ଦେଖନ୍ତୁ କରୋନା ସମୟରେ ବେଶ୍ୟାମାନଙ୍କର ଅବସ୍ଥା ଏବେ କିପରି ଚାଲିଛି ଆଖିରୁ ଲୁହ ଆସିଯିବ

0

ଆମ ଦେଶର କିଛି ବିଜ୍ଞ ବ୍ୟକ୍ତି ମାନେ ଏହି ୨୦୨୦ କୁ ଏକ କଳା ବର୍ଷ ଭାବେ ବିବେଚିତ କରିଛନ୍ତି । କାରଣ ୨୦୨୦ ର ପ୍ରାରମ୍ଭରୁ ଚୀନ ରେ ବାହାରି ଥିବା ଏହି କରନା ଭୁତାଣୁ (covid-19) ର ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ଭୁତାଣୁ ର ସଂକ୍ରମଣ କୁ ରୋକିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ବି ଉପଚାର ସାରା ବିଶ୍ୱରେ ବାହାର କରିବାରେ ଅସଫଳ ହୋଇଛି । କିନ୍ତୁ ଏହା କୁ ରୋକିବା ର ମାତ୍ର ଗୋଟିଏ ଉପାୟ ରହିଛି ତାହା ହେଉଛି ସାରା ଦେଶ କୁ ଲକଡାଉନ କରିବା ।ଯାହାକି ଆମ ସରକାର ଆପଣେଇଛନ୍ତ


କିନ୍ତୁ ଏହି ଲକଡାଉନ ହେବା ଦ୍ୱାରା ଲୋକମାନେ ନିଜ ଘର ମଧ୍ୟରେ ବନ୍ଦି ହୋଇରହିବା ସହ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଲକଡାଉନ କାରଣରୁ ସବୁଠାରୁ ବେଶୀ ଅସୁବିଧା ରେ ପଡିଛନ୍ତି ଦିନ ମଜୁରିଆ ମାନେ ଯେଉଁ ମାନଙ୍କ ଘରେ ଜଣେ ମଜୁରି ଗଲେ ଘରେ ଚୁଲି ଜଳିଥାଏ । କେବଳ ଦିନ ମଜୁରିଆ ନୁହଁ ବରଂ ଯେଉଁ ମହିଳା ମାନେ ବେଶ୍ୟା ବୃତ୍ତି କୁ ନିଜର ବଞ୍ଚବାର ରାହା କରିଥିଲେ ସେମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବର ଆମେ ଆପଣଙ୍କୁ ଜାଣେଇବୁ ଏମିତି ଏକ ମହିଳାଙ୍କ କାହାଣୀ ବିଷୟରେ ଯାହା ଜାଣିଲେ ଆପଣ ମଧ୍ୟ ଚିନ୍ତା ରେ ପଡିଯିବେ ।


ତେବେ ସୂଚନା ଅନୁସାରେ ଏମିତି ଏକ ଅଭାବନୀୟ ଓ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି ରାଜସ୍ଥାନ ର ଆଜମର ଜିଲ୍ଲା ର ରହୁଥିବା ଏକ ମହିଳାଙ୍କ ସହ । ଅନିତା (ଛଦ୍ମ ନାମ) ନାମକ ଜଣେ ମହିଳା ରାଜସ୍ଥାନ ର ଆଜମର ଜିଲ୍ଲା ରେ ଦୁଇ ପିଲାଙ୍କ ସହ ରୁହନ୍ତି। ତାଙ୍କର ସ୍ୱାମୀ ଅତ୍ୟନ୍ତ ମଦ୍ୟପାନ କରୁଥିବାରୁ ସେ ବାଧ୍ୟ ହୋଇ ବେଶ୍ୟା ବୃତ୍ତି କୁ ନିଜର ବଞ୍ଚବାର ତଥା ପିଲାଙ୍କୁ ବଞ୍ଚେଇବାର ଏକ ରାସ୍ତା ଆପଣେଇଥିଲେ ।କିନ୍ତୁ ଏହି ଲକଡାଉନ ଯୋଗୁଁ ସେ ନିଜ କାମ କି ଯାଇପାରୁନାହାନ୍ତି ।ଯାହାଦ୍ୱାରା ତାଙ୍କୁ ବହୁ ଅସୁବିଧା ହେଉଛି ।


ଅନିତା କହିଛନ୍ତି ଯେ ଯଦି ଏହି ଲକଡାଉନ ଆଉ କିଛି ଦିନ ପର୍ଯ୍ୟନ୍ତ ଚାଲିବ ତେବେ ତାଙ୍କ ପରିବାର ଲୋକ ଭୋକ ଉପାସରେ ମରିଯିବେ ବୋଲି କାରଣ ତାଙ୍କ ପାଖରେ ବଞ୍ଚବାର ଅନ୍ୟ କୌଣସି ଉପାୟ ନାହିଁ। ଖାଲି ଏତିକି ନୁହଁ ,ସେ ମଧ୍ୟ କହିଛନ୍ତି ଯେ ,ତାଙ୍କ ପିଲାମାନେ ଭାବନ୍ତି କି ସେ କୋଉ ଅଫିସରେ କାମ କରନ୍ତି ଆଉ ତାଙ୍କ ବିନା କାମରେ ମଧ୍ୟ ପଇସା ମିଳିବ କାରଣ ସେମାନେ ଜାଣିନାହାନ୍ତି ଯେ ପ୍ରାକୃତରେ ତାଙ୍କ ମା କଣ କରନ୍ତି ବୋଲି । ସରକାର ଙ୍କର ଏକ ଗଣନ ଦ୍ୱାରା ଜଣାପଡିଛି ଯେ ଆମ ଦେଶରେ ପ୍ରାୟ ୨ କୋଟି ମହିଳା ବେଶ୍ୟା ବୃତ୍ତି କୁ ନିଜର ବଞ୍ଚବାର ରାହା ଭାବରେ ଗ୍ରହଣ କରିଛନ୍ତି ଯେଉଁ ମାନେ କି ଏବେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।