ଖୋଜା ଚାଲିଛି ପୁରୁଣା ଟିଭି! ଓନିଡା, କୋଣାର୍କ ଟିଭି ଥିଲେ ମିଳିବ ଲକ୍ଷେ ଟଙ୍କା, ସତରେ ? ଜାଣନ୍ତୁ କେମିତି

0

ପୁରୀ ଜିଲ୍ଲାରେ ବଡ ଗୁଜବ ଚାଲିଛି । ଗୁଜବଟି ହେଉଛି ଆପଣଙ୍କ ପାଖରେ ଯଦି 90 ପ୍ରତିଶତ ଓନିଡା ଓ କୋଣାର୍କ ଟିଭି ଅଛି ତେବେ ଟିଭି ବଦଳରେ ଆପଣଙ୍କୁ ଲକ୍ଷାଦିକ ଟଙ୍କା ମିଳିବ । ଆଜିର ଦୁନିଆରେ ଦଲାଲି ମାନଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢିବାରେ ଲାଗିଛି ।ଦଲାଲ ଲୋକମାନଙ୍କୁ ଏମିତି ଲୋଭନୀୟ ଅଫର୍ ଶୁଣାଉଛନ୍ତି ।ସେମାନେ କହିଛନ୍ତି ଏହି ଟିଭି ଭିତରେ ଥିବା ଯନ୍ତ୍ରାଶଂ ଟି ଏମିତି ରହିଛି ଯାହାର ମୂଲ୍ୟ ଅମୂଲ ମୂଲ ।


ହଠାତ ପୁରୁଣା ଟିଭିର ଏମିତି ଚାହିଦାକୁ ନେଇ ଚାିଆଡେ ଚାଲିଛି ଚର୍ଚ୍ଚା ।କିଛି ଲୋକ ଲକ୍ଷାଧିକ ଟଙ୍କା ଧରି ଘୁରିବୁଲୁଛନ୍ତି । ପୁରୀ ଜିଲ୍ଲାରେ ଏବେ ପୁରୁଣା ଟିଭିର ଖୋଜା ଜୋରସରରେ ଚାଲିଛି .ସେହି ଲୋକ ମାନେ କହିଛନ୍ତି ଏହିଟିଭି ଭିତରେ ଥିବା ନାଲି ବଲ ଅତ୍ୟନ୍ତ ଦରକାରୀ ବୋଲି ସେମାନେ ଏ ଟିଭି ଗୁଡିକ ନେଉଛନ୍ତି । 1994 ମସିହାରେ ତିଆରି ହୋଇଥିବା ଏହି ଓନିଡା ଓ କୋଣାର୍କ ଟିଭି କୁ ଦଲାଲ ମାନେ ଖୋଜୁଛନ୍ତି ।


ଲୋକ ମାନଙ୍କୁ ପଚାରା ଉଚରା କରିବାରୁ ଲୋକମାନେ କହିଥିଲେ ଯେ ପୁରୁଣା ଟିଭିକୁ ଖୋଜିବା ଓ ସେମାନଙ୍କୁ ଲକ୍ଷାଧିକ ଟଙ୍କା ଜାଚିବା ଏସବୁ କଥା ସେମାନଙ୍କୁ ଅଦ୍ଭୁତ ଲାଗିଲା । ସେମାନଙ୍କର ବେଶ ପୋଷାକ ଦେଖି ଲୋକମାନେ ଦଲାଲି ବୋଲି ଜାଣି ସେମାନଙ୍କୁ ଟିଭି ନାହିଁ ବୋଲି ମନାକରିଦେଇଥିଲେ । ଦଲାଲ ମାନଙ୍କର କହିବା କଥା ପୁରୁଣା ଟିଭିରେ ଥିବା .ମଦର ବୋଡରେ ଏକ ନାଲି ବଲ୍ ବ ରହିଛି ସେଥିରେ କିଛି ତରଳ ପଦାର୍ଥ ରହିଛି ଯାହାର ମୂଲ୍ୟ ଅମୂଲ ମୂଲ

ଖାସ ଏଥିପାଇ ଏହି ପୁରୁଣା ଟିଭିର ଖୋଜା ଚାଲିଛି । ସେହି ନାଲି ବଲବ ଭିତରେ ଥିବା ତରଳ ପଦାର୍ଥ କାହିକି ଅମୂଲ ମୂଲ ଏହା ଏ ପଯ୍ୟନ୍ତ ଜଣାପଡିନାହିଁ । ଏପରି ଟିଭି ଚାହିଦା ପଛରେ ଏକ ରାକେଟ କାମ କରୁଥିବାର ଜଣାପଡିଛି । ତେଣୁ ପୋଲିସ ପ୍ରଶାସନ ଏଦିଗରେ ତଦନ୍ତ କରିବାକୁ ଦାବି କରାଯାଇଛି ।


ଏପରି ଦଲାଲି ମାନଙ୍କର କଥାରେ କେବେ ହେଲେ ପଡନ୍ତୁ ନାହି । ଏମାନେ ବିଭିନ୍ନ ପ୍ରକାର କଥା କହି ସେମାନଙ୍କ ମନକୁ ଜିଣି ଅନେକ ଜିନିଷ ତାଙ୍କ ପାଖରୁ ଠକେଇ ନେଇଥାନ୍ତି ।ସେଥିପାଇ କୁହାଯାଏ କୌଣସି ଜିନିଷ ଦେବା ଆଗରୁ ସମସ୍ତ କଥା ଜାଣି ତା ବିଷୟରେ ସବୁ ତଥ୍ୟ ଜାଣିଲା ପରେ ତାଙ୍କ କଥାକୁ ବିଶ୍ୱାସ କରିବେ ।  ଏବେ ଏପ୍ରକାର ଦଲାଲୀ ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି ।ସେଥିପାଇ ସମସ୍ତଙ୍କୁ ସଚେତନ ହେବା ପାଇ କୁହାଯାଇଛି । ସମସ୍ତ କଥାକୁ ନଜାଣି ନବୁଝି କେବେହେଲେ ଅନ୍ୟର କଥାକୁ ବିଶ୍ୱାସ କରିବେ ନାହିଁ । ଏବେ ଏ ଘଟଣାଟିର ତଦନ୍ତ ପୋଲିସ କରୁଛି । ତଦନ୍ତ ପରେ ଜଣାଯିବ ଏ ପୁରୁଣା ଟିଭିର ଚାହିଦା ଏତେ ପରିମାଣରେ ଖୋଜା ଚାଲିଛି କାହିକି । ଏହାର ତଦନ୍ତ ପରେ ଜଣାଯିବ ସମସ୍ତ ଘଟଣା ବିଷୟର ରହସ୍ୟ କଣ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।