ଫିଲ୍ମ ‘ସନ୍ତାନ’ ର ଶିଶୁ କଳାକାର Sandip ଙ୍କ Family & Biography, ଏତେ ବର୍ଷ ପରେ ବର୍ତ୍ତମାନ କଣ କରୁଛନ୍ତି Sandip ?

0

ସମାଜରେ ମୁଖ୍ୟତଃ ମଣିଷ କୁ ନିଜ ଜୀବନ ଅତିବାହିତ କରିବାକୁ ହେଲେ କିଛି ନ କିଛି କର୍ମ କରିବାକୁ ପଡ଼ିଥାଏ।ତେବେ କିଛି ମଣିଷ ଭିତରେ କଳା ର ଗୁଣ ଥିବାରୁ ସେମାନେ ଅଭିନୟ ଜଗତକୁ ଶ୍ରେୟ ମନେ କରିଥାନ୍ତି।ତେବେ ଏହିଭଳି ବହୁ ଅଭିନେତା ଅଭିନେତ୍ରୀ ନିଜର ଜୀବିକା ନିର୍ବାହ ତଥା ଖୁସି ପାଇଁ ଓଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଥାପି ଥାନ୍ତି।

ତେବେ ଆସନ୍ତୁ ଜାଣିବା ସେମିତି ଏକ କଳାକାର ତଥା ଅଭିନେତା ଯେ କି ସମସ୍ତଙ୍କ ମନରେ ଏବେବି ରହିଛନ୍ତି।ସେ ଶିଶୁ କଳାକାର ଭୂମିକାରେ ଅଧିକାଂଶ ଫିଲ୍ମ ରେ ଅଭିନୟ କରିଛନ୍ତି।ହଁ ଆଜ୍ଞା ଓଡ଼ିଆ ଚଳଚ୍ଚିତ୍ର ସନ୍ତାନ ରେ ଶିଶୁ କଳାକାର ସନ୍ଦୀପ ଙ୍କ ବିଷୟରେ ଆସନ୍ତୁ ଜାଣିବା।ବର୍ତ୍ତମାନ ସେ କଣ କରୁଛନ୍ତି,କୋଉଠି ଅଛନ୍ତି,ଏବଂ ତାଙ୍କ ପରିବାର ବିଷୟରେ ଆଜି ଆମେ ଜଣାଇବୁ।

ଶିଶୁ କଳାକାର ରୂପରେ ଅଭିନେତା ସନ୍ଦୀପ ୯୦ ଦଶକରେ ବହୁତ୍ ପ୍ରସିଦ୍ଧ ଥିଲେ।ସେ ସେହି ସମୟରେ ବହୁତ ଓଡ଼ିଆ ଚଳଚ୍ଚିତ୍ର ରେ ଶିଶୁ କଳାକାର ରୂପରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ।ଦର୍ଶକମାନେ ମଧ୍ୟ ତାଙ୍କର ଅଭିନୟ ତଥା ତାଙ୍କୁ ଖୁବ୍ ପ୍ରଶଂସା କରୁଥିଲେ।ଏମିତିରେ ୯୦ଦଶକର ଶିଶୁ କଳାକାର ରୂପରେ ଲୋକପ୍ରିୟ ଥିବା ସନ୍ଦୀପ ଏବେ କଣ କରୁଛନ୍ତି ଚାଲନ୍ତୁ ଜାଣିବା ତାଙ୍କ ପରିବାର ରେ କିଏ କିଏ ସବୁ ଅଛନ୍ତି ସେ ବିଷୟରେ ଜଣେଇବା।

ଅଭିନେତା ସନ୍ଦୀପ ୯୦ ଦଶକରେ ଘରେ ଘରେ ପରିଚିତ ଥିଲେ।ସନ୍ତାନ ଫିଲ୍ମରେ ସେ ଶିଶୁ କଳାକାର ରୂପରେ ଅଭିନୟ କରି ବହୁତ ଫେମସ ହୋଇଥିଲେ।ସେହି ଫିଲ୍ମ ଜରିଆରେ ଦର୍ଶକମାନେ ତାଙ୍କୁ ଚିହ୍ନି ପାରିଥିଲେ।ଏହା ବ୍ୟତୀତ ସେ ଆହୁରି ଅନେକ ଫିଲ୍ମରେ ଶିଶୁ କଳାକାର ରୂପରେ ଅଭିନୟ କରିଛନ୍ତି।କିନ୍ତୁ ବର୍ତ୍ତମାନ ସମୟରେ କହିବାକୁ ଗଲେ ସନ୍ଦୀପ ଓଲିଉଡ ଇଣ୍ଡଷ୍ଟ୍ରି ତଥା ଅଭିନୟ ଜଗତରୁ ପୁରାପୁରି ଦୂରେଇ ଯାଇଛନ୍ତି।

ସନ୍ଦୀପ ବର୍ତ୍ତମାନ କଟକରେ ନିଜ ଫେମିଲି ସହ ରହୁଛନ୍ତି।ସନ୍ଦୀପ ମାତ୍ର ୯ ବର୍ଷ ବୟସରେ ହିଁ ତାଙ୍କର ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ।ସନ୍ଦୀପ ଙ୍କ ପ୍ରଥମ ଫିଲ୍ମର ନାମ ଥିଲା” ଭୀଷ୍ମ ପ୍ରତିଜ୍ଞା”।ସନ୍ଦୀପ ଙ୍କ ପିତା ଜଣେ ପ୍ରୋଡୁସର ଥିଲେ। ଏବଂ ପିତା ସବୁବେଳେ ଚାହୁଥିଲେ ଯେ ପୁଅ ଭଲ ଅଭିନେତା ହଉ।କିନ୍ତୁ ସନ୍ଦୀପ ଚାହୁଁ ଥିଲେ ଯେ ସେ ନିଜ ବାପା ଙ୍କ ଭଳି ପ୍ରୋଡୁସର ହେବେ।ଏବଂ ଅନୁଭବ ମହାନ୍ତି ଙ୍କ ପ୍ରଥମ ଫିଲ୍ମ ଆଇ ଲଭ୍ ୟୁ ସନ୍ଦୀପ ଙ୍କ ବାପା ଙ୍କ ଫିଲ୍ମ।

ଏହି ଫିଲ୍ମରେ ସନ୍ଦୀପ ଙ୍କ ପିତା ଚାହୁଁ ଥିଲେ କି ଯେ ସନ୍ଦୀପ ମୁଖ୍ୟ ଅଭିନେତା ରୂପରେ ଦେଖିବାକୁ ଚାହୁଁ ଥିଲେ।କିନ୍ତୁ ସନ୍ଦୀପ ମନା କରିବ ପରେ ଅନୁଭବ ଏଥିରେ ଅଭିନୟ କରିଥିଲେ।ସନ୍ଦୀପ ଙ୍କୁ ନାରୀ ନୁହେଁ ତୁ ନାରାୟଣୀ ଫିଲ୍ମ ରେ ଲାଷ୍ଟ ଟାଇମ ଦେଖିବାକୁ ମିଳିଥିଲା।ସନ୍ଦୀପ ତାଙ୍କ କଲେଜ ବନ୍ଧୁ ପ୍ରିୟଙ୍କା ଙ୍କୁ ଭଲ ପାଇଁ ବିବାହ କରି ସୁଖରେ ଅଛନ୍ତି।ସେ ଏବେ ପ୍ରଡସେର ଭାବେ କାମ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।