ଜାଣନ୍ତୁ ସତ୍ୟ ଘଟଣା ବେଶ୍ୟାବୃତ୍ତି ପେଶା ହେଲା କେମିତି , ଜାଣନ୍ତୁ ବେଶ୍ୟାବୃତ୍ତି ପଛରେ ଥିବା ସମ୍ପୂର୍ଣ୍ଣ ଘଟଣା

0

ଆମ ସମାଜରେ ସବୁଠାରୁ ଭିନ୍ନ ତଥା ସ୍ୱତନ୍ତ୍ର ଭାବରେ ଭଗବାନ ମଣିଷ ଜାତି କୁ ଗାଢ଼େଇଛନ୍ତି । ତେବେ ଏହି ସମାଜରେ ଜଣେ ବ୍ୟକ୍ତି ଙ୍କୁ ବଞ୍ଚିବାକୁ ହେଲେ କିଛି ନ କିଛି କାର୍ଯ୍ୟ କରିବାକୁ ହୋଇଥାଏ । ତେବେ କେବେ କେବେ ସେମାନଙ୍କୁ ନିଜର ଜୀବନ ତଥା ପରିବାର କୁ ବଞ୍ଚେଇବା ପାଇଁ ସମାଜ ଦ୍ୱାରା ପ୍ରଶଂସନୀୟ କାର୍ଯ୍ୟ କରିବାକୁ ହୁଏ ତ କେବେ କେବେ ସମାଜ ଗ୍ରହଣ କରୁଣିଥିବା କାର୍ଯ୍ୟ କୁ ମଧ୍ୟ ବାଧ୍ୟ ହୋଇ ନିଜର ଜୀବିକା ଅତିବାହିତ କରିବା ପାଇଁ କରିବାକୁ ପଡିଥାଏ। ତେବେ ଆପଣ ମାନେ ଜାଣିଥିବେ କି ବହୁ ମହିଳା ମାନେ ନିଜର ପରିବାର ପାଇଁ ବେଶ୍ୟା ବୃତ୍ତି ବୁ ଆପଣେଇଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଏହି ବେଶ୍ୟା ବୃତ୍ତି ପଛରେ ଥିବା ପ୍ରକୃତ ଇତିହାସ ଏବଂ ଏହା ସୃଷ୍ଟି ହେବାର ପ୍ରକୃତ କାରଣ ।


ଉଲେଖଯୋଗ୍ୟ ଯେ, ବେଶ୍ୟା ବା ଦେହଜୀବୀ ମାନଙ୍କୁ ଆମ ସାମଜ ସବୁବେଳେ ଘୃଣ୍ୟ ନଜର ରେ ଦେଖିଥାଏ । ତଥାପି କିଛି ମହିଳା ଏହାକୁ ନିଜର ଟଙ୍କା ଆୟ କରିବାର ରାସ୍ତା ଭାବରେ ବାଛିନେଇଥାନ୍ତି । କେହି କେହି ନିଜର ପରିସ୍ଥିତିରେ ପଡି ବାଧ୍ୟ ହୋଇ ବେଶ୍ୟାବୃତ୍ତି କୁ ଆପଣେଇଥାନ୍ତି ତ କେହି କେହି ନିଜର ଭୁଲ ପାଇଁ କିମ୍ବା ନିଜର ଖୁସି ପାଇଁ ନିଜ ଇଚ୍ଛାରେ ବେଶ୍ୟାବୃତ୍ତି କୁ ବାଛିଥାନ୍ତି । ତେବେ ଏହି ବେଶ୍ୟାବୃତ୍ତି ଯେ କେବଳ ଏହି ଆଧୁନିକ ଯୁଗରେ ରହିଛି ତାହା ନୁହେଁ ଯୁଗ ଯୁଗ ଧରି ଏହି ଦେହଜୀବୀ ବ୍ୟବସାୟ ରହିଆସିଛି ।


କୁହାଯାଇଛି ଯେ , ଏହି ବେଶ୍ୟାବୃତ୍ତି ଟି ପ୍ରଥମେ ରାଜା ରାଜୁଡା ଙ୍କ ସମୟରେ ହିଁ ବାହାରି ଥିଲା । ଯେଉଥିରେ ରାଜ ଦରବାରରେ କିଛି ସୁନ୍ଦରୀ ନାରୀ ନିଜର ରୂପକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ ଏବଂ କିଛି ଟଙ୍କା ମଧ୍ୟ ଆୟ କରୁଥିଲେ । କିନ୍ତୁ ସେତେବେଳେ ବେଶ୍ୟାବୃତ୍ତି ର ଅର୍ଥ ଶାରୀରିକ ସମ୍ବନ୍ଧ ନଥିଲା ସେମାନେ କେବଳ ନିଜର ନୃତ୍ୟ ଏବଂ ସଙ୍ଗୀତ ପାଇଁ ପ୍ରସିଦ୍ଧ ଥିଲେ । ପୁରାଣ ଶାସ୍ତ୍ର ରେ କୁହାଯାଏ ଯେ,କେବେ କେବେ ମୁନି ୠଷି ମାନଙ୍କର ତପସ୍ୟା ଭଙ୍ଗ କରିବା ପାଇଁ କେତେକ ନାରୀ ତଥା ମେନକା, ରମ୍ଭା ଆଦି ସ୍ୱର୍ଗ ଅପସରି ଙ୍କୁ ପଠାଯାଉଥିଲା ।ସେତେବେଳେ ସେମାନଙ୍କୁ ଗଣିକା ବୋଲି କୁହାଯାଉଥିଲା କିନ୍ତୁ ସମୟ କ୍ରମେ ସେମାନଙ୍କ ନାମ ପରିବର୍ତ୍ତନ ହୋଇ ଦେହଜୀବୀ, ବେଶ୍ୟା ଆଦି ନାମ ରଖାଯାଇଥିଲା ।


ଇତିହାସ ରେ ଉଲେଖ କରାଯାଇଛି ଯେ ,ପୂର୍ବରୁ ପ୍ରତ୍ୟେକ ରାଜ ଦରବାର ରେ କେତେକ ନାରୀ ଙ୍କୁ ବେଶ୍ୟା ଭାବରେ ଦୀର୍ଘଦିନ ପାଇଁ ରଖାଯାଉଥିଲା ଏବଂ ସେମାନଙ୍କ ର କାମ ଥିଲା ପ୍ରତିଦିନ ସଂଧ୍ୟା ରେ ରାଜ ଉଆସରେ ନୃତ୍ୟ ଓ ସଂଗୀତ ର ପରିବେଷଣ କରିବେ ।କିନ୍ତୁ ସେମାନେ କେବେ ହେଲେ ଶାରୀରିକ ସମ୍ବନ୍ଧରେ ରାହୁନଥିଲେ ।କିନ୍ତୁ ଯେତେବେଳେ ଇଂରେଜ ମାନେ ଆମ ଦେଶକୁ ଆସିଲେ ସେତେବେଳେ ସେମାମେ ଏହି ନାରୀ ମାନଙ୍କୁ ନେଇ ନିଜର ଉଆସରେ ତାଙ୍କୁ ଉପଭୋଗ କଲେ ।ଆଉ ସେହି ଦିନ ଠାରୁ ବେଶ୍ୟାବୃତ୍ତି ଆମ ସମାଜରେ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।