ଦେଖନ୍ତୁ ଭିଡ଼ିଓ – ସୁଟିଙ୍ଗ ସେଟ ରୁ ଭାଇରାଲ୍ ହେଲା ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ଓ ସିଦ୍ଧାନ୍ତ ଙ୍କ ଭିଡ଼ିଓ ଦେଖନ୍ତୁ

0

ତେବେ ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଥିବେ ଓଡିଶା ର ଘରେ ଘରେ କଳାକାର ଅଛନ୍ତି। କେବଳ ଓଡ଼ିଶା କାହିଁକି ପୁରା ଭାରତ ବର୍ଷ ରେ ପ୍ରତିଭାବାନ ପିଲା ଅଛନ୍ତି। କେହି ଭଲ ନାଚୁଛି ତ କିଏ ଭଲ ଗୀତ ଗାଉଛି। ଆଉ କିଏ ଭଲ ଚିତ୍ର ଅଙ୍କିଲାଣି ତ କିଏ ଭଲ ଅଭିନୟ କରୁଛି। ତେବେ ଏହି ପ୍ରତିଭାବାନ ପିଲା ମାନଙ୍କର ପ୍ରତିଭା କୁ ସର୍ବ ସାଧାରଣ ଲୋକଙ୍କ ଆଗକୁ ତଥା ପୁରା ଦୁନିଆ ସାମ୍ନା ରେ ଆଣିବା ପାଇଁ ଟିଭି ର ବିଭିନ୍ନ ଚ୍ୟାନେଲ ରେ ବହୁତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି।

ଯାହା ଦ୍ଵାରା ପିଲା ମାନେ ସେଥିରେ ଭାଗ ନେଉଛନ୍ତି ଓ ନିଜର କଳା ର ଯାଦୁ ସମସ୍ତ ଙ୍କୁ ଦେଖାଉଛନ୍ତି। ତେବେ ଆଗରୁ ହିନ୍ଦୀ ଜଗତ ଏସବୁ ହେଉଥିଲା ଏବେ ତା ଦେଖା ଦେଖି ଓଡ଼ିଆ ରେ ମଧ୍ୟ ହେଉଅଛି।

ସେହି ପରି ଜି ସାର୍ଥକ ଚ୍ୟାନେଲ ତରଫ ରୁ ଛଟୋ ଛଟୋ ପିଲା ଙ୍କୁ ନେଇ ତାଙ୍କର ଅଭିନୟ ର ଯାଦୁ ସାରା ଦୁନିଆ କୁ ଦେଖେଇବା ପାଇଁ ଗୋଟିଏ ଶୋ, ଯାହାର ନାମ ହେଉଛି “ଓଡ଼ିଶା ର ବେଷ୍ଟ୍ ଡ୍ରାମେବାଜ୍”। ତାର ବିଭିନ୍ନ ପର୍ଯ୍ୟାୟ ପରେ କେତେକ ବଛା ବଛା ପିଲା ଙ୍କୁ ନେଇ ଶେଷରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେଉଥିଲା।

ଯେଉଁଠିକୁ ଜଜ୍ ହୋଇ ଓଡ଼ିଆ ସିନେମା ଜଗତର ଜଣେ ସଫଳ ଓ ସୁପରିଚିତ ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ତାଙ୍କ ସହିତ ଓଲିଉଡ଼ ଜଗତ ର ବେତାଜ୍ ବାଦସାହ୍, ଯିଏ ଅନେକ ଦିନ ଧରି ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ରାଜ କରି ଆସିଛନ୍ତି। ସେ ଆଉ କେହି ନୁହ ଆମ ସମସ୍ତ ଙ୍କ ପ୍ରିୟ ସିଦ୍ଧାନ୍ତ ମହାପାତ୍ର ସେହି ଶୋ ରେ ଯୋଗ ଦେଇଥିଲେ। ତାଙ୍କ ସହିତ ଡାଇରେକ୍ଟର ଅଶୋକ ଭି ଯୋଗ ଦେଇଥିଲେ।

ଏଠି ଆମେ କହି ରଖୁଛୁ କି ପୂର୍ବରୁ ବହୁତ ଓଡ଼ିଆ ସିନେମା ରେ ସିଦ୍ଧାନ୍ତ ଏବଂ ଅନୁ ଚୌଧୁରୀ ଙ୍କୁ ବହୁତ ଥର ପରଦା ଉପରେ ଏକାଠି ଫିଲ୍ମ୍ ରେ ରୋମାନ୍ସ କରୁଥିବାର ଦେଖିଛୁ। ଏବଂ ତାଙ୍କ ଯୋଡିକୁ ଲୋକ ମାନେ ମଧ୍ୟ ପସନ୍ଦ କରୁଥିଲେ। ଓ ତାଙ୍କ ଅଭିନୀତ ପ୍ରାୟ ସମସ୍ତ ସିନେମା ହିଟ୍ ହୋଇଅଛି। ତେବେ ଅଚାନକ ସୁଟିଂ ସେଟ୍ ରେ ସିଦ୍ଧାନ୍ତ ଏମିତି କଣ କହିଲେ ଯେ ଭିଡିଓ ଟି ଭାଇରାଲ ହେଇଗଲା ଆସନ୍ତୁ ଜାଣିବା।

ତେବେ “ଓଡ଼ିଶା ର ବେଷ୍ଟ୍ ଡ୍ରାମେବାଜ୍” ସୁଟିଂ ସେଟ୍ ରେ ଏଙ୍କର୍ ଗୁନଗୁନ କାଇଭ୍ ଆସିଥିଲେ। ତାଙ୍କ ସହିତ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଓ ବବି ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଲାଇଭ ରେ ମଜା ମସ୍ତି କରୁଥିଲେ ଏବଂ ନିଜ ପ୍ରଶଂସକ ମାନଙ୍କୁ ଉତ୍ତର ଦେଉଥିଲେ। ତା ଅଭିନେତା ସିଦ୍ଧାନ୍ତ ସମସ୍ତ ଙ୍କ ଆରୋଗ୍ୟ ଓ ସୁରକ୍ଷା କାମନା କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।