95 % ଆଣ୍ଠୁ ଗଣ୍ଠି ଦରଜ, କ୍ୟାଲସିୟମ ର ଅଭାବ, ବାତ ରୋଗ ଭଲ କରିଦେବ ଏହି ଉପାୟ, ବେଡ ରେ ପଡିଥିବା ଲୋକ ବି ଦୌଡିବାକୁ ଲାଗିବ- Health Tips

0

ନମସ୍କାର ପ୍ରିୟ ବନ୍ଧୁଗଣ। ଆମ ଜୀବନରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ। ଯାହାଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ମଧ୍ୟ ସହିବାକୁ ପଡିଥାଏ। ତେବେ ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଡାକ୍ତରଙ୍କ ପରାମର୍ଶ ଲୋଡି ଥାଉ ଓ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ମଧ୍ୟ ସେବନ କରିଥାଉ। କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ।

ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ଆରମ୍ଭ ହୋଇଗଲେ ତାହା ଦୁର ହେବା କାଠିକର ପାଠ ହୋଇଥାଏ। ଖାସ କରି ବର୍ତ୍ତମାନ ସମୟରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି। ଏହାର ଅନେକ କାରଣ ମଧ୍ୟ ରହିଛି। ଆଜିକାଲି ବୟସ୍କ ଲୋକଙ୍କ କଥା ତ ଛାଡ ଛୋଟ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହେଉ ନାହିଁ।

ତେବେ ଏହାର କାରଣ ହେଉଛି ଶରୀରରେ ରକ୍ତର ଅଭାବ। ଶରୀରରେ ରକ୍ତର ଅଭାବ ହେବା ଦ୍ଵାରା ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ। ତେଣୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଉପାୟ ଵିଷୟରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀରରେ କୌଣସି ସମସ୍ୟା ଦେଖା ଦେବ ନାହିଁ।

ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଏକ ବହୁତ ଚମତ୍କାର ତେଲ ବନାଇବା ର ପ୍ରଣାଳୀ ବିଷୟରେ କହିବୁ। ଯାହା ଆପଣଙ୍କ ହାଡ଼ ଜନିତ ସମସ୍ତ ରୋଗରୁ ଆରାମ ଦେଇଦେବ। ଏହି ଯନ୍ତ୍ରଣା ନିବାରକ ତେଲକୁ ତିଆରି କରିବା ପାଇଁ ଆବଶ୍ୟକୀୟ ପ୍ରଥମ ଜିନିଷଟି ହେଉଛି ୫୦ ଗ୍ରାମ ରସୁଣ। ଦ୍ଵିତୀୟ ଆବଶ୍ୟକୀୟ ସାମଗ୍ରୀଟି ହେଉଛି ୨୫ ଗ୍ରାମ ଜୁଆଣି। ତୃତୀୟ ଜିନିଷଟି ହେଉଛି ୧୦ ଗ୍ରାମ ଲବଙ୍ଗ ଏବଂ ଚତୁର୍ଥ ସାମଗ୍ରୀଟି ହେଉଛି ୨୦୦ ଗ୍ରାମ ଶୋରିଷ ତେଲ। ଯାହା ଆପଣଙ୍କ ରୋଷେଇ ଘରେ ମଧ୍ୟ ଉପଲବ୍ଧ। ଓ ଆପଣମାନଙ୍କୁ ଏହା ପାଇଁ ବେଶୀ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡ଼ିବନି।

*ପ୍ରସ୍ତୁତି ପ୍ରଣାଳୀ:-

ଏବେ ଆସନ୍ତୁ ଜାଣିବା ବନେଇବାର ପ୍ରଣାଳୀ। ପ୍ରଥମେ ରସୁଣ,ଜୁଆଣି ଓ ଲବଙ୍ଗ କୁ ଭଲ ଭାବରେ କୁଟି କୁଟି ଗୁଣ୍ଡ କରି ଦିଅନ୍ତୁ। ଏହା ପରେ ଶୋରିଷ ତେଲକୁ ଗ୍ୟାସ ଚୁଲା ଉପରେ ରଖି ଭଲ ଭାବରେ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ରସୁଣ,ଜୁଆଣି ଓ ଲବଙ୍ଗ କୁ ପକାଇ ଦିଅନ୍ତୁ। ଏହାକୁ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ରସୁଣର ରଙ୍ଗ ହଳଦିଆ ହୋଇ ଆସିବା ମାତ୍ରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ତେଲ ଥଣ୍ଡା ହୋଇଯିବା ପରେ ଏହାକୁ ଏକ କାଚ ପାତ୍ର ରେ ଭର୍ତ୍ତି କରି ରଖି ଦିଅନ୍ତୁ ।

ଏହାକୁ ପ୍ରତିଦିନ ନିଜର ଆଣ୍ଠୁଗଣ୍ଠି ରେ ମାଲିସ କରନ୍ତୁ। ରସୁଣରେ ଅନେକ ପ୍ରକାର ପ୍ରୋଟିନ ରହିଥାଏ ଯାହା ଆମ ହାଡ଼ ପାଇଁ ବହୁତ ଆବଶ୍ୟକ ହୋଇଥାଏ। ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନ ରେ ମାଲିସ କରିବା ଦ୍ଵାରା ଆମକୁ ସେଥିରୁ ଆରାମ ମିଳିଥାଏ। ଯଦି ଆପଣଙ୍କ ଶିରରେ କୌଣସି ପ୍ରକାର ସମସ୍ୟା ରହିଥାଏ ତେବେ ଆପଣ ସେହି ସ୍ଥାନରେ ଏହି ତେଲ କୁ ମାଲିସ କରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିଥାଏ।

*ବ୍ୟବହାର ପ୍ରଣାଳୀ:-

ରାତିରେ ଏହି ତେଲକୁ ମାଲିସ କରି ଶୋଇବା ଦ୍ଵାରା ଆପଣଙ୍କ ଆଣ୍ଠୁଗଣ୍ଠି ସମସ୍ୟାର ଅନ୍ତ ସମ୍ପୂର୍ଣ ରୂପେ ଘଟିଥାଏ। ଏହା ମଧ୍ୟ ଆପଣଙ୍କ ଶରୀର ଉପରେ କୌଣସି ପ୍ରକାର ଖରାପ ପ୍ରଭାଵ ପକାଇବ ନାହିଁ। ତେଣୁ ଏହି ତେଲ କୁ ନିଶ୍ଚୟ ଆପଣାନ୍ତୁ ଆପଣ ମାନଙ୍କୁ ନିଶ୍ଚିତ ଆରାମ ମିଳିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।