Ajira anuchinta ଗୁରୁବାର ଦିନ ଆପଣଙ୍କ ଘରେ କରନ୍ତୁ ଏହି 5ଟି କାମ ଘରେ ନିଶ୍ଚୟ ହେବ ଧନର ବର୍ଷା

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ବଂଚିବା କୁ ହେଲେ ଆମକୁ କେତେକ ଫେକ୍ଟର ଉପରେ ନିର୍ଭର କରିବା କୁ ପଡିଥାଏ।ତେବେ ସେହି ଫେକ୍ଟର ମଧ୍ୟରୁ ଟଙ୍କା ଓ ଧନ ସମ୍ପତ୍ତି ହେଉଛି ସବୁଠାରୁ ମୁଖ୍ୟ ।କୌଣସି ବି ବ୍ୟକ୍ତି ଏହି ଆଧୁନିକ ସମାଜରେ ବଞ୍ଚିବାକୁ ହେଲେ ତାକୁ ଟଙ୍କାର ବହୁତ ଆବଶ୍ୟକତା ରହିଥାଏ। କହିବାକୁ ଗଲେ ଯଦି ବର୍ତ୍ତମାନ ଆପଣଙ୍କ ପାଖରେ ଟଙ୍କା ପଇସା କିମ୍ବା ଧନ ସମ୍ପତ୍ତି ନାହିଁ ତେବେ ସମାଜରେ ଆପଣଙ୍କ ର କୌଣସି ମୂଲ୍ୟ ହି ରହିବ ନାହିଁ।

ବର୍ତ୍ତମାନ ସମାଜ ରେ ଯାହା ପାଖରେ ଯେତେ ଟଙ୍କା ପଇସା ତାକୁ ସେତିକି ସଂମାନ ମିଳେ ।ଏମିତି ମଧ୍ୟ କେତେକ ଲୋକ ଆଛନ୍ତି ଯେଉଁ ମାନେ ବହୁତ ପରିଶ୍ରମ କରି ବହୁତ ଟଙ୍କା ଅର୍ଜ୍ଜନ କରନ୍ତି କିନ୍ତୁ ତାଙ୍କ ପାଖରେ ଟଙ୍କା ରହେ ନାହିଁ ସବୁ ଖର୍ଚ୍ଚ ହୋଇଯାଏ ଆପ ସେ ପୁଣି ଅଭାବରେ ରୁହନ୍ତି।

ତେବେ ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଏମିତି କେତେକ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ କେବେ ବି ଧନ ସମ୍ପତ୍ତି ର ଅଭାବ ଦେଖାଯିବ ନାହିଁ। ତେବେ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ପରେ ହିଁ ଆପଣ ଧନ ବାନ ହୋଇପାରିବେ। ତେବେ ଆମେ ଆଜି ଆପଣଙ୍କୁ ୫ ଟି କାର୍ଯ୍ୟ କରିବାକୁ କହିବୁ ଏବଂ ସେହି କାର୍ଯ୍ୟ କୁ ଆପଣ କେବଳ ଗୁରୁବାର ଦିନ କରିବେ ଆଉ ତା ପରେ ଦେଖିବେ ଆପଣଙ୍କ ଘରେ କେବେ ବି ଟଙ୍କା ପଇସା ର ଅଭାବ ଦେଖାଯିବ ନାହିଁ ।

୧.ପ୍ରତ୍ୟେକ ଗୁରୁବାର ଦିନ ଆପଣ ଭଗବାନ ବିଷ୍ଣୁ ଙ୍କୁ ପୂଜା କରନ୍ତୁ। ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ।ଏବଂ ଘରେ ଅଭାବ ଅନଟନ ଦୂର ହୋଇଯାଇଥାଏ।

୨.ପ୍ରତ୍ୟେକ ଗୁରୁବାର ଦିନ ମହିଳା ମାନେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ମା ଲକ୍ଷ୍ମୀ ଙ୍କର ପୂଜା କରନ୍ତୁ ଏବଂ ତାଙ୍କ ପାଖରେ ହଳଦିଆ ରଙ୍ଗର ଫୁଲ ଓ ପ୍ରସାଦ ଲଗାନ୍ତୁ ।ଦେଖିବେ ଆପଣଙ୍କ ର ଆର୍ଥିକ ଅବସ୍ଥା ରେ ସୁଧାର ଆସିବ ।

୩.ପ୍ରତ୍ୟେକ ଗୁରୁବାର ଦିନ ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ। ଏବଂ ହଳଦୀ ପାଣି କରି କଦଳୀ ଗଛ ର ମୂଳରେ ଦିଅନ୍ତୁ। ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରଶ୍ନନ ହୋଇଥାନ୍ତି। ଏବଂ ଆପଣ ଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯାଏ।

୪.ଘରେ ସମସ୍ତ ଆର୍ଥିକ ସମସ୍ୟା କୁ ଦୂର କରିବା ପାଇଁ, ଗୁରୁବାର ଦିନ ଉପବାସ ରଖନ୍ତୁ। ଏବଂ ସେହି ଦିନ ହଲଦିଆ ରଙ୍ଗର କିଛି ବି ଜିନିଷ ବା ଖାଦ୍ୟ ସାମଗ୍ରୀ ଦାନ କରନ୍ତୁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଥାଏ ।

୫.ଗୁରୁବାର ଦିନ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ପ୍ରଦାନ କରି ତାଙ୍କୁ ପୂଜା କରନ୍ତୁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁଦିନ ବାସ କରିବେ ଏବଂ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।