ଦେଖନ୍ତୁ ଭିଡ଼ିଓ: ରାସ୍ତା ଉପରେ ପାର୍କିଂ କୁ ନେଇ ପୋଲିସ ସହ ଝଗଡା କଲା ଯୁବତୀ, ରାଗିଯାଇ ଚପୁଡା ମାରିଲେ ମହିଳା ଏସ୍ଆଇ, ଆଉ ତା ପରେ

0

ଭାରତ ଏକ ଜନବହୁଳ ରାଷ୍ଟ୍ର।ଆଉ ସେହି ଜନଗହଳି ମଧ୍ୟରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି।ମଣିଷ ଅସତର୍କତା ଅବଲମ୍ବନ ବଶତଃ ଦୁର୍ଘଟଣା ରେ ସମ୍ମୁଖୀନ ହେଉଛି।ତେବେ ବର୍ତ୍ତମାନ ସାରା ଭାରତରେ ସଡ଼କ ସୁରକ୍ଷା ଆଇନ୍ କଡାକଡି ଭାବେ ପାଳନ କରାଯାଉଛି।ହେଲମେଟ ଚେକିଂ ଠାରୁ ଆରମ୍ଭ କରି ଗାଡ଼ି ଲାଇସେନ୍ସ ତଥା ପାର୍କିଂ କୁ ନେଇ କୋଉଠି ସାମାନ୍ୟ ଭୁଲ୍ ହେଲେ ମଧ୍ୟ ତଣ୍ଡ ଭରିବାକୁ ପଡୁଛି।

ବେଶୀ କରି ସାଧାରଣ ବର୍ଗ ର ଲୋକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ତେବେ କେତେକ ସ୍ଥାନରେ ଏଥି ପାଇଁ ପବ୍ଲିକ ଓ ପୋଲିସ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥାଏ।ଆଉ ଏମିତି ଖବର ପ୍ରତିଦିନ ଖବରକାଗଜରେ ଆପଣ ନିଶ୍ଚୟ ପଢ଼ୁଥିବେ।ତେବେ ନିକଟରେ ଏଭଳି କିଛି ଭିଡିଓ ସାମ୍ନା କୁ ଆସିଛି।ଯାହା କି ସୋସିଆଲ ମିଡିଆରେ ଭଇରାଲ୍ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ।

ଭିଡିଓ ଟିରେ ଜଣେ ମହିଳା ପୋଲିସ ଜଣେ ଯୁବତୀ ଙ୍କୁ ଚାପୁଡ଼ା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଏହି ଘଟଣା କର୍ଣ୍ଣାଟକ ର ମାଣ୍ଡି ଆ ସହରରେ ଘଟିଛି।ଯେଉଁଠାରେ ଏକ ମହିଳା ନୋ ପାର୍କିଂ ଜୋନ ରେ ଭୁଲ ବଶତଃ ନିଜର ସ୍କୁଟି ପାର୍କିଂ କରିଛନ୍ତି ଏ ନେଇ ପୋଲିସ ଜଣକ ତାଙ୍କ ସ୍କୁଟି ଚାବି ଛଡ଼ାଇବାକୁ ଉଦ୍ୟମ କରିଛନ୍ତି।ତେବେ ଯୁବତୀ ଜଣକ ନିଜ ଭୁଲ ପାଇଁ ଚାଲାଣ କରିବାକୁ ବା ଜୋରିମାନା ଦେବାକୁ କହୁଥିଲା।

କିନ୍ତୁ ସ୍କୁଟି ଚାବି ଛଡ଼ାଇ ପାରିବେନି ବୋଲି ବାରମ୍ବାର କହୁଛନ୍ତି।ଏଭଳି ପରିସ୍ଥିତରେ ଯୁବତୀ ଜଣକ ସ୍କୁଟି ଚାବି ନ ଦେବାରୁ ମହିଳା ପୋଲିସ ଜଣକ ଉତ୍କ୍ଷିପ୍ତ ହୋଇ ଯୁବତୀ ଙ୍କୁ ଚାପୁଡ଼ା ମାରିଥିବର ଦୃଶ୍ୟ ସାମ୍ନା କୁ ଆସିଛି।ପରେ ସ୍କୁଟି ଟିକୁ ଥାନାକୁ ନିଆଯାଇ ଝିଅ ର ବୟସ ଅନୁପାତ କୁ ଦେଖି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଇ ଯୁବତୀ ଜଣକୁ ଛାଡ଼ି ଦିଆଯାଇଥିବାର ଖବର ପ୍ରକାଶ ପାଇଛି।

ପ୍ରଶାସକ ଆମ ମାନଙ୍କର ସେବା ପାଇଁ ତଥା ଦେଶ ପାଇଁ କାମ କରିଥାନ୍ତି।ପୋଲିସ ପାଖରେ ପାୱାର ଥିବାରୁ ସେ ଜନ ସାଧାରଣ ଙ୍କୁ ଉଚିତ୍ ଶିକ୍ଷା ଦେବା ପରିବର୍ତେ ଅତ୍ୟାଚାର କରୁଛି।ତେବେ ଆମେ ଜାଣିଛୁ କର୍ମ ହିଁ ଭଗବାନ।ତେବେ ସବୁ ସରକାରୀ କର୍ମଚାରୀ ଉଚିତ୍ କର୍ମ କରିବା ଦରକାର।ନା କି ସେହି ଆସନର ଅପବ୍ୟବହାର କରିବା।ଆଉ ମଣିଷ ମାନେ ମଧ୍ୟ ନୀତି ନିୟମ କୁ ସତର୍କତା ସହ ଅବଲମ୍ବନ କରିବା ଉଚିତ୍।

ନିଜର ଅସତର୍କତା ବଶତଃ ମଣିଷ ଦୁର୍ଘଟଣା ରେ ସମ୍ମୁଖୀନ ହୋଇ ମୃତ୍ୟୁ ବରଣ ର ମଧ୍ୟ ଶିକାର ହେଉଛି। କଥାରେ ଅଛି” ଦ୍ରୁତ ଗତି ମହା ବିପତ୍ତି”।ତେଣୁ ସମସ୍ତେ ସଠିକ୍ ବେଗରେ ଗାଡ଼ି ଚଳାଇବା ଉଚିତ୍।ନୀତିନିୟମ କୁ ମାନିବା ଆବଶ୍ୟକ।ଯାହା ଦ୍ଵାରା ଆପଣ ବିପଦରେ ସମ୍ମୁଖୀନ ନ ହେବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।