ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କେଉଁ କେଉଁ ଅଭିନେତା ଏବଂ ଅଭିନେତ୍ରୀ ମାନେ 2020 ରେ ମୃତ୍ୟୁ ବରଣ କରିଛନ୍ତି ଆଉ କେମିତି କରିଛନ୍ତି ଜାଣନ୍ତୁ…..

0

ବନ୍ଧୁଗଣ ୨୦୨୦ ବର୍ଷ ଟି ସାରା ବିଶ୍ୱ ପାଇଁ ଏକ କଳା ବର୍ଷ କହିଲେ କିଛି ବି ଅମାନ୍ୟ ହେବ ନାହିଁ। ଏହି ବର୍ଷ ର ପ୍ରାରମ୍ଭ ରେ କରନା ଭୂତାଣୁ ର ଯେଉଁ ତାଣ୍ଡବ ଆରମ୍ଭ ହୋଇଥିଲା ତାହା ଶେଷ ହେବାର ନାମ ନେଉ ନାହିଁ ।ତା ସହ ୨୦୨୦ ବର୍ଷରେ ପ୍ରାୟ ସବୁଠାରୁ ଅଧିକ ବରିଷ୍ଠ ଏବଂ କଳାକାର ମାନଙ୍କ ର ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହି ପୋଷ୍ଟ ମଧ୍ୟମ ରେ ଆମେ ଆପଣଙ୍କୁ ଆଜି ଜଣେଇବାକୁ ଯାଉଛୁ ଯେ ୨୦୨୦ ମସିହାରେ କେତେ ଜଣ ବଲିଉଡ ବା ଓଡ଼ିଆ ଫିଲ୍ମ କଳାକାର ଙ୍କର ମୃତ୍ୟୁ ହୋଇଛି ଏବଂ ସେମାନେ କିପରି ମୃତ୍ୟୁ ବରଣ କରିଛନ୍ତି।

୧.ଦୀପା ସାହୁ:-

ଓଡ଼ିଆ ଆଲବମ ରୁ ଆରମ୍ଭ କରି ଯାଇଫୁଲ ଭାବରେ ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତ୍ରୀ ପରେ ଫିଲ୍ମ ରେ ନିଜର ପାରଦର୍ଶିତା ଦେଖାଇଥିଲେ। କିନ୍ତୁ ୨୦୨୦ ମସିହାରେ ପୂର୍ବରୁ ପୀଡିତ ଥିବା କ୍ୟାନ୍ସର ରୋଗ ତାଙ୍କୁ ମୃତ୍ୟୁ ମୁଖକୁ ନେଇଯାଇଥିଲେ। ତାଙ୍କର ଅକାଳ ବିୟୋଗ ରେ ସାରା ଓଡ଼ିଶାରେ ଫିଲ୍ମ ଉପରେ ବେଶ ପ୍ରଭାବ ପକେଇଥିଲା ।

୨.ବିଜୟ ମହାନ୍ତି:-

ବିଜୟ ମହାନ୍ତି ଥିଲେ ଓଡ଼ିଶାର ଜଣେ ବରିଷ୍ଠ ଅଭିନେତା ସେ ମଧ୍ୟ ୨୦୨୦ ମସିହାରେ ମୃତ୍ୟୁ ବରଣ କରିଥିଲେ। ତେବେ ସୂଚନାଯୋଗ୍ୟ ଯେ ତାଙ୍କର ଦେହ ବହୁତ ଦିନ ଧରି ଖରାପ ରହୁଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ହରାଇ ବହୁତ କିଛି ହରେଇଛି ।

୩.ମୀନକେତନ:-

ମୀନକେତନ ଙ୍କୁ ଆପଣ ମାନେ କେତେବେଳେ ଫିଲ୍ମ ରେ ଖଳନାୟକ ଭାବରେ ଦେଖିବାକୁ ପାଇଥିବେ ତ କେତେବେଳେ କେମିଡିଆନ ଭାବରେ ।ତେବେ ତାଙ୍କର ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ସମୟରେ ହିଁ ସେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପାଇଁ ମଧ୍ୟ ଲୋକମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି।

୪.ସଲିଲ ମିତ୍ର:-

ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ପୁଖତ କମେଡିଆନ ଭାବରେ ସେ ଦର୍ଶକ ମାନଙ୍କ ମଧ୍ୟରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ। ତେବେ ୨୦୨୦ ମସିହାରେ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।ତାଙ୍କର ବିୟୋଗ ରେ ମଧ୍ୟ ଓଡ଼ିଆ ଫିଲ୍ମ କୁ ବଡ଼ ଝଟକା ଲାଗିଥିଲା।

୫.ନିକିତା:-

ଓଡ଼ିଆ ଫିଲ୍ମ ଜଗତରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ।ତେବେ ତାଙ୍କର ମୃତ୍ୟୁ ଏବେ ପର୍ଯ୍ୟନ୍ତ ଏକ ଆଶଙ୍କା ଘେରରେ ରହିଛି ।ଯଦିଓ ସେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି ତଥାପି ତାର ସତ୍ୟତା ଜଣାପଡିନାହିଁ ।

୬.ଦେବୁ ବୋଷ:-

ଦେବୁ ବୋଷ ଥିଲେ ଓଡ଼ିଆ ଫିଲ୍ମ ଜଗତ ର ଜଣେ ଜଣେ ବରିଷ୍ଠ ଅଭିନେତା ।ତାଙ୍କର ଅଭିନୟ ବେଶ ମନଛୁଆଁ ଥିଲା। ତେବେ ୨୦୨୦ ମସିହାରେ ଶାରିରୀକ ଅସୁସ୍ଥତା କାରଣ ରୁ ସେ ମୃତ୍ୟୁ ବରଣ କରିଥିଲେ।

୭.ରାଜା ପଟ୍ଟନାୟକ:-

ସେ ଜଣେ ଆଲବମ ହୋର ଏବଂ ସିରିଏଲ ର ଅଭିନେତା ଥିଲେ। ତେବେ ତାଙ୍କର ମୃତ୍ୟୁ ଏକ ରହସ୍ୟ ହୋଇରହିଛି ।ସୂଚନାଯୋଗ୍ୟ ଯେ ସେ ଏକ ବ୍ରିଚ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ମାତ୍ର ତାହା ସ୍ପଷ୍ଟ ପ୍ରମାଣିତ ହୋଇନାହିଁ ।

୮.କମେଡିଆନ ଚଞ୍ଚ:-

ସେ ନିଜର କ୍ୟାରିଅର ଜଣେ କେମିଡି ତାରକା ଭାବରେ ଆରମ୍ଭ କରିଥିଲେ। ତେବେ ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ ଓ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।