Ollywood News – ହଠାତ କ’ଣ ପାଇଁ ବିବାହର ୧୫ ଦିନ ପରେ ପୋଲିସ ନିକଟରେ ପହଞ୍ଚିଲେ ସବ୍ୟ ଅର୍ଚ୍ଚିତା ଘଟଣା ଜାଣିଲା ପରେ ଗୋଡ ତଳୁ ମାଟି ଖସିଯିବ

0

ଓଲିଉଡ଼ ର ସବୁ ଠାରୁ ହିଟ୍ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା। ଏହି ଯୋଡ଼ି ର କମାଲ କୁ ଆମେ ମାନେ ସମସ୍ତେ ବହୁତ ଥର ପରଦା ଉପରେ ଦେଖିଛେ। ଦୁଇଜଣ ଯାକ ଆମ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟରିଆଲ ର ଏକ ସଫଳ ଏବଂ ବହୁତ ପରିଚିତ ଚେହେରା। ଦୁଇ ଜଣଙ୍କ ସାଙ୍ଗରେ କିଛି ସିନେମା ଯେମିତିକି ୨୦୦୮ ରେ ପ୍ରଥମ ଥର ପାଇଁ ମୁଁ ସପନ ର ସୌଦାଗର ଫିଲ୍ମ ରେ ଏକାଠି ଆସିଥିଲେ ସବ୍ୟ – ଅର୍ଚ୍ଚିତା।

ଏହା ପରେ ଓଲିଉଡ଼ କୁ ଗୋଟିଏ ରୁ ଅଧିକା ଆଉ ଗୋଟେ ହିଟ୍ ସିନେମା ଦେଉ ଦେଉ ସେମାନେ ନିକଟତର ହୋଇ ଏତେ ବର୍ଷ ପରେ ସର୍ବ ଶେଷ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେବେଳ ଅନ୍ ସ୍କ୍ରିନ୍ ନୁହଁ ସତ ଲାଇଫ ରେ ମଧ୍ୟ ଏହି ଯୋଡ଼ି ହିଟ୍ ଏବଂ ଲୋକ ମାନେ ଏହି ସଫଳ ଯୋଡ଼ି କୁ ବେଶ ଭଲ ମଧ୍ୟ ପାଆନ୍ତି।

ଏବେ ଏହି ରିଲ୍ ଲାଇଫ ଯୋଡ଼ି ରିଅଲ ଲାଇଫରେ ପରସ୍ପରର ହାତ ଧରିଛନ୍ତି। ଗତ ୧ ମାର୍ଚ୍ଚ ଦିନ ରାଜସ୍ଥାନ ର ଉଦୟପୁର ସହର ର ଏକ ବିଳାସ ପୂର୍ଣ୍ଣ ପ୍ୟାଲେସ୍ ରେ ବୈଦିକ ରୀତି ନୀତି ରେ ବିବାହ କରିଛନ୍ତି ଏହି ଚର୍ଚ୍ଚିତ ଯୋଡ଼ି। ଗୋଟେ ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ନିଜର ବିବାହ ର ନିମନ୍ତ୍ରଣ ପତ୍ର କୁ ସବ୍ୟ ଓ ଅର୍ଚ୍ଚିତା ଉଭୟ ସୋସିଆଲ ମିଡ଼ିଆ ଦ୍ଵାରା ପୋଷ୍ଟ କରି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ଏବଂ ସାରା ଓଡ଼ିଶାବାସୀ ଙ୍କ ଭଲ ପାଇବା କାମନା କରିଥିଲେ।
ତେବେ ବିବାହ ସରିବା ପରେ ରାଜସ୍ଥାନ ରୁ ଫେରି ସବ୍ୟ ଓ ଅର୍ଚ୍ଚିତାଙ୍କ ସବୁ ସମୟରେ ତାଙ୍କର ପ୍ରତ୍ୟେକ କାର୍ଯ୍ୟ କଲାପ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ଲାଗି ରହି ଆସିଛି।ବର୍ତମାନ ସମୟରେ ଯଦି ଦେଖିବେ ତେବେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଉଭୟ ଅଚାନକ ତାମିନାଡୁର ପୋଲିସ୍ ଫୋର୍ସର ଡି.ଜି.ପି ମିଷ୍ଟର ଜେ.କେ. ତ୍ରିପାଠୀ ଙ୍କୁ ସାକ୍ଷାତ କରିଛନ୍ତି । ତେବେ ହଠାତ୍ କଣ ପାଇଁ ଉଭୟ ସବ୍ୟ ଓ ଅର୍ଚ୍ଚିତା ପୋଲିସ୍ ଙ୍କୁ ଦେଖା କଲେ ଓ କଣ ରହିଛି ଏହା ପଛର ପ୍ରକୃତ କାରଣ ଆସନ୍ତୁ ଜାଣିବା।

ସବ୍ୟସାଚୀ ତାଙ୍କର ଅଚାନକ ତାମିନାଡୁର ପୋଲିସ୍ ଫୋର୍ସର ଡି.ଜି.ପି ମିଷ୍ଟର ଜେ.କେ. ତ୍ରିପାଠୀ ଙ୍କୁ ସାକ୍ଷାତ କରିବା ବିଷୟରେ ନିଜ ସୋସିଆଲ ଆକାଉଣ୍ଟ୍ ସାହାଯ୍ୟରେ କିଛି ଫୋଟୋ ଛାଡ଼ି ଉଲ୍ଲେଖ କରିଛନ୍ତି ଯେ ଯେତେବଳେ କାରୋନା ମହାମାରୀ ସମୟରେ ପୁରା ଭାରତ ରେ ଲକ୍ ଡାଉନ୍ ପଡିଥିଲା,

ସେ ସମୟରେ ତାମିଲନାଡୁ ରେ ଫସି ରହିଥିବା ଆମ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସବ୍ୟସାଚୀ ଉଦ୍ଧାର କରି ଓଡ଼ିଶା ଫେରେଇ ଆଣିବା ସମୟରେ ଡି.ଜି.ପି ମିଷ୍ଟର ଜେ.କେ. ତ୍ରିପାଠୀ ସବ୍ୟସାଚୀ ଙ୍କୁ ବହୁତ ସହଯୋଗ କରିଥିଲେ । ତାଙ୍କରି ପାଇଁ ସବ୍ୟସାଚୀ ମିଶ୍ର ଓଡ଼ିଶାବାସୀ ଙ୍କୁ ଫେରେଇ ଆଣିବାରେ ସଫଳ ହୋଇଥିଲେ। ସେହି କାରଣରୁ ସବ୍ୟ ଏବଂ ଅର୍ଚ୍ଚିତା ତାମିନାଡୁ ଡି.ଜି.ପି ଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ସାକ୍ଷାତ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।