ମାର୍ଚ୍ଚ ୨୭ରୁ ଏପ୍ରିଲ୍‌ ୪ ମଧ୍ୟରେ ମାତ୍ର ୨ ଦିନ ଖୋଲା ରହିବ ବ୍ୟାଙ୍କ୍ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଅଙ୍ଗେ ଲିଭେଇ ଥିବେ କି ଅମର ଦୈନଦିନ ଜୀବନରେ ବ୍ୟାଙ୍କ୍ ଗୁଡ଼ିକ ର କେତେ ଆବଶ୍ୟକତା ରହିଥାଏ। ଆଜି କାଲି ଚୋରି ଡକାୟାତି ଯେମିତି ବଢି ବଢ଼ି ଚାଲିଛି ତାହା ତ ଆପଣ ମାନଙ୍କୁ ଅଜଣା ନ ଥିବ। ଅମର ରୋଜଗାର ର ପଇସା ଆମେ ବ୍ୟାଙ୍କ୍ ରେ ରଖିଥାଉ। ଦରକାର ପଡ଼ିଲେ ବ୍ୟାଙ୍କ୍ ରୁ ସାଙ୍ଗେ ସଙ୍ଗେ ଉଠେଇ ଥାଉ। କାହିଁକି ନା ଘରେ ଏତେ ଟଙ୍କା ପଇସା ରଖିବା ନିରାପଦ ମଧ୍ୟ ନୁହଁ।

ସେହିପରି ଗହଣା ପତ୍ର ମଧ୍ୟ ବ୍ୟାଙ୍କ୍ ରେ ଜମା କରିଥାଉ ଏଥିପାଇଁ କି ସେଠି ସୁରକ୍ଷିତ ରହିବ। ଓ ଆମେ ମାନେ ଶାନ୍ତି ରେ ଟିକେ ନ ଡରି ଶୋଇ ପାରିବୁ। ତେବେ ଏତେ ଦିନ ବ୍ୟାଙ୍କ୍ ବନ୍ଦ ରହିବ କଣ ପାଇଁ ଓ ଜନ ସାଧାରଣରେ କଣ ଏହାର କିଛି ପ୍ରଭାବ ପଡ଼ିବ କି ନାହିଁ ଆସନ୍ତୁ ଜାଣିବା।

ତେବେ ନୂଆଦିଲ୍ଳୀ ରୁ ଖବର ମିଳିଛି କି ମାର୍ଚ ୨୭ ଅର୍ଥାତ୍ ଦୋଳ ପୂର୍ଣ୍ଣିମା ର ଗୋଟିଏ ଦିନ ପୂର୍ବ ଠାରୁ ଏପ୍ରିଲ୍‌ ୪ ତାରିଖ ମଧ୍ୟରେ ମାତ୍ର ଦୁଇ ଦିନ ପାଇଁ ଦେଶର ସମସ୍ତ ସରକାରୀ ଓ ପ ବେସରକାରୀ ବ୍ୟାଙ୍କ୍‌ ଖୋଲା ରହିବ। ଗତକାଲି ଅର୍ଥାତ ମାର୍ଚ ୨୭ ତାରିଖ ମାସର ଶେଷ ଶନିବାର କାରଣରୁ ବ୍ୟାଙ୍କ୍‌ ବନ୍ଦ କରିବ। ୨୮ ତାରିଖ ତ ରବିବାର ପଡୁଛି ଓ ୨୯ ତାରିଖ ହୋଲି କାରଣରୁ ବ୍ୟାଙ୍କ୍‌ଗୁଡ଼ିକ ରେ ସେବା କାର୍ଯ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି।

ସେହିପରି ମାର୍ଚ ୩୧ ତାରିଖ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ଦିନ ମଧ୍ୟ ବ୍ୟାଙ୍କ୍‌ ବନ୍ଦ ରହିବ। ଏପ୍ରିଲ୍‌ ପହିଲା, ଅର୍ଥାତ୍ ୧ ତାରିଖ ଦିନ ବ୍ୟାଙ୍କ୍‌ କ୍ଲୋଜିଂ ଅଫ୍‌ ଆକାଉଣ୍ଟ୍‌, ୨ ତାରିଖରେ ଗୁଡ୍‌ ଫ୍ରାଇଡେ ଓ ଏପ୍ରିଲ୍‌ ୪ ତାରିଖ ରବିବାର ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ। ଯେଉଁମାନଙ୍କର ବ୍ୟାଙ୍କ୍‌ରେ ଜରୁରୀ କାମ ଅଛି ସେମାନ ଙ୍କୁ ମାତ୍ର ୨ ଦିନ ହିଁ ମିଳିବ ଅର୍ଥାତ୍ ସେମାନେ ମାର୍ଚ ୩୦ ତାରିଖ ଓ ଏପ୍ରିଲ୍‌ ୩ ତାରିଖରେ ସେମାନଙ୍କ କାମ କରିପାରିବେ। ଏହି ଦୁଇ ଦିନ ବ୍ୟାଙ୍କ୍‌ ନିଜର ଉଚିତ୍ ସମୟରେ ଖୋଲା ରହିବ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆରବିଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଟ୍‌ନାରେ ଥିବା ବ୍ୟାଙ୍କ୍‌ଗୁଡ଼ିକ ମାର୍ଚ ୩୦ ତାରିଖରେ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି। ତେବେ ଏଟିଏମ୍‌ ଏବଂ ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଂ ସେବାରେ ସେପରି କୌଣସି ବାଧା ଉପୁଜିବ ନାହିଁ। ସେଥିପାଇଁ ଜନ ସାଧାରଣ ତାହାର ଲାଭ ଉଠେଇ ପାରିବେ। ଅନ୍‌ଲାଇନ୍‌ ସେବାଗୁଡ଼ିକ ମଧ୍ୟ ପୂର୍ବ ପରି ଚାଲୁ ରହିବ। ତେବେ ସର୍ବ ମୋଟ ଭାବେ କହିବାକୁ ଗଲେ ଏତେ ଦିନ ବ୍ୟାଙ୍କ୍ ବନ୍ଦ ରହିଲେ ମଧ୍ୟ ଏହା ଲୋକ ଙ୍କ ପ୍ରତିଦିନ ଜୀବନ ଚର୍ଯ୍ୟା ରେ ବିଶେଷ କିଛି ସେମିତି ପ୍ରଭାବ ପକାଇବ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।