ଦୋଳ ପୂର୍ଣ୍ଣିମା ହୋଲି || ଯଦି ଆପଣଙ୍କ ଘରେ ନଜର ଆସେ ଏହି ୫ ଟି ଜିନିଷ ତେବେ ମାତା ଲଷ୍ମୀ ଅଛନ୍ତି ଆପଣଙ୍କ ସହିତ

0

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଫାଲଗୁନ ମାସରେ ପବିତ୍ର ଦୋଳ ପୂର୍ଣ୍ଣିମା ପଡ଼େ। ଯେଉଁଥିରେ ନାରାୟଣ ଗାଁ ଦାଣ୍ଡରେ ମେଳଣ କରିବାକୁ ଯାନ୍ତି। ଓ ଏହାର ପର ଦିନ ରଙ୍ଗ ଓ ଅବିର ଖେଳିଥାନ୍ତି ଏହାକୁ ହୋଲି ପର୍ବ ବୋଲି କୁହାଯାଏ। ଲୋକ ମାନଙ୍କ ବିଶ୍ୱାସ ଯେ ରାଧା କ୍ରିଷ୍ଣ ଏହି ଦିନ ପରସ୍ପର ଦେହରେ ରଙ୍ଗ ଲଗାଇ ହୋଲି ଖେଳୁଥିଲେ।

ତେବେ ଏହି ପବିତ୍ର ହୋଲି ପର୍ବ ଅବସର ଯଦି ଆପଣଙ୍କ ନଜର ରେ ଆସେ ଏହି ୫ ଗୋଟି ଜିନିଷ ତେବେ ଆପଣ ବୁଝିଯିବେ କି ମା ଲକ୍ଷ୍ମୀଙ୍କ କୃପା ଖୁବ୍ ଶୀଘ୍ର ଆସିବାକୁ ଯାଉଅଛି। କଣ ସେହି ୫ ତି ମୁଖ୍ୟ ଜିନିଷ ଆସନ୍ତୁ ଜାଣିବା।

ଭଲ ଓ ଖରାପ ସମୟ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି ବିପରୀତ ହୋଇଥାନ୍ତି। ଦୁନିଆର ପ୍ରାୟ ସମସ୍ତ ଲୋକ ନିଜ ଖରାପ ସମୟରୁ ମୁକ୍ତି ପାଇବାକୁ ଚାହିଁଥାନ୍ତି ଓ ଭଲ ସମୟର ଅପେକ୍ଷାରେ ଥାନ୍ତି। ଖରାପ ସମୟ ପରେ ଭଲ ସମୟ ପୁଣି ଭଲ ସମୟ ପରେ ଖରାପ ଏହା ଚକ୍ରାକାର ରେ ଚାଲିଥାଏ।

ତେବେ ଲୋକ ମାନେ ଖରାପ ସମୟ ପଡ଼ିଲେ ଭଗବାନ ଙ୍କୁ ମନେ ପକେଇ ଥାନ୍ତି। ଓ ପୂଜା ଅର୍ଚ୍ଚନା କରି ଭଲ ସମୟର କାମନା କରିଥାନ୍ତି। ଓ ଭଲ ସମୟ ଆସିଗଲା ପରେ ସେଥିରେ ଏତେ ପରିମାଣ ରେ ମଗ୍ନ ହେଇଯାଆନ୍ତି କି ସ୍ଵୟଂ ଭଗବାନ ଙ୍କୁ ହିଁ ଭୁଲି ଯାନ୍ତି। ତେବେ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ ସଂକେତ ଦେଇଥାନ୍ତି ଯାହାକୁ ଆମେ ବୁଝି ପାରି ନ ଥାଉ। ତେବେ ସେହି ସଂକେତ ଗୁଡିକ ବିଷୟରେ ଜାଣିବା।

୧. ହିନ୍ଦୁ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ଙ୍କୁ ଧନର ଦେବୀ କୁହାଯାଇଛି। ଓ ସେଥିରେ ଆଖୁର ରସ କୁ ସିଦ୍ଧି ବିନାୟକ ଙ୍କ ଉପରେ ଅର୍ପିତ କରିଲେ ମା ଲକ୍ଷ୍ମୀ ପସନ୍ନ ହୁଅନ୍ତି ବୋଲି ଉଲ୍ଲେଖ ରହିଛି। ଯଦି ଆପଣଙ୍କୁ ସକାଳେ ଆଖୁ ଦେଖାଯାଏ ତେବେ ବୁଝି ଯିବେ କି ମା ଲକ୍ଷ୍ମୀ ଆପଣକଂ ଉପରେ ପ୍ରସନ୍ନ ହୋଇଛନ୍ତି ଓ ଭବିଷ୍ୟତରେ ଆପଣଙ୍କୁ ଧନ ଲାଭ ହେବ।

୨. ହିନ୍ଦୁ ଧର୍ମରେ ଶଙ୍ଖକୁ ବହୁତ ଶୁଭ ମନାଯାଏ। ଯଦି ଆପଣଙ୍କୁ ସକାଳେ ଶଙ୍ଖର ଶବ୍ଦ ଶୁଣାଯାଏ ତେବେ ଆପଣ ଙ୍କ ଉପରେ ମା ଲକ୍ଷ୍ମୀ ପସନ୍ନ ଅଛନ୍ତି। ଏମିତି ସଂକେତ କୁ ଅଣଦେଖା କରିବା ଉଚିତ୍ ନୁହଁ।

୩. ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ଙ୍କୁ ଝାଡୁ ବହୁତ ପସନ୍ଦ ଅଟେ। ଏବଂ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନା ଯାଇଥାଏ। ତେବେ ଯଦି କିଛି ଶୁଭ ସମୟରେ ଆପଣଙ୍କୁ ଘର ବାହାରେ କେହି ଝାଡୁ ମାରୁଥିବାର ନଜର ଆସେ ତେବେ ଏହାର ମାନେ ଆପଣଙ୍କ ଘରେ ମହା ଲକ୍ଷ୍ମୀ ବାସ କରିଛନ୍ତି।

୪. ତେବେ ଯଦି ଆପଣଙ୍କୁ କେବେ ଏକା ପରି ସବୁ ଜିନିଷ ସବୁଜ ରଙ୍ଗର ଦେଖାଯାଏ ତେବେ ଏହାର ଅର୍ଥ ହୋଇଥାଏ କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ଏବଂ ସେ ଆପଣଙ୍କ ସମସ୍ତ ଆର୍ଥିକ ଅବସ୍ଥା ଦୁର କରିଦେବେ।

୫. ବିଷ୍ଣୁ ପୁରାଣ ହିସାବରେ ପେଚା ମା ଲକ୍ଷ୍ମୀଙ୍କ ବାହନ ହୋଇଥାଏ। ଯଦି ଆପଣଙ୍କ ଘର ପାଖ କଉ ଗଛରେ ପେଚା ନଜର ଆସେ ତେବେ ବୁଝିବେ କି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ସହିତ ଅଛି ଓ ତାଙ୍କ ପାଦ ପଦ୍ମ ଆପଣଙ୍କ ଘରେ ବହୁତ ଜଲଦି ପଡ଼ିବାକୁ ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।