାକୁ ବହୁତ ଦିନ ହବ କରିବା ପାଇଁ ଚାହୁଁଥିଲେ କିନ୍ତୁ ଏହା ସଫଳ ଭାବରେ ରୂପାୟନ ହେଇପାରିନଥିଲେ।ଏବେ ସେ ବହୁତ ଖୁସି ହୋଇଛନ୍ତି ଓ ମିଡ଼ିଆ ମାଧ୍ୟମରେ କହିଛନ୍ତି କି ତାଙ୍କର ପୁରା କର୍ତ୍ତୃପକ୍ଷ ବହୁତ ଖୁସି ଅଛନ୍ତି ଯେ ଏତେବେଡ଼ ପ୍ରକ୍ରିୟା ହବାକୁ ଯାଉଛି।ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି କି ଏହା ଆମେ ଚେଷ୍ଟା କରୁଚୁ କି ପୁରା ଓଡିଶାରେ ଏହା କାର୍ଯ୍ୟକାରୀ କରାଇବାପାଇ ସେ କହିଛନ୍ତି।

ଏହି ସବୁ କରି ବାର ଅଭିପ୍ରାୟ ହେଉଛି ବହୁ ଚର୍ଚ୍ଚିତ ଝରଫୁଲ କେସରେ ଆଜି ଯାଏ ସେ ଗେଷ୍ଟ ହଉସରେ କିଛି ତଥ୍ୟ ମିଳିପାରିନାହିଁ ଏହାକୁ ଆଖି ଆଗରେ ରଖି ପୋଲିସ ଏହି ନିଷ୍ପତ୍ତି ନେଇଛି।ଏହି ତଥ୍ୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି।ଏହା ବହୁତ ସମୟରେ ବିଭିନ୍ନ ଅପରାଧୀ ଓ ବିଶେଷ କରି ଝିଅ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନାରୀ ଦୁଷ୍କର୍ମ ର ସଂଖ୍ୟା କମା ଯାଇ ପାରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।