ଦେଖନ୍ତୁ ଭିଡ଼ିଓ – ହଜିଗଲା ମାନବିକତା ! ବିଚ ରାସ୍ତାରେ କଚାଡି କଚାଡି ନିଜ ୩ ବର୍ଷ ଝିଅକୁ ଗୋଇଁଠା ପରେ ଗୋଇଁଠା ମାରୁଥିଲା ମାଆ, ଆଉ ଲୋକମାନେ ଯେତେବେଳେ….

0

ମାଆ ଶବ୍ଦ ର ଅର୍ଥ କେତେ ମଧୁର। ମାଆ ର ଅର୍ଥ କେତେ ନିଆରା। ମା ରୁ ମାଟି ଆ ରୁ ଆକାଶ। ଶିଶୁ ଟି ପ୍ରଥମେ ଆଖି ଖୋଲିଲେ ନିଜର ମାଆ କୁ ଦେଖେ। ପ୍ରଥମ ଶବ୍ଦ ଶିଶୁ ଟି ମାଆ ବୋଲି ଡାକି ଥାଏ। ମାଆ ପାଖରେ ଥିଲେ ଶିଶୁ ଟିଏ କାହାକୁ ଡରି ନଥାଏ। ଶିଶୁ ର ବଳ ଓ ସାହସ ହୋଇ ଥାନ୍ତି ମାଆ। ପ୍ରତ୍ୟେକ ମାଆ ତାର ସନ୍ତାନ କୁ ଭଲ ପାଇଥାନ୍ତି। ପିଲା ଟି ଭଲ ମଣିଷ ହେଉ ବୋଲି ମା ଟି ତାର ପିଲା କୁ ଆକଟ କରି ଥାଏ।

ଭଲ ମନ୍ଦ ବିଚାର କରି ଥାଏ। ଶାସନ ରେ ରଖି ଥାଏ। ମାତ୍ର ଆଜି ଏମିତି ଏକ ବିଷୟ ରେ ଆମେ ଆପଣଙ୍କୁ ଜଣାଇବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ମାଆ କିପରି ନୃଶଂସ ଭାବରେ ନିଜ ପିଲା କୁ ମାରି ଜୀବନ ରୁ ମାରିବାକୁ ଚେଷ୍ଟା କରୁଛି। ଆସନ୍ତୁ ପୁରା ଘଟଣା ବିଷବସସ୍ତୁ ଜାଣିବା।

ତେବେ ନିକଟ ରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମା ନିଜର ତିନି ବର୍ଷର ଶିଶୁକୁ ଅତି ନିର୍ମମ ଭାବରେ ମାଡ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ସମସ୍ତଙ୍କ ସାମ୍ନାରେ ଏଭଳି ହେଉଥିଲା ବେଳେ ଲୋକମାନେ ବସି ଏହି ଘଟଣା ଦେଖିବା ସହ ଏହାର ଭିଡିଓ କରୁଛନ୍ତି କିନ୍ତୁ କେହି ଏହାର ପ୍ରତିବାଦ କରୁନଥିବା ଦେଖିବାକୁ ମିଳିଥିଲା। ଛତିଶଗଡର ଆ ଏ ସ ଅବନୀଶ ଶରଣ ଏହି ଭିଡ଼ିଓଟିକୁ ଟ୍ୱିଟରରେ ସେୟାର କରିଥିଲେ ଏହାପରେ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଥିଲା। ତେବେ ଘଟଣା ଟି ର ସତ୍ୟା ସତ୍ୟ ବିଶେଷ କିଛି ଜଣା ପଡି ନଥିଲା।


ଏହି ଭିଡ଼ିଓଟିରେ ପ୍ରଥମେ ମହିଳା ଜଣକ ନିଜ ପିଲାକୁ ନିସ୍ତୁକ ମାଡ଼ ମାରିବା ସହ ଗୋଇଠା ମାରୁଥିବାର ଦେଖାଯାଉଛି,କିନ୍ତୁ ସେଠାରେ ଥିବା କୌଣସି ଲୋକ ଏହାକୁ ରୋକିବାକୁ ଚେଷ୍ଟା କରୁନଥିବା ଦେଖିବାକୁ ମିଳିଛି।ଭିଡିଓ କ୍ଲିପ୍ ରେ ରେକଡ୍ ହୋଇଥିବା ଭିଡ଼ିଓ ରୁ ଅନୁମାନ କରା ଯାଉଛି ଯେ ନିଜ ପିଲାକୁ ଏକ ମିନିଟରୁ ଅଧିକ ସମୟ ଧରି ଲଗାତାର ମାଡ଼ ମାରିଥିଲେ ଏବଂ ପରେ ପିଲାଟର ବେକକୁ ଧରି ତାକୁ ଶ୍ୱାସରୁଦ୍ଧ କରିବାକୁ ଉଦ୍ୟମ କରିଥିଲେ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ନିଜ ୩ ବର୍ଷର ଶିଶୁ ଝିଅକୁ ମାଡ ମାରିଥିବା ଏହି ମା ଏବେ ବି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଏବଂ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଭିଡ଼ିଓ ଟି ରେ ନୃଶଂସ ଭାବରେ ମାଡ଼ ମାରିବା ସହିତ ଜୀବନ ରୁ ମାରି ଦେବାକୁ ଉଦ୍ୟମ କରି ଥିବା ର ସ୍ପଷ୍ଟ ଚିତ୍ରଣ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।