ଓଡିଆ ଅଭିନେତା ଶ୍ରୀରାମ ପଣ୍ଡାଙ୍କ Family & Biography, ସବୁ କିଛି ଛାଡି କାହିଁକି ହେଇଗଲେ ସନ୍ୟାସୀ, ଜାଣନ୍ତୁ କିଛି ଅଜଣା କଥା

0

ନମସ୍କାର ବନ୍ଧୁଗଣ। ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଶ୍ରୀରାମ ପଣ୍ଡା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଅଭିନେତା ଜଣକ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ଦର୍ଶକ ମାନେ ଏହି ଅଭିନେତା ଙ୍କୁ ବହୁତ ମାତ୍ରାରେ ପସନ୍ଦ କରନ୍ତି ମଧ୍ୟ। ବର୍ତ୍ତମାନ ଏହି ଅଭିନେତା ଙ୍କୁ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳୁନାହିଁ।

ତେବେ ଏହି ଅଭିନେତା ବର୍ତ୍ତମାନ ସମୟରେ କିପରି ଅଛନ୍ତି ଏବଂ କଣ କରୁଛନ୍ତି ଆପଣ ମାନେ ଜାଣିଛନ୍ତି କି? ତ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଆପଣ ମାନେ ଅଭିନେତା ଶ୍ରୀରାମ ପଣ୍ଡା ଙ୍କୁ ଅନେକ ଗୁଡ଼ିଏ ଫିଲ୍ମ ରେ ଦେଖିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ମଧ୍ୟ ପ୍ରଶଂସା କରିଥିବେ। ତେବେ ଏହି ଅଭିନେତା ଜଣଙ୍କ ୧୯୫୪ ମସିହା ରେ ନବରଙ୍ଗପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ଅଭିନେତା ଙ୍କ ବୟସ ପାଖା ପାଖି ୬୬ ବର୍ଷ ହେବ। ଏହି ପ୍ରସିଦ୍ଧ ଅଭିନେତା ଙ୍କ ପତ୍ନୀ ଙ୍କ ନାମ ହେଉଛି ତ୍ରିପୁରା ମିଶ୍ର।

ସେ ଜଣେ କଳାକାର, ପ୍ରଯୋଜକ ବାଦ୍ ମଧ୍ୟ ଜଣେ ଯୋଗ ଶିକ୍ଷକ ଥିଲେ। ଏହି ଅଭିନେତା ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ର ନାମ ହେଉଛି ଧରିତ୍ରୀ। ହେଲେ ପରେ ପରେ ଏହି ଅଭିନେତା ଙ୍କ ଜୀବନ ରେ ଏକ ବହୁତ ବଡ଼ ମୋଡ଼ ଆସିଲା। ତା ପରେ ସେ ଶ୍ରୀରାମ ପଣ୍ଡା ରୁ ପରିବର୍ତନ ହୋଇ ହେଇଗଲେ ସ୍ୱାମୀ ନିତ୍ୟା ଚୈତନ୍ୟ।

ଶ୍ରୀରାମ ପଣ୍ଡା ଥିଲେ ଜଣେ ଓଲିଉଡ ଇଣ୍ଡଷ୍ଟ୍ରୀ ର ବହୁତ ନାମକରା ଅଭିନେତା। ସେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି। ତାଙ୍କ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଜୋର ଯାର ମୁଲକ ତାର’, ‘ହରଣ’, ‘ନାଗଫାସ’ ଆଦି ଅନ୍ୟତମ। ଏହି ଅଭିନେତା ନିଜର ଫିଲ୍ମ ପାଇଁ ଅନେକ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି। ସେଥି ମଧ୍ୟରୁ ମୁଖ୍ୟ ହେଉଛି ଜୟଦେବ ପୁରସ୍କାର।

ତେବେ ସେ ତାଙ୍କ ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଥିଲେ। ସେ କାଳରେ ତାଙ୍କ ଦ୍ୱାରା ଅଭିନୀତ ଫିଲ୍ମ ଦର୍ଶକ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମନେ ରଖିଛନ୍ତି। ଅଭିନେତା ଶ୍ରୀରାମ ପଣ୍ଡା ଦୀର୍ଘ ୬ ବର୍ଷ ହେବ ସଂସାରର ମୋହ ମାୟା ଲୋଭ କୁ ତ୍ୟାଗ କରିଛନ୍ତି ଏବଂ ସନ୍ୟାସ ଧର୍ମ ଗ୍ରହଣ କରି ନେଇଛନ୍ତି।

୧୯୭୨ ରୁ ୧୯୯୪ ମସିହା ପର୍ଯ୍ୟନ୍ତ ଓଡ଼ିଆ ସିନେ ଜଗତରେ ରାଜ କରୁଥିବା ଅଭିନେତା ଶ୍ରୀରାମ ପଣ୍ଡା ଗତ କିଛି ବର୍ଷ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୁରେଇ ରହିଛନ୍ତି ଏବଂ କୌଣସି ଫିଲ୍ମ ଅଥବା ଆଲବମ୍ ରେ ନଜର ରେ ଆସୁନାହାନ୍ତି। ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ସେ ଯୁଗର ପ୍ରସିଦ୍ଧ ଅଭିନେତା ଶ୍ରୀରାମ ପଣ୍ଡା ଙ୍କ ସମ୍ବନ୍ଧରେ କିଛି କଥା ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।