ପଞ୍ଚାତିରାଜ ଓ ପାନୀୟ ଜଳ ବିଭାଗ ତରଫ ରୁ ନିଯୁକ୍ତି ଏହା ପାଇଁ କଣ କଣ ସବୁ ଦରକାର ଏବଂ କିପରି ଏହା ପାଇଁ ଆବେଦନ କରିବେ

0

ଯୁଗ ବଦଳିଲାଣି। ଆଜି କାଲି ଆଉ ଲୋକ ମାନେ ଅନ୍ୟ ଉପରେ ଆଉ ନିର୍ଭର କରିବାକୁ ଚାହୁଁ ନାହାନ୍ତି। ସମସ୍ତେ ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ତ ଆଉ ଆଗ ଭଳିଆ ଯୁଗ ନାହିଁ। ଆଜି ର ଯୁଗରେ ଲୋକ ଶିକ୍ଷିତ ହେଉଛନ୍ତି। ସମସ୍ତେ ଚାହୁଁଛନ୍ତି କିପରି ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ।

ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ଗୋଡ଼ ରେ ନିଜେ ଠିଆ ହେବେ ଓ ନିଜର ସମସ୍ତ ଆବଶ୍ୟକତା କୁ ନିଜେ ପୂରଣ କରିବେ। ତେବେ ଏବେ ର ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି। ଓ ସମୟ ସହିତ ତାଳ ଦେଇ ବର୍ତମାନ ର ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି।

ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି। ବହୁତ ସାରା ଏଣ୍ଟ୍ରାନସ୍ ପରୀକ୍ଷା ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି ଚାକିରି ଟି ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇ ପାରୁଛନ୍ତି। ତେବେ ଓଡିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ତରଫ ରୁ ନିଯୁକ୍ତି ପାଇବା ପାଇଁ ଏକ ବଡ଼ ସୁଯୋଗ ରହିଛି। ତେବେ ଆସନ୍ତୁ ଜାଣିବା ଚାକିରୀ ଟି ପାଇଁ କଣ କଣ ଆବଶ୍ୟକ।

*ଚାକିରି ରେ କଣ ରହିଛି ପୋଷ୍ଟ:-
ପ୍ରଥମ ଟି ରହିଛି ଆଡ଼ିସନାଲ ପ୍ରୋଗ୍ରାମ ଅଫିସର୍ (ଏ.ପି.ଓ) ଏବଂ ଦ୍ଵିତୀୟ ଟି ହେଉଛି ସ୍ପେସିଆଲିଷ୍ଟ୍ ଫାଇନାନ୍ସ

*କେଉଁ ମାନେ ଏହା କୁ ଅବେଦନ କରି ପାରିବେ :-
ଦୁଇଟି ଯାକ ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରି ପାରିବେ। ପ୍ରଥମ ଟି କେବଳ ଏସ୍. ଟି କେଟାଗୋରି ର ଲୋକ ମାନଙ୍କ ପାଇଁ।

*ଶିକ୍ଷାଗତ୍ ଯୋଗ୍ୟତା :-
ଆଡ଼ିସନାଲ ପ୍ରୋଗ୍ରାମ ଅଫିସର୍ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଲା ସୋଷିଓଲୋଜି ରେ ମାଷ୍ଟର ଡ଼ିଗ୍ରୀ ତଥା ସୋସିଆଲ ୱାର୍କ, ଇକୋନୋମିକସ୍, ମାସ୍ କମ୍ୟୁନିକେସନ, ରୁରାଲ ମେନେଜ୍ମେଣ୍ଟ କରିଥିଲେ ଆପଣ ଆବେଦନ କରି ପାରିବେ
ସ୍ପେସିଆଲିଷ୍ଟ୍ ଫାଇନାନ୍ସ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଲା ଫାଇନାନ୍ସ ରେ ଏମ୍.ବି.ଏ ଏବଂ ଅତି କମରେ ୫ ବର୍ଷ ର ୱ୍ଵାର୍କ ଏକ୍ସପେରିଏନସ ଥିବା ଦରକାର।

*ଏହି ଚାକିରୀ ପାଇଁ ଦରମା :-
ଆଡ଼ିସନାଲ ପ୍ରୋଗ୍ରାମ ଅଫିସର୍ ର ଦରମା ହେଉଛି ୨୦,୦୦୦ ରହିଛି ଏବଂ ସ୍ପେସିଆଲିଷ୍ଟ୍ ଫାଇନାନ୍ସ ପାଇଁ ଦରମା ରହିଛି ୫୦,୦୦୦ ଟଙ୍କା।

