ବଡ଼ ଖୁସି ଖବର ବାପା ହେଲେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅରିନ୍ଦମ ରାୟ

0

ଓଡ଼ିଶାର ଜଣେ ଜଣା ଶୁଣା ଅଭିନେତା ହେଉଛନ୍ତି ଅରିନ୍ଦମ ରାୟ। ତାଙ୍କୁ ଓଲିଉଡ଼ ଜଗତ ର ରୋମାଣ୍ଟିକ ହିରୋ ସହିତ ଆକ୍ସନ ହିରୋ ମଧ୍ୟ କୁହା ଯାଇଥାଏ। ତାଙ୍କର ପ୍ରଥମ ପରିଚୟ ହେଉଛି ସିଏ ଜଣେ ମହାନ କଳାକାର, ଅଭିନେତା। ଅଭିନୟ ଜଗତରେ ସେ ପ୍ରଥମେ ପାଦ ଥାପିଥିଲେ। ତା ପରେ ପରେ ରାଜନୀତି ରେ ମଧ୍ୟ ପଶି ନେତା ହୋଇଥିଲେ। ଏହା ସହିତ ସେ ଫୀଲ୍ମ ପ୍ରୋଡ୍ୟୁସର ମଧ୍ୟ ହୋଇଛନ୍ତି।

ସେ ଅଭିନୟ କରିବା ସହିତ ଭାରତୀୟ ବିଜୁ ଜନତା ଦଳ (ବିଜେଡି) ରେ ପ୍ରବେଶ କରିଥିଲେ। ତେବେ ବିଜେଡି କୁ ସପୋର୍ଟ କରିବା ର ପ୍ରଶ୍ନ ରେ ସେ ଏହା କୁହନ୍ତି କି ବ୍ୟକ୍ତିଗତ ଭାବରେ ସେ ଅମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରନ୍ତି। ତେବେ ସେ ଯାହା ହେଉ ନା କାହିଁକି ଲୋକେ ତାଙ୍କୁ ଅଭିନେତା ଭାବରେ ବେଶି ଗ୍ରହଣ କରିଛନ୍ତି। ଓଡ଼ିଆ ଜଗତ ର ସୁପର ଷ୍ଟାର୍ ଏବଂ ଚକୋଲେଟ୍ ବୟ ଭାବେ ଓଡ଼ିଶା ର ଘରେ ଘରେ ପରିଚିତ।

ଅରିନ୍ଦମ ଓଡ଼ିଶା ର ଗୋଟେ ଚିହ୍ନା ମୁହଁ ଏବଂ ନାଆଁ କରା କଳାକାର। ଫିଲ୍ମ୍ ପ୍ରେମଋତୁ ଜରିଆରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି ମାରିଥିଲେ। ତାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଗୋଟେ ପରେ ଗୋଟେ ଦମଦାର ଫିଲ୍ମ୍ ରେ ଅଭିନୟ କରି ସେ ଦର୍ଶକ ମାନଙ୍କ ମନ କୁ କିଣି ନେଇଛନ୍ତି। ତାଙ୍କର କିଛିଟା ଫିଲ୍ମ୍ ମଧ୍ୟରୁ ଇସ୍କ୍ ତୁ ହି ତୁ, ଅଶୋକ ସମ୍ରାଟ, ପର୍ଶୁରାମ, ରୋମିଓ ଯୁଲିଏଟ୍ ଆଦି ଫିଲ୍ମ୍ ସୁପର ହିଟ୍ ହୋଇଥିଲା।

ତେବେ ବିଜେଡ଼ି ର ଏହି ଯୁବ ନେତା ଅରିନ୍ଦମ ରୟ ଙ୍କ ବାହାଘର ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ସାନ ଭଉଣୀ ଅରୂପା ଙ୍କ ସହିତ ସମ୍ପନ୍ନ ହୋଇଥିଲା। ତେବେ ସେ ପାଇଁ ରାଜନେତା ଘରେ ଅଭିନେତା ଜ୍ବାଇଁ ବୋଲି କହୁଥିଲେ। ତାଙ୍କ ହାଇପ୍ରୋଫାଇଲ୍ ବାହାଘର ବେଶ୍ ଯାକ ଜକମ ରେ ସମାପ୍ତ ହୋଇଥିଲା। ସେଥିରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ବହୁତ ନାମୀ ନେତା, କର୍ପୋରେଟର, ଆଉ ଓଡ଼ିଆ ଅଭିନେତା ଓ ଟେଲି କଳାକାର ଯୋଗ ଦାନ କରିଥିଲେ।

ତେବେ ବିବାହ ର ୪ ବର୍ଷ ପରେ ଆପଣ ମାନଙ୍କର ପ୍ରିୟ ଅଭିନେତା ଅରିନ୍ଦମ ଏବେ ବାପା ହୋଇଛନ୍ତି। ତାଙ୍କର ଆଉ ତାଙ୍କ ପତ୍ନୀ ଅରୂପା ଏକ ପୁତ୍ର ସନ୍ତାନ ଲାଭ କରିଛନ୍ତି। ଆଗରୁ ସୋସିଆଲ ମିଡିଆରେ ତାଙ୍କର ସନ୍ତାନ କୁ ନେଇ ବହୁତ୍ ଚର୍ଚ୍ଚା ଚାଲିଥିଲା। ତେବେ ସେସବୁ ସତ ବୋଲି ପ୍ରମାଣିତ ହୋଇଛି। ତେବେ ଅରିନ୍ଦମ ଙ୍କ ପୁଅ ୨୦୨୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ ବୁଧବାର ସନ୍ଧ୍ୟା ସମୟ ରେ ଜନ୍ମ ନେଇଥିବା ର ସୂଚନା ମିଳିଛି। ତେବେ ଆମେ ଓଡ଼ିଶାବାସୀ ଅରିନ୍ଦମ ଏବଂ ତାଙ୍କ ପରିବାର ଓ କୁନି ପୁଅ ର ଦୀର୍ଘାୟୁ କାମନା କରୁଛୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।