ଚିକିତ୍ସା ପାଇଁ ଅର୍ଥ ଅଭାବରୁ ହୋଇପାରୁନି କୁନି ପୁଅର କ୍ୟାନସର ଆକ୍ରାନ୍ତଙ୍କ ଚିକିତ୍ସା , ସୋସିଆଲ ମିଡିଆରେ ସାହାର୍ଯ୍ୟ ମାଗିଲେ ଗରିବ ମା’ ଟି

0

ସମସ୍ତ ଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ ଯେ କଣ ରୋଗ ଲୋକ ର ଆର୍ଥିକ ସ୍ଥିତି ଦେଖିକି ଆସିଥାଏ କି? ଗୋଟେ ଗରିବ ଲୋକ ର ମନ କୁ ଏହି ପ୍ରଶ୍ନ ଟି ଆସିବା ମଧ୍ୟ ସ୍ବଭାବିକ। ଯଦି ନା ତେବେ ଗୋଟେ ଗରିବ ଲୋକ କଣ ପାଇଁ ନିଜର ଚିକିତ୍ସା କରେଇ ପାରୁନାହିଁ। ଆଜି କାଲି ସମୟ ରେ ଡାକ୍ତର ଙ୍କ ଅଭାବ ନାହିଁ। ବହୁତ ଭଲ ଭଲ ଡାକ୍ତର ଅଛନ୍ତି।

ହେଲେ ତାଙ୍କର ଦକ୍ଷିଣା ମଧ୍ୟ ସେହିପରି ହୋଇଥାଏ। ଯାହାକି ଜଣେ ଗରିବ ଲୋକ ପକ୍ଷେ ଦେଇ ପାରିବା ଅସମ୍ଭବ। ତା ଛଡା ଆହୁରି ଔଷଦ ଖର୍ଚ୍ଚ ସେ ପୁଣି ଅଲଗା। ତେବେ ଏହିପରି ଗୋଟେ ଘଟଣା ସାମ୍ନା କୁ ଆସିଛି ପବିତ୍ରର କୋହ ଭରା କଥା।

ବୟସ ମାତ୍ର ୧୨ ବର୍ଷ। ଯେଉଁ ବୟସରେ ପିଲା ବାହାରେ ସାଙ୍ଗ ସାଥି ଙ୍କ ସହ ଖେଳନ୍ତି, ପାଠ ପଢନ୍ତି ସେ ବୟସରେ କ୍ୟାନସର ରେ ଡହଳ ବିକଳ ହେଉଛି ପବିତ୍ର। ତାକୁ ଭୋକ ହେଉଛି। ଭୋକ ରେ କାନ୍ଦ ଭି ଲାଗୁଛି ହେଲେ କିଛି ଖାଇ ପାରୁନି ସେ କୁନି ପିଲା ଟି। କେବଳ ଗ୍ଲୁକୋଜ ପାଣି ତଥା ପାନୀୟ ପଦାର୍ଥ ଉପରେ ନିର୍ଭରଶୀଳ ପବିତ୍ର। କିଛି ଖାଇଲା ବେଳକୁ ତଣ୍ଟି ରେ ହେଉଛି ଭୀଷଣ ଯନ୍ତ୍ରଣା। ଏହା ହେଉଛି ପବିତ୍ର ର କୋହଭରା କଥା। ୮ ବର୍ଷ ହେଲା ବାପା ଆର ପାରି କୁ ଚାଲି ଯାଇଥିବା ବେଳେ ମାଆ ଅନ୍ୟ ଘରେ ମୂଲ ଲାଗିଲେ ପରିବାର ଚାଲେ। ଆଉ ଏତିକି ଆୟ ରୁ ପୁଅ ର ଚିକିତ୍ସା କେମିତି କରିବେ ଏ ନେଇ ମାଆ ଙ୍କ ବହୁତ ଚିନ୍ତା।

ପବିତ୍ର ଙ୍କ କହିବା ଅନୁସାରେ ପ୍ରଥମେ ତାଙ୍କର ମୁଣ୍ଡ ଦରଜ ହେଲା। ତାହା ପରେ ନାକ ରୁ ରକ୍ତ ବାହାରିଲା। ଯେତେ ଆଡେ ଦେଖେଇଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ପରେ ତାର ମା ଗାଁ ରୁ ଧାର କରଜ କରି ସମ୍ ବେସରକାରୀ ଡାକ୍ତରଖାନାରେ ରେ ଦେଖେଇବାରୁ ସି.ଟି ସ୍କାନ୍ କଲା ପରେ ମୁଣ୍ଡରେ ଟ୍ୟୁମର୍ ଟି ଏବେ କେନ୍ସର୍ ରେ ପରିଣତ ହୋଇଯାଇଥିବାର ଜଣା ପଡ଼ିଥିଲା। ତେବେ ଗାଁ ର ଜମି ବିକ୍ରି କରି ପୁଅ ର କ୍ୟାନସର ଚିକିତ୍ସା କରାଉଛି ମା।

କେମୋ ପ୍ରଣାଳୀ ଚାଲିଥିବା ବେଳେ ଏବେ ସେତିକି ଅର୍ଥ ମଧ୍ୟ ସରିବାକୁ ବସିଲାଣି। କରାେନା ଜୀବିକା ଛଡେଇ ନେଇ ଥିବା ବେଳେ ଦିନରେ ଦୁଇ ମୁଠା ଖାଇବାକୁ ପାଉ ନ ଥିବା ମା ଆଗକୁ କେମିତି ପୁଅ ର ଚିକିତ୍ସା କରିବ। ନିଜେ କଷ୍ଟ ରେ ରହି ପୁଅ କୁ ପାଠ ପଢ଼ାଇ ବଡ଼ ମଣିଷ କରିବାର ସ୍ବପ୍ନ ମଧ୍ୟ ଭାଙ୍ଗି ଚୂର୍ମାର ହୋଇଯାଇଛି। ସବୁରି ମୂଳରେ ଏବେ ଅର୍ଥ। ତେବେ ଅର୍ଥ ସାଜିଛି ବାଧକ।

ପବିତ୍ର ଙ୍କ ଆଖିରେ ଆଖିଏ ସ୍ବପ୍ନ। ପାଠ ବଢ଼ି ଜଣେ ବଡ଼ ଇଞ୍ଜିନିୟର ହୋଇ ମା’ର ସବୁ ଦୁଃଖ କଷ୍ଟ ଦୁର କରି ଦେବା ର ଇଚ୍ଛା,କିନ୍ତୁ କ୍ୟାନସର ସାଧୁଛି ଦାଉ। ଏଭଳି ସଙ୍କଟ ଭିତରେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି କ୍ୟାନସର ପୀଡ଼ିତ ଏହି ଛୋଟ ପିଲାଟି। ପାବିତ୍ରର ଚିକିତ୍ସା ପାଇଁ ଅର୍ଥ ଲୋଡା।ସହାୟତା ପାଇଁ ଦୁଃଖୀ ମା’ର ଆକୁଳ ନିବେଦନ। ଯଦି କେହି ସହୃଦୟ ବ୍ୟକ୍ତି ସହାୟତା ପାଇଁ ଇଛୁକ ସେମାନେ ଏହି (୭୨୦୫୩୦୮୪୨୫) ନମ୍ୱର୍ ରେ ଯୋଗାଯୋଗ କରି ପାରିବେ। Ac No:-37671226103

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।