*ଆବେଦନ କରିବାର ପକ୍ରିୟା :-
ଦୁଇଟି ଯାକ ପୋଷ୍ଟ ପାଇଁ ଆପଣ ଅନଲାଇନ୍ ଆବେଦନ କରି ପାରିବେ। ଏବଂ ଏହା ପାଇଁ କୌଣସି ଆପ୍ଲିକେସନ୍ ଫି ଦେବାକୁ ପଡ଼ିବ ନାହିଁ।ତେବେ ଆଡ଼ିସନାଲ ପ୍ରୋଗ୍ରାମ ଅଫିସର୍ ପାଇଁ ଆବେଦନ ମାର୍ଚ୍ଚ ୨୫ ତାରିଖ ସକାଳ ୧୦ ରୁ ଆରମ୍ଭ ହୋଇ ଏପ୍ରିଲ୍ ୧୧ ପର୍ଯ୍ୟନ୍ତ ରହୁଛି। ଏବଂ ସ୍ପେସିଆଲିଷ୍ଟ୍ ଫାଇନାନ୍ସ ପାଇଁଁ ଆବେଦନ କରିବାର ସମୟ ସୀମା ମାର୍ଚ୍ଚ ୨୫ ତାରିଖ ସକାଳ ୧୦ ରୁ ଆରମ୍ଭ ହୋଇ ଏପ୍ରିଲ୍ ୪ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ରହୁଛି।

*କେଉଁ ସବୁ ପୋଷ୍ଟ ଭେକେନ୍ସି ରହିଛି:
*ଆଡ଼ିସନାଲ ପ୍ରୋଗ୍ରାମ ଅଫିସର୍ ପାଇଁ ଭେକେନ୍ସି ରହିଛି ସର୍ବ ମୋଟ ୨୩ ଟି ରହୁଛି। କାଟାଗୋରି ପାଇଁ ୧୯ ଟି। ଏବଂ ସବ୍ କାଟାଗୋରି ପାଇଁ ୪ ଟି। ଏବଂ ସ୍ପେସିଆଲିଷ୍ଟ୍ ଫାଇନାନ୍ସ ପାଇଁଁ ୧ ଟି ପୋଷ୍ଟ ହିଁ ରହିଛି।

*ସିଲେକ୍ସନ ପ୍ରୋସେସ :-
*ଦୁଇଟି ଯାକ ପୋଷ୍ଟ ଆଡ଼ିସନାଲ ପ୍ରୋଗ୍ରାମ ଅଫିସର ଓ ସ୍ପେସିଆଲିଷ୍ଟ୍ ଫାଇନାନ୍ସ ପାଇଁଁ ସିଲେକ୍ସନ ପ୍ରୋସେସ ସମାନ ଅଛି। ଏହା ଅନଲାଇନ ପରୀକ୍ଷା ରଖିଥିବା ମାର୍କ ଉପରେ ଆଧାରିତ ହୋଇକି ହେବ। ତା ଛଡା ମଲ୍ଟିପୁଲ୍ ପ୍ରଶ୍ନ ଉତ୍ତର ରହିବ। କମ୍ପ୍ୟୁଟର ସ୍କିଲ ଟେଷ୍ଟ ଓ ଭାଇଭା ମଧ୍ୟ ରହିବ।

*ବୟସ ସୀମା :-
ଆଡ଼ିସନାଲ ପ୍ରୋଗ୍ରାମ ଅଫିସର ପାଇଁ ବୟସ ସୀମା ହେଉଛି ୨୧ ବର୍ଷ ରୁ ୩୭ ବର୍ଷ ମଧ୍ୟରେ ହୋଇଥିବା ଦରକାର ଓ ଏସ.ଟି ଏବଂ ମହିଳା ମାନଙ୍କ ପାଇଁ ୫ ବର୍ଷର ରିହାତି ଅଛି।
ତେବେ ସ୍ପେସିଆଲିଷ୍ଟ୍ ଫାଇନାନ୍ସ ପାଇଁଁ ବୟସ ସୀମା ରହୁଛି ୪୫ ବର୍ଷ ରୁ ନିହାତି କମ୍ ହୋଇଥିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।